ବିରୋଧୀ ରାଷ୍ଟ୍ରପତି ପ୍ରାର୍ଥୀ ଦେବାରେ ଯଦି ଅସମର୍ଥ, ତାହାଲେ ପ୍ରଧାନମନ୍ତ୍ରୀ ଦେବ କିପରି: ଶିବସେନା

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଦେଶର ନୂତନ ରାଷ୍ଟ୍ରପତି କିଏ ହେବ, ସେନେଇ ସାରା ଦେଶରେ ଚର୍ଚ୍ଚା ଜୋର ଧରିଛି । ସେପଟେ ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ମମତା ବାର୍ନଜୀ ବିରୋଧୀଙ୍କ ସହ ବୈଠକ କରି ରାଷ୍ଟ୍ରପତି ପ୍ରାର୍ଥୀ ଘୋଷଣା କରିଛନ୍ତି । ହେଲେ ଏପର୍ଯ୍ୟନ୍ତ ଶାସକ ଦଳ ନିଜର ରାଷ୍ଟ୍ରପତି ପ୍ରାର୍ଥୀର ନାମ ଘୋଷଣା କରି ନାହିଁ । ଯାହାକୁ ନେଇ ସାରା ଦେଶର ରାଜନୈତିକ ମାହୋଲ ବେଶ ସରଗରମ ହୋଇ ଉଠିଛି । କିଏ ଏହାକୁ ଶାସକ ଦଳ ପ୍ରାର୍ଥୀ ଦେବାରେ ଅସମର୍ଥ ବୋଲି କହୁଥିବା ବେଳେ ଆଉ କିଏ ଶାସକ ଦଳକୁ ଏନେଇ ଟାର୍ଗେଟ କରୁଥିବାର ଦେଖିବାକୁ ମିଳିଛି । ଏହା ମଧ୍ୟରେ ରାଷ୍ଟ୍ରପତି ପ୍ରାର୍ଥୀକୁ ନେଇ ଶାସକ ବିଜେପି ଦଳକୁ ବିରୋଧୀ ଶିବସେନା ଟାର୍ଗେଟ କରିଥିବାର ଦେଖିବାକୁ ମିଳିଛି । ତେବେ ଆଗାମୀ ରାଷ୍ଟ୍ରପତି ନିର୍ବାଚନ ପାଇଁ ବିରୋଧୀ ଦଳ ଯଦି ମିଳିତ ପ୍ରାର୍ଥୀ ଦେବାରେ ଅସମର୍ଥ ହୁଏ ତେବେ ୨୦୨୪ ସାଧାରଣ ନିର୍ବାଚନ ବେଳେ ଉପଯୁକ୍ତ ପ୍ରଧାନମନ୍ତ୍ରୀ ଦେବ କିପରି ବୋଲି ଲୋକେ ପ୍ରଶ୍ନ କରିବେ ।

ତେଣୁ ଆଗାମୀ ରାଷ୍ଟ୍ରପତି ନିର୍ବାଚନକୁ ବିରୋଧୀ ଦଳଗୁଡ଼ିକ ଗମ୍ଭୀରତାର ସହ ନେତା ଆବଶ୍ୟକ ବୋଲି ଶିବସେନା କହିଛି । ସେପଟେ ଶିବସେନା ମୁଖପତ୍ର ସାମନାରେ ଏକ ସମ୍ପାଦକୀୟରେ କୁହାଯାଇଛି ଯେ ରାଷ୍ଟ୍ରପତି ନିର୍ବାଚନ ଲାଗି ମହାତ୍ମା ଗାନ୍ଧୀଙ୍କ ନାତି ଗୋପାଳକୃଷ୍ଣ ଗାନ୍ଧୀ ଏବଂ ନ୍ୟାଶନାଲ କନଫରେନ୍ସ ନେତା ଫାରୁକ ଅବଦୁଲ୍ଲାଙ୍କ ନାଁ ଚର୍ଚ୍ଚା ହେଉଛି । ତେବେ କଡ଼ା ମୁଖାବିଲାର ସମ୍ମୁଖୀନ ହେବା ଲାଗି ସେମାନଙ୍କର ବ୍ୟକ୍ତିତ୍ୱ କିମ୍ବା ଗୁରୁତ୍ୱ ନାହିଁ । ଅନ୍ୟପକ୍ଷରେ ସରକାର ମଧ୍ୟ କୌଣସି ଦକ୍ଷ ବ୍ୟକ୍ତିଙ୍କୁ ପ୍ରାର୍ଥୀ କରି ନପାରନ୍ତି । ଗତଥର ସେମାନେ ରାମନାଥ କୋବିନ୍ଦଙ୍କୁ ପ୍ରାର୍ଥୀ କରିଥିଲେ, ଏଥର ସେହିଭଳି ବ୍ୟକ୍ତିଙ୍କୁ ଦେଇପାରନ୍ତି ବୋଲି କୁହାଯାଇଛି । ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶର ରାଜନୀତି ବେଶ ସରଗରମ ହୋଇ ଉଠିଛି ।

Related Posts