ହିନ୍ଦୀ ହେଉଛି ଅନୁନ୍ନତ ରାଜ୍ୟର ଭାଷା; ଏହା ଆମକୁ ଶୁଦ୍ର କରିଦେବ: ଡିଏମକେ ସାଂସଦ ଟିକେଏସ ଇଲାଙ୍ଗୋଭାନ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଭାଷାକୁ ନେଇ ଦୀର୍ଘ ଦିନ ଧରି ତାମିଲନାଡ଼ୁରେ ବିବାଦ ଲାଗି ରହିଛି । ଏହା ମଧ୍ୟରେ ହିନ୍ଦୀ ଭାଷାକୁ ନେଇ ବଡ଼ ବୟାନ ଦେଇଛନ୍ତି ତାମିଲନାଡୁରେ କ୍ଷମତାସୀନ ଡିଏମକେର ସାଂସଦ ଟିକେଏସ ଇଲାଙ୍ଗୋଭାନ। ସେ ହିନ୍ଦୀ ଭାଷାକୁ ନେଇ ଅତ୍ୟନ୍ତ ବିବାଦୀୟ ବୟାନ ଦେଇଛନ୍ତି। ତାଙ୍କ ମତରେ ହିନ୍ଦୀ ହେଉଛି ଅବିକଶିତ ରାଜ୍ୟର ଭାଷା। ଏଥିସହ ସହ ହିନ୍ଦୀ କେବଳ ଶୁଦ୍ରମାନଙ୍କ ପାଇଁ ବୋଲି କହିଛନ୍ତି। ଇଲାଙ୍ଗୋଭାନଙ୍କ ଏପରି ବୟାନକୁ ନେଇ ବେଶ ବିବାଦ ଆରମ୍ଭ ହୋଇଛି।

ଇଲାଙ୍ଗୋଭାନ କହିଛନ୍ତି, “ହିନ୍ଦୀ ହେଉଛି ବିହାର, ମଧ୍ୟପ୍ରଦେଶ, ଉତ୍ତର ପ୍ରଦେଶ, ରାଜସ୍ଥାନ ଭଳି ଅବିକଶିତ ରାଜ୍ୟଗୁଡ଼ିକର ମୂଳ ଭାଷା। ଆପଣମାନେ ପଶ୍ଚିମବଙ୍ଗ, ଓଡ଼ିଶା, ତେଲେଙ୍ଗାନା, ତାମିଲନାଡୁ, କେରଳ, କର୍ଣ୍ଣାଟକା, ମହାରାଷ୍ଟ୍ର, ଗୁଜରାଟ ଓ ପଞ୍ଜାବକୁ ଦେଖନ୍ତୁ। ଏହି ସବୁ ରାଜ୍ୟ କ’ଣ ବିକଶିତ ନୁହନ୍ତି? ଏହି ସବୁ ରାଜ୍ୟଗୁଡ଼ିକରେ ରହୁଥିବା ଲୋକଙ୍କ ମାତୃଭାଷା ହିନ୍ଦୀ ନୁହେଁ। ହିନ୍ଦୀ ଆମକୁ ଶୁଦ୍ର କରିଦେବ। ହିନ୍ଦୀ ଆମ ପାଇଁ ଆଦୌ ଭଲ ନୁହେଁ ବୋଲି କହିଛନ୍ତି । ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ଏନେଇ ଚର୍ଚ୍ଚା ଜୋର ଧରିବାରେ ଲାଗିଛି ।

Related Posts