‘କୌଣସି ଦଳରେ ଯୋଗ ଦେବିନି, ଦଳ ଟିକେଟ୍ ନଦେଲେ ସ୍ଵାଧୀନ ଭାବେ ନିର୍ବାଚନ ଲଢିବି’: ମହମ୍ମଦ ମୋକିମ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଦଳ ବିରୋଧୀ କାର୍ଯ୍ୟ ପାଇଁ ବାରବାଟୀ-କଟକ ବିଧାୟକ ମହମ୍ମଦ ମୋକିମ ଏବଂ ପୂର୍ବତନ ବିଧାୟକ ତଥା ଦଳର ପୂର୍ବତନ କାର୍ଯ୍ୟକାରୀ ସଭାପତି ଚିରଞ୍ଜୀବ ବିଶ୍ୱାଳଙ୍କୁ କଂଗ୍ରେସ୍ ସସପେଣ୍ଡ କରିଛି । ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ଅଭିଯୋଗରେ ଦଳ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବା ଏଆଇସିସି ପ୍ରେସ୍ ରିଲିଜରେ ସୂଚନା ଦେଇଛି । ଦଳ ବିରୋଧୀ କାର୍ଯ୍ୟ ପାଇଁ ଉଭୟଙ୍କ ବିରୋଧରେ ଏହି ଆକ୍ସନ ନିଆଯାଇଛି ।ଏହି

ସେ କହିଛନ୍ତି ଯେ, କଂଗ୍ରେସ ଟିକେଟ୍ ନେଇ ପୁଣି ଥରେ କଟକରୁ ନିର୍ବାଚନ ଲଢିବି। ଦଳ ଟିକେଟ୍ ନ ଦେଲେ ସ୍ଵାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢିବି। କିନ୍ତୁ ଅନ୍ୟ କୌଣସି ଦଳରେ ଯୋଗ ଦେବାର ପ୍ରଶ୍ନ ଉଠୁନି। ପିସିସି ସଭାପତିଙ୍କ ସହ ମୋର ବ୍ୟକ୍ତିଗତ ବିବାଦ ନାହିଁ। ଦଳର ଦୋଷ ତ୍ରୁଟିକୁ ମୁଁ ସମାଲୋଚନା କରିଛି। କେବେ ଦଳ ବିରୋଧୀ କାର୍ଯ୍ୟ କରିନି। ମୋ ମନରେ ଥିବା କ୍ଷୋଭ କେହି କେବେ ବୁଝି ନାହାନ୍ତି। ଖରାପ ସମୟରେ କଂଗ୍ରେସ ସହ ଥିଲୁ। କଂଗ୍ରେସକୁ ମଜବୁତ କରୁଥିଲୁ। କିଛି ନୀଚ୍ଚ ସ୍ୱାର୍ଥ ବ୍ୟକ୍ତି, ଯେଉଁମାନଙ୍କର ଗୋଡ଼ ତଳେ ମାଟି ନାହିଁ ସେମାନେ ପଦାଧିକାରୀ ହେବା ପାଇଁ ଦଳର ମଙ୍ଗ ଧରିବା ପାଇଁ ଏହି ପଦକ୍ଷେପ ନେଇଛନ୍ତି ବୋଲି ଜବାବ ରଖିଛନ୍ତି ମୋକିମ୍।

ଏଆଇସିସି ଅନୁସାରେ ପିସିସି ସଭାପତି ଶରତ ପଟ୍ଟନାୟକ, ବିଧାୟକ ମହମ୍ମଦ ମୋକିମ ଏବଂ ଚିରଞ୍ଜୀବ ବିଶ୍ୱାଳଙ୍କ ନାଁରେ ଦଳ ବିରୋଧୀ ଅଭିଯୋଗ କରିଥିଲେ । ଘଟଣା ଶୃଙ୍ଖଳା ଆକ୍ସନ କମିଟିକୁ ପଠାଯାଇଥିଲା। ଏହା ଉପରେ ଡିଏସି ନୋଟିସ୍ ଜାରି ଉଭୟଙ୍କଠାରୁ ଉତ୍ତର ଲୋଢିଥିଲା । ତେବେ ମିଳିଥିବା ଉତ୍ତର ସନ୍ତୋଷଜନକ ନଥିଲା ବୋଲି ଏଥିରେ କୁହାଯାଇଛି । ଡିଏସିର ନିଷ୍ପତ୍ତିକ୍ରମେ ପାର୍ଟି ଉଭୟଙ୍କ ତତ୍କାଳ ପ୍ରଭାବରୁ ସସପେଣ୍ଡ କରିଥିବା ଏଆଇସିସି କହିଛି।

ଉଲ୍ଲେଖଯୋଗ୍ୟ ଯେ, ଗତ ମେ ୨୮ରେ ଚିରଞ୍ଜୀବ, ମୋକିମ୍‌ଙ୍କୁ AICC ଶୃଙ୍ଖଳା କମିଟି ପକ୍ଷରୁ ନୋଟିସ୍ ହୋଇଥିଲା । ସୂଚନା ଭବନରେ ‘ଜାନକୀ-ବସନ୍ତଙ୍କ ଯୋଡି: କଂଗ୍ରେସର ସୁବର୍ଣ୍ଣ ଯୁଗ’ ଶୀର୍ଷକ କାର୍ଯ୍ୟକ୍ରମରେ ଏହି ଦୁଇ ନେତାଙ୍କ ବୟାନକୁ ନେଇ ହୋଇଥିଲା ବିବାଦ । ଖୋଲା ମଞ୍ଚରେ ୨ ନେତା ଦଳ ବିରୋଧୀ ମନ୍ତବ୍ୟ ଦେଇଥିଲେ । ରାଜ୍ୟ ନେତୃତ୍ଵକୁ ନେଇ ପ୍ରଶ୍ନ ଉଠାଇଥିଲେ ।

Related Posts