ସ୍ତ୍ରୀ ସରପଂଚ କୁ ସ୍ୱାମୀ ନାଏବ ସରପଂଚ

ବରଗଡ଼: ରାଜ୍ୟରେ ଶେଷ ହୋଇଛି ପଂଚାୟତ ନିର୍ବାଚନ | ବରଗଡ଼ ଜିଲ୍ଲା ଝାରବନ୍ଧ ବ୍ଲକ ଅନ୍ତର୍ଗତ କୁମିର ପଂଚାୟତରେ ଏବେ ସରପଞ୍ଚ ଓ ନାଏବ ସରପଞ୍ଚ ପଦବୀକୁ ନେଇ ଚର୍ଚା ଜୋର ଧରିଛି | ଗୋଟିଏ ପରିବାର ଦୁଇ ଜଣ ଏହି ପଦବୀର ଅଧିକାରୀ ହୋଇଛନ୍ତି | ସ୍ତ୍ରୀ ସରପଂଚ ଭାବେ ନିର୍ବାଚିତ ହୋଇଥିବା ବେଳେ, ସ୍ୱାମୀ ନାଏବ ସରପଂଚ ଭାବେ ନିର୍ବାଚିତ ହୋଇଛନ୍ତି | ଉକ୍ତ ପଂଚାୟତରେ ଯମୁନା ସାହୁ ସରପଂଚ ଭାବେ ନିର୍ବାଚିତ ହୋଇଥିବା ବେଳେ, ଶୁକ୍ରବାର ନାଏବ ସରପଂଚ ନିର୍ବାଚନରେ ତାଙ୍କ ସ୍ୱାମୀ ଭିକାରି ଚରଣ ସାହୁ ନିର୍ବାଚିତ ହୋଇଛନ୍ତି | ଏହି ଦମ୍ପତି ସରପଂଚ ଓ ନାଏବ ସରପଂଚ ପଦବୀରେ ରହିବାକୁ ନେଇ ସାଧାରଣରେ ଆଲୋଚନାର ବିଷୟ ପାଲଟିଛି |

ସୂଚନାଯୋଗ୍ୟ, ଭିକାରି ପୂର୍ବରୁ ଉକ୍ତ ପଂଚାୟତରେ ସରପଂଚ ଭାବେ ନିର୍ବାଚିତ ହୋଇଥିଲେ | ଗତ ପଂଚାୟତ ଭୋଟରେ ସରପଂଚ ଆସନ ମହିଳାଙ୍କ ପାଇଁ ସଂରକ୍ଷିତ ଥିବାରୁ ତାଙ୍କ ସ୍ତ୍ରୀ ନିର୍ବାଚନ ଲଢ଼ିଥିଲେ | ଏଥିରେ ବିଜୟ ହାସଲ କରି ସରପଞ୍ଚ ହୋଇଥିଲେ | ଅନ୍ୟପଟେ ଭିକାରି ୱର୍ଡ ସଭ୍ୟ ପଦବୀରେ ଲଢ଼ି ଜିତିଥିଲେ |

Related Posts