‘ମୋର ଇସ୍ତଫା ଦବାର ନାହିଁ’; ଯାଜପୁର ଉପନିର୍ବାଚନ ଚର୍ଚ୍ଚା ଭିତରେ ସୁଜାତାଙ୍କ ବଡ ବୟାନ

ଭୁବନେଶ୍ୱର,୩/୧୦(ସତ୍ୟପାଠ ବ୍ୟୁରୋ): କାଲି ଯାଜପୁରରେ ବିଜେଡି ନେତା ବବି ଦାସଙ୍କ ଭାଷଣ ପରେ ଆଜି ଯାଜପୁର ବିଧାୟିକା ସୁଜାତା ସାହୁ ଏକ ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି ମୋର ଇସ୍ତଫା ଦେବାର ନାହିଁ କି ପ୍ରଣବ ପ୍ରକାଶ ଦାସ ଉପନିର୍ବାଚନ ଲଢ଼ିବାର ନାହିଁ । ଯାହାଙ୍କ ପାଇଁ ମୁଁ ଏ ଯାଏ ଆସିଛି, ସେମାନେ ଏ କଥା କହିନାହାନ୍ତି । ଯାହା ସବୁ ପ୍ରଚାର ଚାଲିଛି ସେଥିରେ କୌଣସି ସତ୍ୟତା ନାହିଁ ବୋଲି ସୁଜତା ସାହୁ କହିଛନ୍ତି । 

ସେ ଆହୁରି କହିଛନ୍ତି ଯେ, ‘ମୁଁ ଇସ୍ତଫା ଦେବି କହିନି କି ମୋ ନେତା ଉପନିର୍ବାଚନ ଲଢ଼ିବେ ବୋଲି କହିନାହାନ୍ତି । ସେ ଯାଜପୁର ପାଇଁ ଲଢ଼ିବେ ବୋଲି କହିଛନ୍ତି, ଉପନିର୍ବାଚନରେ ନୁହେଁ’ ।

Related Posts