ଯଦି ଆମ ସରକାର ଗଠନ ହୁଏ, ତାହାଲେ ଆମେ ଯୋଗୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବୁ: ଅଖିଳେଶ ଯାଦବ

ଗୋରଖପୁର(ସତ୍ୟପାଠ ବ୍ୟୁରୋ): ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଶାସକ ଓ ବିରୋଧୀଙ୍କ ମଧ୍ୟରେ କଡ଼ା ଟକ୍କର ଚାଲିଛି । ନେତାମାନେ ପରସ୍ପର ବିରୋଧରେ ବଡ଼ ବୟାନ ଦେଉଥିବାର ଦେଖିବାକୁ ମିଳିଛି । ଏହା ମଧ୍ୟରେ ସମାଜବାଦୀ ପାର୍ଟିର ସଭାପତି ଅଖିଳେଶ ଯାଦବ ବଡ଼ ବୟାନ ଦେଇଛନ୍ତି । ତେବେ ପୂର୍ବରୁ ଯୋଗୀ ଆଦିତ୍ୟନାଥଙ୍କ ବିରୋଧରେ ଅନେକ ଅପରାଧିକ ମାମଲା ରୁଜୁ ହୋଇଛି । ତାଙ୍କ ବିରୋଧରେ ଯେତିକି ଧାରା ଲାଗିଥିଲା, ସେତିକି ତ ଆଇପିସିରେ ମଧ୍ୟ ନଥିଲା । ଆମ ସରକାର ଆସିବା ପରେ ଯଦି କେହି ସେମାନଙ୍କ ବିରୋଧରେ ଅଭିଯୋଗ କରନ୍ତି, ତେବେ ଆମେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବୁ ବୋଲି ଅଖିଳେଶ ଯାଦବ ସ୍ପଷ୍ଟ କରିଛନ୍ତି ।

କେବଳ ଏତିକି ନୁହେଁ ବରଂ ଚଳିତଥର ବଜେଟକୁ ଭାରତୀୟ ଜନତା ପାର୍ଟିର କର୍ମୀମାନେ ଅମୃତକାଳର ବଜେଟ ବୋଲି କହୁଛନ୍ତି । ତାହାଲେ ମୁଁ ପଚାରିବାକୁ ଚାହେଁ ପୂର୍ବ ବଜେଟରେ ବିଷ ଥିଲା କି? ବୋଲି ଅଖିଳେଶ ଯାଦବ ବିଜେପିକୁ ଟାର୍ଗେଟ କରି କହିଛନ୍ତି । ଏଖବର ସାମ୍ନାକୁ ଆସିବା ପରେ ବର୍ତ୍ତମାନ ସାରା ଦେଶରେ ଏହା ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ସେପଟେ ଏଥର କ୍ଷମତାକୁ ଆସିବ ବୋଲି ସମାଜବାଦୀ ପାର୍ଟି ଜୟନ୍ତ ଚୌଧୁରୀଙ୍କ ଆରଏଲଡି ସହିତ ଗଠବନ୍ଧନ କରିଛି । ଅପରପକ୍ଷରେ ଭାରତୀୟ ଜନତା ପାର୍ଟି ପୂର୍ବ ଉତ୍ତରପ୍ରଦେଶ ଆଉ ବର୍ତ୍ତମାନର ଉତ୍ତରପ୍ରଦେଶର ଉଦାହରଣ ଦେଇ ଲୋକଙ୍କ ପାଖକୁ ଯିବାରେ ଲାଗିଛି । ତେବେ ବର୍ତ୍ତମାନ ଦେଖିବାର ବିଷୟ ଏଥର ରାଜ୍ୟରେ କେଉଁ ରାଜନୈତିକ ଦଳ କ୍ଷମତାରେ ରହୁଛି ।

Related Posts