ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ଓଡ଼ିଶାରେ ଜନଗଣନା ପରିଚାଳନା ନିର୍ଦ୍ଦେଶକ (ଡିସିଓ) ଏବଂ ନାଗରିକ ପଞ୍ଜୀକରଣ ନିର୍ଦ୍ଦେଶକ (ଡିସିଆର) ଭାବେ ଆଇଏଏସ ଅଧିକାରୀ ନିଖିଳ ପବନ କଲ୍ୟାଣଙ୍କୁ ନିଯୁକ୍ତ କରାଯାଇଛି। କେନ୍ଦ୍ର କାର୍ମିକ ଏବଂ ତାଲିମ ମନ୍ତ୍ରଣାଳୟ ପକ୍ଷରୁ ଓଡ଼ିଶା ସରକାରଙ୍କ ମୁଖ୍ୟ ସଚିବଙ୍କୁ ପଠାଯାଇଥିବା ଏକ ଚିଠି ଅନୁସାରେ, କଲ୍ୟାଣ ୨୦୨୫ ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ ବା ପରବର୍ତ୍ତୀ ନିର୍ଦ୍ଦେଶ ନ ମିଳିବା ପର୍ଯ୍ୟନ୍ତ ଏହି ଦାୟିତ୍ୱ ନିର୍ବାହ କରିବେ।
ନିଖିଳ ପବନ କଲ୍ୟାଣ ବର୍ତ୍ତମାନ ରାଜ୍ୟ ମୃତ୍ତିକା ସଂରକ୍ଷଣ ଓ ଉଦ୍ୟାନକୃଷି ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଛନ୍ତି। ପୂର୍ବତନ ଜନଗଣନା ନିର୍ଦ୍ଦେଶକ ଉଦୟ ନାରାୟଣ ଦାସଙ୍କୁ ଗତ ମେ ମାସରେ ରାଜ୍ୟ ସରକାର ଓଡ଼ିଶା ଲୋକସେବା ଆୟୋଗର ସଦସ୍ୟ ଭାବେ ନିଯୁକ୍ତ କରିବା ପରେ ଏହି ପଦବୀ ଖାଲି ହୋଇ ପଡ଼ିଥିଲା।





