ଆଜିଠୁ ହକି ବିଶ୍ବକପ ଟିକେଟ ବିକ୍ରି ଆରମ୍ଭ: ଭୋର ୪ଟାରୁ ଟିକେଟ କାଉଣ୍ଟର ଆଗରେ ଲୋକଙ୍କ ଲମ୍ବା ଲାଇନ

ଭୁବନେଶ୍ୱର୧୯/୧୨(ସତ୍ୟପାଠ ବ୍ୟୁରୋ): ଓଡ଼ିଶାରେ ଖେଳାଯିବ ପୁରୁଷ ହକି ବିଶ୍ବକପ। ଏହି ମ୍ୟାଚକୁ ଦେଖିବା ପାଇଁ ଜନସାଧାରଣ ଖୁବ ଉତ୍ସାହିତ ଅଛନ୍ତି। ଆଜି ଦିନ ସାଢ଼େ ୧୧ଟା ରୁ ଏଥିପାଇଁ ଟିକେଟ ବିକ୍ରି ଆରମ୍ଭ ହେବ। ହେଲେ ଲୋକଙ୍କ ମଧ୍ୟରେ ଟିକେଟ ପାଇବା ଲାଗି ଉତ୍ସାହ ଏତେ ଯେ, ଭୋର ୪ଟାରୁ ଟିକେଟ ପାଇଁ ଟିକେଟ କାଉଣ୍ଟର ଆଗରେ ଉଭୟ ପୁରୁଷ ଓ ମହିଳାଙ୍କ ଅସମ୍ଭାଳ ଭିଡ଼ ଦେଖିବାକୁ ମିଳିଛି।

ଆଜି(ଡିସେମ୍ବର ୧୯) ଠାରୁ ହକି ବିଶ୍ବକପ୍‌ ମ୍ୟାଚ୍‌ର ଅଫ୍‌ଲାଇନ୍ ଟିକେଟ ବିକ୍ରି ଆରମ୍ଭ ହେବ। ଭୁବନେଶ୍ବରସ୍ଥିତ କଳିଙ୍ଗ ଷ୍ଟାଡୟମର ୮ ନମ୍ବର ଗେଟରେ ହକି ଟିକେଟ୍ ମିଳିବ। ସେହିପରି ରାଉରକେଲାର ବିର୍ସା ମୁଣ୍ଡା ଷ୍ଟାଡିୟମ୍‌ର ୬ ନମ୍ବର ଗେଟରେ ଦର୍ଶକମାନେ ନିଜର ଟିକେଟ ଭୁବନେଶ୍ବର: ଏଫ୍‌ଆଇଏଚ୍‌ ପୁରୁଷ ହକି ବିଶ୍ବକପ୍‌ ପାଇଁ ପ୍ରସ୍ତୁତି ଚୁଡ଼ାନ୍ତ ପର୍ଯ୍ୟାୟରେ ପହଂଚିଛି। ଉଭୟ ହକି ଖେଳାଳି ଓ ଦର୍ଶକମାନେ ପୁଣି ପାଇପାରିବେ।

କଳିଙ୍ଗ ଷ୍ଟାଡିୟମ୍‌ରେ ୱେଷ୍ଟ ଷ୍ଟାଣ୍ଡ ପାଇଁ ଟିକେଟ୍‌ର ମୂଲ୍ୟ ୫୦୦ ଟଙ୍କା ରଖାଯାଇଛି। ସେହିଭଳି ଇଷ୍ଟ ଷ୍ଟାଣ୍ଡ ପାଇଁ ୪୦୦ ଓ ନର୍ଥ ଏବଂ ସାଉଥ୍ ଷ୍ଟାଣ୍ଡ ପାଇଁ ୨୦୦ ଟଙ୍କା ଲେଖାଏଁ ଧାର୍ଯ୍ୟ କରାଯାଇଛି। ରାଉରକେଲା ବିର୍ସା ମୁଣ୍ଡା ଷ୍ଟାଡିୟମ୍ ପାଇଁ ୱେଷ୍ଟ ଷ୍ଟାଣ୍ଡ ପାଇଁ ୫୦୦, ଇଷ୍ଟ ଷ୍ଟାଣ୍ଡ ପାଇଁ ୨୦୦ ଆଉ ନର୍ଥ ଏବଂ ସାଉଥ୍ ଷ୍ଟାଣ୍ଡ ପାଇଁ ୧୦୦ ଟଙ୍କା ଧାର୍ଯ୍ୟ କରାଯାଇଛି। ଚଳିତ ହକି ବିଶ୍ବକପରେ ଭାରତ ଜାନୁଆରି ୧୩ ତାରିଖ ଠାରୁ ନିଜର ଅଭିଯାନ ଆରମ୍ଭ କରିବ।

Related Posts