ନୂଆଦିଲ୍ଲୀ(ସତ୍ୟପାଠ ବ୍ୟୁରୋ): ନିଜର ବୟାନକୁ ନେଇ ବର୍ତ୍ତମାନ ନୁସରତ ଗନି ବେଶ ଚର୍ଚ୍ଚାରେ ରହିଛନ୍ତି । ତେବେ ସେ ଜଣେ ମୁସଲମାନ ଥିବାରୁ ୨୦୨୦ ମସିହାରେ ତାଙ୍କୁ ମନ୍ତ୍ରୀ ପଦରୁ ବରଖାସ୍ତ କରିଦିଆଯାଇଥିଲା । ଏପରିକି ତାଙ୍କ ବରଖାସ୍ତ ହେବା ପଛରେ ତାଙ୍କ ଧର୍ମ ମୁସଲମାନ ହିଁ ମୁଖ୍ୟ କାରଣ ବୋଲି ସେ କହିଛନ୍ତି । ଏ ଖବର ସାମ୍ନାକୁ ଆସିବା ପରେ ବର୍ତ୍ତମାନ ନୁସରତ ଗନି ବେଶ ଚର୍ଚ୍ଚାରେ ରହିଛନ୍ତି । ସେପଟେ କଂଜରଭେଟିଭ ପାର୍ଟିର ବିଧାୟକ ନୁସରତ ଗନୀ ମନ୍ତ୍ରୀ ପଦରୁ ବରଖାସ୍ତ କରିବାର କାରଣ ପଚାରିଥିଲେ, ସେତେବେଳେ ସେ ମୁସଲମାନ ଥିବାରୁ ଏପରି ତାଙ୍କ ସହ କରାଯାଇଛି ବୋଲି ପାର୍ଟି କହିଥିଲା ବୋଲି ନୁସରତ କହିଛନ୍ତି । ଅନ୍ୟପଟେ ପାର୍ଟିର ମୁଖ୍ୟ ଗନୀଙ୍କ ଅଭିଯୋଗକୁ ସମ୍ପୂର୍ଣ୍ଣ ମିଥ୍ୟା ଏବଂ ଅପମାନଜନକ ବୋଲି କହିଛନ୍ତି ।
ଗନୀଙ୍କ ଅଭିଯୋଗର ତଦନ୍ତ କରାଯିବା ଉଚିତ ବୋଲି କ୍ୟାବିନେଟ ମନ୍ତ୍ରୀ ନାଦିମ ଜାହାଭି କହିଛନ୍ତି। ଘାନିଙ୍କୁ ୨୦୧୮ ରେ ପରିବହନ ବିଭାଗରେ ଏକ ପଦବୀରେ ନିଯୁକ୍ତ କରାଯାଇଥିଲା । କିନ୍ତୁ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନଙ୍କ ସରକାରରେ ଏକ ଛୋଟ ପରିବର୍ତ୍ତନ ସମୟରେ ଫେବୃଆରୀ ୨୦୨୦ ମସିହାରେ ତାଙ୍କୁ ମନ୍ତ୍ରୀ ପଦରୁ ବରଖାସ୍ତ କରାଯାଇଥିଲା । ଏନେଇ ଯେତେବେଳେ ଗନି ସରକାରଙ୍କୁ ପ୍ରଶ୍ନ କରିଥିଲେ । ସେତେବେଳେ ସେ ମୁସଲମାନ ହେବା ଏକ କାରଣ ବୋଲି ତାଙ୍କୁ କୁହାଯାଇଥିଲା । ଏପରିକି ଗନୀ ଏହା ଉପରେ ପ୍ରଶ୍ନ ଉଠାନ୍ତି ତେବେ ତାଙ୍କୁ ବହିଷ୍କାର କରାଯିବ ଏବଂ ତାଙ୍କ କ୍ୟାରିୟର ଏବଂ ପ୍ରତିଷ୍ଠାକୁ ନଷ୍ଟ କରିଦିଆଯିବ ବୋଲି କହିଥିଲେ । ସେପଟେ ଦଳର ମୁଖ୍ୟ ଏପରି ଅଭିଯୋଗ ସମ୍ପୂର୍ଣ୍ଣ ମିଛ ବୋଲି କହିଥିବାର ଦେଖିବାକୁ ମିଳିଛି ।





