ଆରପାରିରେ ହଲିଉଡ୍ ଅଭିନେତ୍ରୀ ଆଞ୍ଜେଲା ଲାନ୍ସବରୀ

ମୁମ୍ଵାଇ : ଆରପାରିରେ ହଲିଉଡ୍ ଅଭିନେତ୍ରୀ ଆଞ୍ଜେଲା ଲାନ୍ସବରୀ । ୯୬ ବର୍ଷ ବୟସରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ଏନେଇ ଅଭିନେତ୍ରୀଙ୍କ ପରିବାର ପକ୍ଷରୁ ଏହି ସୂଚନା ଦିଆଯାଇଛି। ତାଙ୍କ ପରିବାର ଲୋକ ଏକ ବିବୃତ୍ତିରେ କହିଛନ୍ତି, ଆଞ୍ଜେଲା ତାଙ୍କ ଲସ୍ ଆଞ୍ଜେଲସ୍ ଘରେ ଶୋଇଥିବା ଅବସ୍ଥାରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି।

ଅଭିନେତ୍ରୀ ତାଙ୍କର ୯୭ ତମ ଜନ୍ମଦିନର ୫ ଦିନ ପୂର୍ବରୁ ଦୁନିଆକୁ ବିଦାୟ ଦେଇଛନ୍ତି ।

ଦୀର୍ଘ ଦିନ ଧରି ଚାଲିଆସୁଥିବା ଆମେରିକୀୟ ଟିଭି ଧାରାବାହିକ ମର୍ଡର: ସି ରୋଟରେ ଆଞ୍ଜେଲା ଅପରାଧ ସମାଧାନ ରହସ୍ୟ ଲେଖକଙ୍କ ଚରିତ୍ରରେ ଅଭିନୟ କରିଥିଲେ। ଏଥି ସହିତ, ଫିଲ୍ମରେ ଆଞ୍ଜେଲା ସହାୟକ ଭୂମିକାର ମୂଲ୍ୟକୁ ଏକ ଭିନ୍ନ ସ୍ଥାନ ଦେଇଥିଲେ। ଆଞ୍ଜେଲା କିଶୋର ଅବସ୍ଥାରେ ହଲିଉଡରେ ପାଦ ଦେଇଥିଲେ। ତାଙ୍କର ପ୍ରଥମ ଚଳଚ୍ଚିତ୍ର ୧୯୪୪ ମସିହାରେ ‘ଗ୍ୟାସ ଲାଇଟ୍’ ଥିଲା।

ଆଞ୍ଜେଲା ୧୯୪୫ ମସିହାରେ ଦି ପିକ୍ଚର ଅଫ୍ ଡୋରିଆନ୍ ଗ୍ରେରେ କାମ କରିଥିଲେ। ଏହି ଫିଲ୍ମରେ କାମ ପାଇଁ ସେ ଓସ୍କାର ପୁରସ୍କାର ପାଇବାକୁ ମନୋନୀତ ହୋଇଥିଲେ। ଅଭିନେତ୍ରୀଙ୍କୁ ତାଙ୍କର ପ୍ରଥମ ଫିଲ୍ମର ୭ ଦଶନ୍ଧି ପରେ, ତାଙ୍କୁ ୮୮ ବର୍ଷ ବୟସରେ ଆଜୀବନ ସଫଳତା ପାଇଁ ସମ୍ମାନଜନକ ଓସ୍କାର ପ୍ରଦାନ କରାଯାଇଥିଲା ।

Related Posts