ଭବାନୀପାଟଣା : ଲାଞ୍ଜିଗଡ଼ ସ୍ଥିତ ଷ୍ଟକ୍ ୟାର୍ଡ଼ରୁ ପ୍ଲାଣ୍ଟକୁ ଯିବା ବେଳେ ଏକ ବକ୍ସାଇଟ୍ ବୋଝେଇ ହାଇୱା ଭାରସାମ୍ୟ ହରାଇ ଓଲଟିପଡ଼ିଛି । ଫଳରେ ଏହି ଦୁର୍ଘଟଣାରେ ୨ ଶ୍ରମିକଙ୍କ ମୃତ୍ୟୁ ହୋଇଛି ।
ଉଭୟ ମୃତ ଶ୍ରମିକ ବାହାର ରାଜ୍ୟର ହୋଇଥିବା ସୁଚନା ମିଳିଛି । ତେବେ ଏହି ଘଟଣା ପରେ ଘଟଣାସ୍ଥଳରେ ପୋଲିସ୍ ପହଂଚି ସ୍ଥାନୀୟ ଲୋକଙ୍କୁ ପଚରାଉଚରା କରୁଛି ।
ସୂଚନାଯୋଗ୍ୟ, ଲାଞ୍ଜିଗଡ଼ ସ୍ଥିତ ଷ୍ଟକ୍ ୟାର୍ଡ଼ରୁ ପ୍ଲାଣ୍ଟକୁ ଯିବା ବେଳେ ଏକ ବକ୍ସାଇଟ୍ ବୋଝେଇ ହାଇୱା ଓଲଟିପଡ଼ିଥିଲା। ଫଳରେ ଏହି ଦୁର୍ଘଟଣାରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି । ଏନେଇ ପୋଲିସ ଖବର ପାଇବା ପରେ ଘଟଣା ସ୍ଥଳରେ ପହଞ୍ଚି ମୃତ କଙ୍କୁ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି । ଏଥିସହ ସ୍ଥାନୀୟ ଲୋକଙ୍କୁ ଦୁର୍ଘଟଣା ସମ୍ପର୍କରେ ପଚରା ଉଚରା କରୁଥିବା ଦେଖିବାକୁ ମିଳିଛି ।





