ହକି ବିଶ୍ୱକପ୍; ଭୁବନେଶ୍ୱରରେ ପହଞ୍ଚିଲା ସ୍ପେନ୍‌ ଟିମ୍‌, ଭାରତ ବିପକ୍ଷରେ ଖେଳିବ ପ୍ରଥମ ମ୍ୟାଚ୍‌

ଭୁବନେଶ୍ୱର,୮/୧(ସତ୍ୟପାଠ ବ୍ୟୁରୋ): ହକି ବିଶ୍ୱକପ୍‌ ୨୦୨୩ ପାଇଁ ଭୁବନେଶ୍ୱରରେ ପହଞ୍ଚିଲା ସ୍ପେନ୍‌ ଟିମ୍‌ । ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ସ୍ପେନ୍‌ ଟିମ୍‌କୁ ଜୋରଦାର ସ୍ୱାଗତ କରାଯାଇଛି ।

ଖବର ଅନୁଯାୟୀ, ରବିବାର ସକାଳ ସମୟରେ ଭୁବନେଶ୍ୱର ବିଜୁପଟ୍ଟନାୟକ ବିମାନବନ୍ଦରରେ ଖେଳାଳିଙ୍କ ସହ କୋଚ ଓ ଅଫିସିଆଲ ସଦସ୍ୟ ମଧ୍ୟ ପହଁଞ୍ଚିଛନ୍ତି ।

ତେବେ ଆସନ୍ତା ହକି ବିଶ୍ୱକପ୍ ରେ ସ୍ପେନ ତାର ପ୍ରଥମ ମ୍ୟାଚ ଘରୋଇ ଟିମ ଭାରତ ବିପକ୍ଷରେ ଖେଳିବ । ଏଥିପାଇଁ ଦଳ ସମ୍ପୂର୍ଣ ପ୍ରସ୍ତୁତ ଥିବା କହିଛନ୍ତି ସ୍ପେନ ଅଧିନାୟକ ।

ସେହିପରି ପୂର୍ବରୁ ଚିଲି ଓ ନେଦରଲ୍ୟାଣ୍ଡ ଟିମ୍ ଓଡିଶାରେ ପହଞ୍ଚିସାରିଛନ୍ତି । ଉଭୟ ଦଳ ଏବେ ଜୋରାଦାର ଅଭ୍ୟାସ ଜାରି ରଖିଛନ୍ତି । ଆସନ୍ତା ୧୩ ତାରିଖରୁ ଭୁବନେଶ୍ୱର ଓ ରାଉରକେଲାରେ ଆରମ୍ଭ ହେବ ପୁରୁଷ ହକି ବିଶ୍ୱକପ୍‌ । ଯାହା ଜାନୁଆରୀ ୨୯ ପର୍ଯ୍ୟନ୍ତ ଚାଲିବ । ତେବେ ହକି ବିଶ୍ୱକପ୍‌କୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି ।

Related Posts