ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧୀ ପୁଣିଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଟାର୍ଗେଟ କରିଥିବାର ଦେଖିବାକୁ ମିଳିଛି । ତେବେ ପ୍ରଧାନମନ୍ତ୍ରୀ କର୍ମଚାରୀଙ୍କ ପ୍ରୋଭିଡେଣ୍ଟ ଫଣ୍ଡ (ଇପିଏଫଏ) ର ସୁଧ ହାରକୁ ୮.୧ ପ୍ରତିଶତକୁ ବୃଦ୍ଧି କରିଥିବାରୁ ପ୍ରଧାନମନ୍ତ୍ରୀଙ୍କୁ ରାହୁଲ ଗାନ୍ଧୀ ସମାଲୋଚନା କରିଥିବାର ଦେଖିବାକୁ ମିଳିଛି । ରାହୁଲ ଗାନ୍ଧୀ କହିଛନ୍ତି, ଘରର ଠିକଣା ଲୋକ କଲ୍ୟାଣ ମାର୍ଗ (ପ୍ରଧାନମନ୍ତ୍ରୀଙ୍କ ବାସଭବନ) ରଖିଦେଲେ ଲୋକାମାନଙ୍କର ଦୁଃଖ ଦୂର ହେବ ନାହିଁ । ଏହା ସହ ପ୍ରଧାନମନ୍ତ୍ରୀ ସାଢ଼େ ଛଅ କୋଟି କର୍ମଚାରୀଙ୍କ ବର୍ତ୍ତମାନ ଏବଂ ଭବିଷ୍ୟତକୁ ନଷ୍ଟ କରିବା ପାଇଁ ପ୍ରଧାନମନ୍ତ୍ରୀ ଦର ବୃଦ୍ଧି ଓ ରୋଜଗାର ହ୍ରାସ’ ର ମଡେଲ କାର୍ୟ୍ୟକାରୀ କରିଛନ୍ତି। ସେ ଏକ ଗ୍ରାଫ୍ ମଧ୍ୟ ସେୟାର କରିଛନ୍ତି, ଯାହା ଦର୍ଶାଉଛି ଯେ ୨୦୧୫-୧୬ ରେ ଇପିଏଫ୍ ଉପରେ ସୁଧ ହାର ୮.୮ ପ୍ରତିଶତ ଥିଲା, ଯାହା ବର୍ତ୍ତମାନ ୮.୧ ପ୍ରତିଶତକୁ ଖସି ଆସିଛି। କେବଳ ସେତିକି ନୁହେଁ କିଛିଦିନ ତଳେ କାଶ୍ମୀର ପଣ୍ଡିତଙ୍କ ପ୍ରସଙ୍ଗରେ ବି ରାହୁଲ ଗାନ୍ଧୀ ଏକ ଟ୍ୱିଟ୍ କରିଥିଲେ । ସେ କହିଥିଲେ କି ଘାଟିରେ ଦୈନିକ ବ୍ୟାଙ୍କ ମ୍ୟାନେଜର, ଶିକ୍ଷକ ଓ ସାଧାରଣ ଲୋକଙ୍କୁ ହତ୍ୟା କରାଯାଉଛି ।
ଭୟରେ କାଶ୍ମୀର ପଣ୍ଡିତମାନେ ଘର ଛାଡୁଛନ୍ତି ହେଲେ ସରକାର ସେମାନଙ୍କ ସୁରକ୍ଷାକୁ ଗୁରୁତ୍ୱ ଦେଉ ନାହାଁନ୍ତି । ଜୁନ ପହିଲାରେ ରାହୁଲ ଗାନ୍ଧୀ ଏକ ଟ୍ୱିଟ କରି କାଶ୍ମୀର ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କୁ ଘେରିଥିଲେ । ସେ କହିଥିଲେ କି ଗତ ୫ ମାସ ମଧ୍ୟରେ କାଶ୍ମୀରରେ ୧୫ ଜଣ ସୁରକ୍ଷା କର୍ମୀ ଓ ୧୮ ଜଣ ସାଧାରଣ ଲୋକଙ୍କୁ ହତ୍ୟା କରାଗଲାଣି । ଏହାକୁ ନେଇ ୧୮ ଦିନ ହେବ କାଶ୍ମୀର ପଣ୍ଡିତମାନେ ଧାରଣାରେ ବସିଛନ୍ତି ହେଲେ ସରକାର ତାଙ୍କ ଶାସନର ୮ ବର୍ଷ ପୂର୍ତ୍ତି ପାଳନ କରିବାରେ ବ୍ୟସ୍ତ ଅଛନ୍ତି । ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶର ରାଜନୈତିକ ମାହୋଲ ବେଶ ସରଗରମ ହୋଇ ଉଠିଛି ।





