ବିଜେପି ଯଦି ଚା’ ବାଲାର ପୁଅଙ୍କୁ ପ୍ରଧାନମନ୍ତ୍ରୀ କରିପାରେ; ତାହାଲେ ନିଶାଦଙ୍କ ପୁଅକୁ ଦଳ କିଛି ବି କରିପାରେ: ସଞ୍ଜୟ ନିଶାଦ

ଗୋରଖପୁର(ସତ୍ୟପାଠ ବ୍ୟୁରୋ): ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନର ଆଜି ଷଷ୍ଠ ପର୍ଯ୍ୟାୟ ମତଦାନ ପ୍ରକି୍ରୟା ଚାଲିଛି । ବିଜେପି ଏବଂ ସହଯୋଗୀ ଦଳର ରାଜନୈତିକ ଦଳରନେତାମାନେ ୩୦୦ ରୁ ଅଧିକ ଆସନରେ ଭାରତୀୟ ଜନତା ପାର୍ଟି ଏଥର ଜିତିବ ବୋଲି ଦୃଢ଼କ୍ତି ପ୍ରକାଶ କରିଛନ୍ତି । ଏହା ମଧ୍ୟରେ ବିଜେପି ସହ ମେଣ୍ଟ କରୁଥିବା ନିଶାଦ ପାର୍ଟିର ପ୍ରତିଷ୍ଠାତା ସଞ୍ଜୟ ନିଶାଦ ବଡ଼ ବୟାନ ଦେଇଛନ୍ତି । ତେବେ ଏଥର ବାର୍ ୩୦୦ ପାର ଅର୍ଥାତ ଆମେ ଏଥର ୩୦୦ ରୁ ଅଧିକ ସିଟରେ ଜିତିବୁ । ଉତ୍ତରପ୍ରଦେଶରେ ଯଦି ବିଜେପି କ୍ଷମତାକୁ ଆସେ ତେବେ କ୍ୟାବିନେଟ ପଦବୀ ପାଇବା ସମ୍ଭାବନା ବିଷୟରେ ପଚରାଯିବାରୁ ସଞ୍ଜୟ ନିଶାଦ କହିଛନ୍ତି ଯେ ଯେତେବେଳେ ବିଜେପି ଜଣେ ସାଧାରଣ ଚା’ବାଲାଙ୍କ ପୁଅକୁ ପ୍ରଧାନମନ୍ତ୍ରୀ କରିପାରେ, ସେତେବେଳେ ଦଳ ନିଶାଦଙ୍କ ପୁଅକୁ କିଛି ବି କରିପାରେ । ସେପଟେ ଗୋରାଖପୁରରେ ଭୋଟ୍ ଦେବା ପରେ ବିଜେପି ସାଂସଦ ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଶିବ ପ୍ରତାପ ଶୁକ୍ଲା କହିଛନ୍ତି ଯେ ଏହି ବିଧାନସଭା ନିର୍ବାଚନରେ ୩୦୦ ରୁ ଅଧିକ ସିଟରେ ଜିତିବୁ ।

ସେହିପରି ବାଲିଆରୁ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ୟୁପି ମନ୍ତ୍ରୀ ଆନନ୍ଦ ସ୍ୱରୁପ ଶୁକ୍ଲା କହିଛନ୍ତି ଯେ ରାଜ୍ୟରେ ବିଜେପି ଏବଂ ଯୋଗୀ ଆଦିତ୍ୟନାଥ ତରଙ୍ଗ ଅଛି। ଆମେ ନିଶ୍ଚିତ ଯେ ୩୫୦ ଟି ସିଟ୍ ଜିତିବୁ ବୋଲି କହିଛନ୍ତି । ଅନ୍ୟପଟେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱରେ ବିଜେପି ଏକ ରେକର୍ଡ ସୃଷ୍ଟି କରିବ ଏବଂ ବିଧାନସଭା ନିର୍ବାଚନରେ ୩୦୦ ଟି ଆସନ ହାସଲ କରିବାକୁ ଲକ୍ଷ୍ୟ ଧାର୍ୟ୍ୟ କରିବ। ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନର ଷଷ୍ଠ ପର୍ୟ୍ୟାୟ ପାଇଁ ମତଦାନ ଆଜି ସକାଳ ୭ ଟାରୁ ଆରମ୍ଭ ହୋଇ ସନ୍ଧ୍ୟା ୬ ଟା ପର୍ୟ୍ୟନ୍ତ ଚାଲିବ। ଗୋରଖପୁର, ଆମ୍ବେଦକନଗର, ବାଲିଆ, ବଳରାମପୁର, ବସ୍ତି, ଦେଓରିଆ ଏବଂ କୁଶିନଗର ସମେତ ୧୦ ଟି ଜିଲ୍ଲାରେ ବ୍ୟାପିଥିବା ୫୭ ଟି ବିଧାନସଭା ନିର୍ବାଚନ ପାଇଁ ମତଦାନ ଅନୁଷ୍ଠିତ ହୋଇଯାଇଛି।

Related Posts