ପ୍ରଧାନମନ୍ତ୍ରୀ ମୋଦିଙ୍କର ଛୋଟ ସିପାହୀଟିଏ ହୋଇ ଦେଶ ସେବା କରିବି: ହାର୍ଦ୍ଦିକ ପଟେଲ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଆଜି ବିଜେପିରେ ଯୋଗ ଦେବାକୁ ଯାଉଛନ୍ତି ଗୁଜୁରାଟର ପାଟିଦାର ନେତା ହାର୍ଦ୍ଦିକ ପଟେଲ । ଏହା ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ଛୋଟିଆ ସିପାହୀଟିଏ ହେବି ବ‌ୋଲି ଆଜି ବିଜେପିରେ ଯୋଗ ଦେବା ପୂର୍ବରୁ ଟୁଇଟ୍ କରି ହାର୍ଦ୍ଦିକ ପଟେଲ୍ କହିଛନ୍ତି। ଟୁଇଟ୍‌ରେ ସେ ଆହୁରି ମଧ୍ୟ କହିଛନ୍ତି ଯେ, ଦେଶ, ରାଜ୍ୟ, ସର୍ବସାଧାରଣ ଏବଂ ସାମାଜିକ ହିତ ଦୃଷ୍ଟିରୁ ସେ ତାଙ୍କ ଜୀବନର ନୂତନ ପର‌୍ୟ୍ୟାୟ ଆରମ୍ଭ କରିବେ।

ଟୁଇଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବକୁ ପ୍ରଶଂସା କରି ହାର୍ଦ୍ଦିକ ପଟେଲ୍ ଲେଖିଛନ୍ତି, ନରେନ୍ଦ୍ର ଭାଇ ମୋଦୀଙ୍କ ସଫଳ ନେତୃତ୍ବରେ ଦେଶର ମହତ୍ ସେବାରେ ମୁଁ ଜଣେ ସାମାନ୍ୟ ସିପାହୀ ଭାବେ କାର‌୍ୟ୍ୟ କରିବି ବୋଲି କହିଛନ୍ତି । ସେପଟେ ଗୁଜରାଟର ବିଜେପି ସଭାପତି ସି.ଆର୍‌. ପଟେଲ୍ ପଟିଦାର ନେତା ହାର୍ଦ୍ଦିକ ପଟେଲ୍‌ଙ୍କୁ ଦଳରେ ସାମିଲ୍ କରାଇବେ। କିଛି ମାସ ଧରି ହାର୍ଦ୍ଦିକ ପଟେଲ୍ କଂଗ୍ରେସ ଉପରେ ଅସନ୍ତୋଷ ବ୍ୟକ୍ତ କରିଆସୁଥିଲେ। ଗୁଜରାଟର ବାସ୍ତବ ସମସ୍ୟା ଉପରେ କଂଗ୍ରେସ ନେତୃତ୍ବର ଆଗ୍ରହ ନାହିଁ ଅଭିଯୋଗ କରି ଶେଷରେ ମେ ୧୮ ତାରିଖ ଦିନ ହାର୍ଦ୍ଦିକ ପଟେଲ୍ ଦଳରୁ ଇସ୍ତଫା ଦେଇଥିଲେ।

Related Posts