ସୁଭଦ୍ରା ମାର୍ଗଦର୍ଶିକାକୁ ନେଇ ଗୃହରେ ହୋହାଲ୍ଲା; ୧୧ଟା ୩୦ ପର୍ଯ୍ୟନ୍ତ ମୁଲତବି

ଭୁବନେଶ୍ୱର,୨/୯(ସତ୍ୟପାଠ ବ୍ୟୁରୋ):   ବିଧାନସଭା ଦ୍ୱିତୀୟ ପର୍ଯ୍ୟାୟ ଅଧିବେଶନରେ ଆଜି ଗୃହରେ ପୂର୍ବତନ ବିଧାୟକ ସ୍ୱଗର୍ତ ଅଶ୍ୱନୀ ଗୁରୁଙ୍କ ବିୟୋଗରେ ଶୋକ ପ୍ରସ୍ତାବ ଆଗତ ହୋଇଛି। ଶୋକ ପ୍ରସ୍ତାବ ଆଗତ କରିଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏହାକୁ ସମର୍ଥନ ଜଣାଇଥିଲେ ବିରୋଧୀ ଦଳ ମୁଖ୍ୟ ସଚେତକ ଓ କଂଗ୍ରେସ ବିଧାୟକ ଦଳ ନେତା। ଶୋକ ପ୍ରସ୍ତାବ ଆଗତ ପରେ ମୁଖ୍ୟମନ୍ତ୍ରୀଙ୍କ ବିବୃତ୍ତି ବେଳେ ବିରୋଧୀ ସଦସ୍ୟମାନେ ହୋହାଲ୍ଲା କରିଥିଲେ।

ସୁଭଦ୍ରା ଯୋଜନାରେ ଜାରି ହୋଇଥିବା ମାର୍ଗଦର୍ଶିକାକୁ ନେଇ ଅସନ୍ତୋଷ ପ୍ରକାଶ କରିବା ସହ ବିଜେଡି ବିଧାୟକ ମାନେ ଗୃହର ମଧ୍ୟଭାଗରେ ଆସି ନାରାବାଜି କରିଥିଲେ। ଏଥିରେ କଂଗ୍ରେସ ବିଧାୟକମାନେ ମଧ୍ୟ ସାମିଲ ହୋଇଥିଲେ। ଫଳରେ ବାଚସ୍ପତି ଗୃହକୁ ୧୧ଟା ୩୦ ମିନିଟ ପର୍ଯ୍ୟନ୍ତ ମୁଲତବି ଘୋଷଣା କରିଛନ୍ତି।

ସୁଭଦ୍ରା ଯୋଜନାକୁ ନେଇ ସରକାର ଯେଉଁ ମାର୍ଗଦର୍ଶିକା ଜାରି କରିିଛନ୍ତି ସେଥିରୁ ଅନେକ ମହିଳା ବାଦ ପଡିବେ। ନିର୍ବାଚନ ବେଳେ ସବୁ ମହିଳାଙ୍କୁ ସୁଭଦ୍ରା ଯୋଜନାରେ ସାମିଲ କରି ୫୦ହଜାର ଟଙ୍କା ଯୋଗାଇ ଦେବାକୁ ବିଜେପି ପ୍ରତିଶ୍ରୁତି ଦେଇଥିଲା। ହେଲେ ଏବେ ସରକାରକୁ ଆସିବା ପରେ ପ୍ରତିଶ୍ରୁତି ପାଳନ କରୁନାହାଁନ୍ତି ସରକାର। ଏହି ଯୋଜନାରେ ସବୁ ରାଜ୍ୟର ମହିଳାଙ୍କୁ ସାମିଲ କରିବାକୁ ଦାବି କରିଛନ୍ତି ବିରୋଧୀ। ମିଛ କହି ଶାସନକୁ ଆସିଥିବାରୁ ଲୋକଙ୍କ ପାଖରେ ସ୍ୱୀକାର କରିବାକୁ ଦାବି କରିଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ। ମିଛ କଥା କହି ଭୋଟ ହାତେଇ ଥିବାରୁ ପ୍ରତି ଗାଁ, ପଞ୍ଚାୟତ, ଓ ବ୍ଲକ ସ୍ତରରେ ସଚେତନ କରିବ ବିଜେଡି।

Related Posts