ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ଦୁର୍ନୀତି ମାମଲାରେ ସିବିଆଇ ଛାଟ ପାଇଥିବା ବରିଷ୍ଠ ଆଇଏଏସ୍ ଅଫିସର ବିଷ୍ଣୁପଦ ସେଠୀଙ୍କୁ ରାଜ୍ୟ ସରକାର ଦଣ୍ଡମୁକ୍ତ କରିଛନ୍ତି । ସାଧାରଣ ପ୍ରଶାସନ ବିଭାଗର ଓଏସଡି ଭାବେ ୧୪ ମାସ ହେଲା ଦଣ୍ଡ ଭୋଗୁଥିବା ବିଷ୍ଣୁପଦଙ୍କୁ ଅପେକ୍ଷାକୃତ ସମ୍ମାନଜନକ ପଦକୁ ଫେରାଇ ଆଣିଛନ୍ତି । ଓଡ଼ିଶା ବନ ଉନ୍ନୟନ ନିଗମର ଅଧ୍ୟକ୍ଷ ଭାବେ ତାଙ୍କୁ ନିଯୁକ୍ତି ମିଳିଛି । କେବିକେର ମୁଖ୍ୟ ପ୍ରଶାସକ ଭାବେ ମଧ୍ୟ ଅତିରିକ୍ତ ଦାୟିତ୍ୱ ସମ୍ଭାଳିବେ ।
ଏଥିସହ ବରିଷ୍ଠ ଆଇଏଏସ୍ ଏବଂ ସଚିବସ୍ତରରେ ରାଜ୍ୟ ସରକାର ଆଜି ବଡ଼ ଧରଣର ଅଦଳବଦଳ କରିଛନ୍ତି । ଅତିରିକ୍ତ ମୁଖ୍ୟ ସଚିବ ତଥା ଉନ୍ନୟନ କମିସନର ଦେଓରଂଜନ କୁମାର ସିଂହଙ୍କୁ ଇସ୍ପାତ ଓ ଖଣି ବିଭାଗର ଅତିରିକ୍ତ ଦାୟିତ୍ୱ ମିଳିଛି । ସୁରେନ୍ଦ୍ର କୁମାରଙ୍କ ହାତରେ ଏହି ବିଭାଗ ଥିଲା । ତାଙ୍କୁ ସାଧାରଣ ପ୍ରଶାସନ ଏବଂ ସାଧାରଣ ଅଭିଯୋଗ ଶୁଣାଣି ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଭାବେ ନିଯୁକ୍ତି ଦିଆଯାଇଛି । ଏହି ବିଭାଗକୁ ସେ ଅତିରିକ୍ତ ଦାୟିତ୍ୱ ଭାବେ ସମ୍ଭାଳୁଥିଲେ । ପୂର୍ବରୁ ଥିବା ସଂସଦୀୟ ବ୍ୟାପର ବିଭାଗର ଅତିରିକ୍ତ ଦାୟିତ୍ୱରେ ରହିବେ ।
ଶ୍ରମ ବିଭାଗର ମୁଖ୍ୟ ସଚିବ ଶ୍ରୀମତୀ ଚିତ୍ରା ଅରୁମୁଗମଙ୍କୁ ଗୋପବନ୍ଧୁ ପ୍ରଶାସନ ଏକାଡେମୀର ଡିଜି(ଟ୍ରେନିଂ କୋଅର୍ଡିନେସନ) ଭାବେ ଅତିରିକ୍ତ ଦାୟିତ୍ୱରେ ରହିବେ । ଡ. ଅରବିନ୍ଦ ପାଢ଼ୀଙ୍କୁ ରାଜସ୍ୱ ଏବଂ ପ୍ରାକୃତିକ ଦୁର୍ବିପାକ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଭାବେ ନିଯୁକ୍ତି ମିଳିଛି । ଶ୍ରୀ ଜଗନ୍ନାଥ ମନ୍ଦିର ମୁଖ୍ୟ ପ୍ରଶାସକ ଭାବେ ସେ ପୂର୍ବଭଳି ଅତିରିକ୍ତ ଦାୟିତ୍ୱରେ ରହିବେ । ନଗର ଉନ୍ନୟନ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଶ୍ରୀମତୀ ଉଷା ପାଢ଼ୀଙ୍କୁ ଅତିରିକ୍ତ ଭାବେ ଇଡକୋ ଅଧ୍ୟକ୍ଷ ଦାୟିତ୍ୱ ମିଳିଛି । ସୁୁରେଶ କୁମାର ବୈଶିଷ୍ଠଙ୍କୁ ସାମାଜିକ ସୁରକ୍ଷା ଏବଂ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ଭାବେ ନିଯୁକ୍ତି ମିଳିଛି । ଶ୍ରୀମତୀ ଶୁଭା ଶର୍ମାଙ୍କୁ ଜଳସମ୍ପଦ ବିଭାଗର ପ୍ରମୁଖ ସଚିବ ଭାବେ ନିଯୁକ୍ତି ମିଳିଛି । ଏନବିଏସ ରାଜପୁତଙ୍କୁ ବାଣିଜ୍ୟ ଏବଂ ପରିବହନ ବିଭାଗର ପ୍ରମୁଖ ସଚିବ ଭାବେ ନିଯୁକ୍ତି ମିଳିଛି ।
ପଞ୍ଚାୟତିରାଜ ବିଭାଗର କମିସନର ତଥା ସଚିବ ଗିରିଶ ଏସଏନଙ୍କୁ ଓଡିଶା ଖଣି ନିଗମର ଅଧ୍ୟକ୍ଷ ଭାବେ ଅତିରିକ୍ତ ଦାୟିତ୍ୱ ମିଳିଛି । ଡ. ମ୍ରିଣାଳିନୀ ଦର୍ସୱଲଙ୍କୁ ମହିଳା ଓ ଶିଶୁ କଲ୍ୟାଣ ବିଭାଗର କମିସନର ତଥା ସଚିବ ଭାବେ ନିଯୁକ୍ତି ମିଳିଛି । ସମବାୟ ସଚିବ ରାଜେଶ ପ୍ରଭାକର ପାଟିଲଙ୍କଠାରୁ ନଗର ଉନ୍ନୟନ ବିଭାଗର ସ୍ୱତନ୍ତ୍ର ସଚିବ ଅତିରିକ୍ତ ଦାୟିତ୍ୱକୁ ପ୍ରତ୍ୟାହାର କରାଯାଇଛି । ସ୍ୱତନ୍ତ୍ର ରିଲିଫ୍ କମିସନର, ଓଏଓଡବ୍ଲୁସିର ଅଧ୍ୟକ୍ଷ ଏବଂ ଓସଡମାର ଏମଡି ଭାବେ ସେ ଅତିରିକ୍ତ ଦାୟିତ୍ୱ ସମ୍ଭାଳିବେ । ପର୍ଯ୍ୟଟନ ବିଭାଗର କମିସନର ତଥା ସଚିବ ବଲୱନ୍ତ ସିଂହଙ୍କୁ ଓଡିଶା ରାଜ୍ୟ ରାଜପଥ କର୍ତ୍ତୃପକ୍ଷ ଏମଡି ଭାବେ ଅତିରିକ୍ତ ଦାୟିତ୍ୱ ମିଳିଛି ।
ସଚିନ ରାମଚନ୍ଦ୍ର ଯାଦବଙ୍କୁ କୃଷି ଏବଂ କୃଷକ ସଶକ୍ତିକରଣ ବିଭାଗର କମିସନର ତଥା ସଚିବ ଭାବେ ନିଯୁକ୍ତି ମିଳିଛି । କ୍ରୀଡ଼ା ଓ ଯୁବସେବା ବିଭାଗକୁ ଅତିରିକ୍ତ ଦାୟିତ୍ୱ ଭାବେ ସମ୍ଭାଳିବେ । ସୁଧାଂଶୁ ମୋହନ ସାମଲଙ୍କୁ କେନ୍ଦ୍ରାଞ୍ଚଳ ଆରଡିସି ଭାବେ ଅତିରିକ୍ତ ନିଯୁକ୍ତି ମିଳିଛି । ରଶ୍ମିତା ପଣ୍ଡାଙ୍କୁ ବିଡିଏର ଉପାଧ୍ୟକ୍ଷ ଭାବେ ନିଯୁକ୍ତି ମିଳିଛି । ସାଦିକ୍ ଆଲମଙ୍କୁ ସାଧାରଣ ଉଦ୍ୟୋଗ ବିଭାଗର କମିସନର ତଥା ସଚିବ ଭାବେ ନିଯୁକ୍ତି ମିଳିଛି । ମାନସୀ ନିମ୍ବଲଙ୍କୁ ମିଶନ ଶକ୍ତି ବିଭାଗର କମିସନର ତଥା ସଚିବ ଭାବେ ନିଯୁକ୍ତି ମିଳିଛି ।
ପ୍ରେମଚନ୍ଦ୍ର ଚୌଧୁରୀଙ୍କୁ ମତ୍ସ୍ୟ ଓ ପଶୁ ସମ୍ପଦ ବିଭାଗର କମିସନର ତଥା ସଚିବ ଭାବେ ନିଯୁକ୍ତି ମିଳିଛି । ଅନୁପମ ସାହାଙ୍କୁ ଓବିସିସିର ଏମଡି ଏବଂ ସଂଗ୍ରାମ କେଶରୀ ମହାପାତ୍ରଙ୍କୁ ଉତ୍ତରାଞ୍ଚଳ ରାଜସ୍ୱ କମିସନର ଏବଂ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ଭାବେ ଅତିରିକ୍ତ ଦାୟିତ୍ୱ ମିଳିଛି ।





