ମୁଖ୍ୟମନ୍ତ୍ରୀ ପଦ ପାଇଁ ମୋତେ ଅଢେଇ ହଜାର କୋଟି ଟଙ୍କା ମଗାଯାଇଥିଲା, କର୍ଣ୍ଣାଟକ ବିଜେପି ବିଧାୟକଙ୍କ ଖୁଲାସା, ତଦନ୍ତ ଦାବି କଲା କଂଗ୍ରେସ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): କର୍ଣ୍ଣାଟକର ଜଣେ ବିଜେପି ବିଧାୟକ ନିଜ ଦଳକୁ ନେଇ ଏକ ବଡ଼ ଖୁଲାସା କରିଛନ୍ତି । ଯାହାକୁ ନେଇ ସାରା ଦେଶରେ ଚର୍ଚ୍ଚା ଜୋର ଧରିବାରେ ଲାଗିଛି । ତେବେ ରାଜ୍ୟର ମୁଖ୍ୟମନ୍ତ୍ରୀ ପଦ ପାଇଁ ତାଙ୍କୁ ଅଢ଼େଇ ହାଜର କୋଟି ଟଙ୍କା ମଗାଯାଇଥିଲା ବୋଲି ବିଜେପି ବିଧାୟକ ବାସଙ୍ଗଉଡା ୟାଟନାଲ ଦାବି କରିଛନ୍ତି । ବିଜେପି ନେତା କହିଛନ୍ତି ଯେ କର୍ଣ୍ଣାଟକର ଶୀର୍ଷ ପଦବୀ ପାଇବାକୁ ତାଙ୍କୁ ବିପୁଳ ପରିମାଣର ଅର୍ଥ ଦେବାକୁ କହିଥିଲେ। ଏକ ପାର୍ଟୀ କାର‌୍ୟ୍ୟକ୍ରମରେ ଯୋଗ ଦେଇ ୟାଟନାଲ କହିଛନ୍ତି, ରାଜନୀତିରେ ଗୋଟିଏ କଥା ବୁଝନ୍ତି । ସୋନିଆ ଗାନ୍ଧୀ କିମ୍ବା ଜେପି ନାଡାଙ୍କୁ ଭେଟି ଟିକେଟ ପାଇବାର ଆଶା ରଖନ୍ତୁ ନାହିଁ । ତେଣୁ ଯଦି ୨୫୦୦ କୋଟି ଦେବ ତାହାଲେ ରାଜ୍ୟର ମୁଖ୍ୟମନ୍ତ୍ରୀ କରାଯିବ ବୋଲି କହିଛନ୍ତି ।

କେବଳ ଏତିକି ନୁହେଁ ବରଂ ମୁଁ ନିଜେ ଭାବୁଥିଲି ୨୫୦୦ କୋଟି କ’ଣ ବୋଲି ସେମାନେ ଭାବନ୍ତି? ସେମାନେ ଏହି ଟଙ୍କା କେଉଁଠାରେ ରଖିବେ? ତେଣୁ ଟିକେଟ୍ ପ୍ରଦାନ କରୁଥିବା ଏହି କମ୍ପାନୀଗୁଡିକ ଏକ ବଡ ଘୋଟାଲା ବୋଲି ବିଜେପି ନେତା କହିଛନ୍ତି। ବିଜେପି ବିଧାୟକଙ୍କ ମନ୍ତବ୍ୟ ଉପରେ ପ୍ରତିକ୍ରିୟା ପ୍ରକାଶ କରି କର୍ଣ୍ଣାଟକ କଂଗ୍ରେସ ମୁଖ୍ୟ ଡି.କେ ଶିବକୁମାର ୟାଟନଲଙ୍କ ଅଭିଯୋଗର ଯାଞ୍ଚ ପାଇଁ ଦାବି କରିଛନ୍ତି । ଏହା ଏକ ଜାତୀୟ ପ୍ରସଙ୍ଗ ଏବଂ ଏହାର ଅନୁସନ୍ଧାନ କରାଯିବା ଆବଶ୍ୟକ ବୋଲି ଶିବକୁମାର କହିଛନ୍ତି। ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶର ରାଜନୈତିକ ମାହୋଲ ବେଶ ଚଳଚଞ୍ଚଳ ହୋଇ ଉଠିଛି ।

Related Posts