ଜମ୍ମୁ- କଶ୍ମୀରରୁ ଦୁର୍ଦ୍ଦାନ୍ତ ହିଜବୁଲ ଆତଙ୍କବାଦୀ ଗିରଫ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଜମ୍ମୁ- କଶ୍ମୀରରୁ ଦୁର୍ଦ୍ଦାନ୍ତ ହିଜବୁଲ ଆତଙ୍କବାଦୀ ଗିରଫ । ନାଗସେନି ତହସିଲର ରାଶୱାରୀ ନିବାସୀ ତାଲିବ ହୁସେନଙ୍କୁ ପୁଲିସ, ରାଷ୍ଟ୍ରୀୟ ରାଇଫଲ୍ସ ଏବଂ ସିଆରପିଏଫର ମିଳିତ ଅପରେସନରେ ଗିରଫ କରାଯାଇଥିଲା ବୋଲି ପୁଲିସ ଅଧିକାରୀ କହିଛନ୍ତି। ଦୁର୍ଦ୍ଦାନ୍ତ ଆତଙ୍କବାଦୀ ତାଲିବ ହୁସେନର ଗିରଫଦାରୀ ଆତଙ୍କବାଦୀ ସଂଗଠନ ହିଜବୁଲ ମୁଜାହିଦ୍ଦିନ ପାଇଁ ଏକ ‘ବଡ଼ ଝଟକା’ ଏବଂ ଜିଲ୍ଲାରେ ଆତଙ୍କବାଦକୁ ପୁନର୍ଜୀବିତ କରିବାର ଯୋଜନାକୁ ଏକ ଶକ୍ତ ଧକ୍କା ବୋଲି ପୁଳିସ ଅଧିକାରୀ କହିଛନ୍ତି।

ସେ କହିଛନ୍ତି ଯେ ତାଲିବ ହୁସେନ ୨୦୧୬ରେ ଆତଙ୍କବାଦୀ ସଂଗଠନରେ ଯୋଗ ଦେଇଥିଲା ଏବଂ ଯୁବକମାନଙ୍କୁ ନିର୍ଦ୍ଦିଷ୍ଟ ଗୋଷ୍ଠୀର ପଦ ପଦବୀରେ ନିଯୁକ୍ତି ଦେଇ ସେମାନଙ୍କୁ ବିଭିନ୍ନ ପ୍ରକାରର ଆତଙ୍କବାଦୀ କାର୍ୟ୍ୟକଳାପରେ ସକ୍ରିୟ କରାଉଥିଲା। ସେ କହିଛନ୍ତି ଯେ ପୁଲିସ ବିଶ୍ୱସ୍ତ ସୂତ୍ରରୁ ତା’ର ଠିକଣା ବିଷୟରେ ସୂଚନା ପାଇବା ପରେ ପୁଲିସ, ରାଷ୍ଟ୍ରୀୟ ରାଇଫଲ୍ସ ଏବଂ ସିଆରପିଏଫର ମିଳିତ ଅପରେସନ କରି ତାକୁ ଗିରଫ କରିଥିଲା। ଏହି ଅଞ୍ଚଳରେ ଆତଙ୍କବାଦର ପୁନରୁଦ୍ଧାର ପାଇଁ ସେ ଯୋଜନା ପ୍ରସ୍ତୁତ କରି କାର୍ୟ୍ୟ ଆରମ୍ଭ କରିବା ପୂର୍ବରୁୁ ପୁଲିସ ହାତରେ ଗିରଫ ହୋଇଥିଲା।

Related Posts