‘ଓଡ଼ିଆଙ୍କୁ ଉପେକ୍ଷା ଛାଡ, ନହେଲେ ଓଡ଼ିଶା ଛାଡ’: ଆଦାନୀ ବିରୋଧୀ ମହା ଚେତାବନୀ ସମାବେଶରେ ନବନିର୍ମାଣ କୃଷକ ସଂଗଠନର ଚେତାବନୀ

ଭଦ୍ରକ, ୨୬/୧: ଗତ ଜାନୁଆରି ୨୩ ନେତାଜୀ ଜୟନ୍ତୀରୁ ଭଦ୍ରକ ଗାନ୍ଧୀ ପଡ଼ିଆରୁ ଆଦାନୀ ବିରୋଧୀ ମାନସିକତା ଓ ସ୍ଥାନୀୟବାସୀଙ୍କୁ ଶୋଷଣ ଓ ଜମି ହଡ଼ପ ବିରୋଧରେ ୪ଦିନ ଧରି ଏକ ସୁସଜ୍ଜିତ ପଦଯାତ୍ରାରେ ବାହାରି ବିଭିନ୍ନ ଛକ, ବଜାର ଓ ଗଣ୍ଡାରେ ମହାଚେତାବନୀ ଦେଇ ଧାମରାବନ୍ଦର ପଡିଆରେ ନବନିର୍ମାଣ କୃଷକ ସଂଗଠନର ସମାବେଶ ଅନୁଷ୍ଠିତ ହୋଇଛି l ଏହି ସମାବେଶରେ ରାଜ୍ୟ ସହସଂଯୋଜାକ ଉମାକନ୍ତ ଭାରତ ସଭାପତିତ୍ବ କରିଥିଲେ। ସଭାଯାତ୍ରା ପହଞ୍ଚିବା ପରେ ଚାଷୀମାନଙ୍କ ତରଫରୁ ଜାତୀୟ ପତାକା ଉତ୍ତୋଳନ କରାଯାଇଥିଲା ।

ଏହି ସଭାରେ ନବନିର୍ମାଣ କୃଷକ ସଂଗଠନର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅକ୍ଷୟ କୁମାର ଉଦବୋଧନ କହିଲେ ଯେ, ରଜ୍ୟ ଓ କେନ୍ଦ୍ର ସରକାରଙ୍କ ଅପାରଗତା ଘରୋଇ କମ୍ପାନୀ ଆଦାନୀ ତା’ର ପୁଞ୍ଜି ବଢ଼ାଇବା ସତ୍ତ୍ୱେ ସ୍ଥାନୀୟ ଲୋକଙ୍କର ଉନ୍ନତିରେ ସହାୟକ ହେଉନାହିଁ। ନବୀନ ଓ ମୋଦୀଙ୍କ ମଧ୍ୟରେ ପ୍ରତିଦ୍ଵନ୍ଦିତା ଚାଲିଛି କିଏ କେତେ ଘରୋଇ କମ୍ପାନୀକୁ ସାହାଯ୍ୟ ସମର୍ଥନ ଯୋଗାଇ ସେମାନଙ୍କର ମୁନାଫାକୁ ବଢ଼ାଇବ । ଆଦାନୀ କମ୍ପାନୀର ଗୋଟିଏ ଦିନର ଲାଭାଂଶର ଏକ ପ୍ରତିଶତ ସ୍ଥାନୀୟ ଅଧିବାସୀମାନଙ୍କ ପାଇଁ ବିନିଯୋଗ କରୁ ବୋଲି ଶ୍ରୀ କୁମାର ଦାବି କରିଥିଲେ।

ବିଶିଷ୍ଟ ସାମ୍ବାଦିକ ଓ ରାଜନେତା ସତ୍ୟ ପ୍ରକାଶ ନାୟକ ଯୋଗଦେଇ କହିଲେ ଯେ, ଆଦାନୀ ଓ ନବୀନ ସରକାରର ଲୁଟ୍ ଯୌଥ ଉଦ୍ୟୋଗ ଭଦ୍ରକର ଚାଷୀ କୂଳକୁ କାଙ୍ଗାଳ କରିସାରିଲାଣି । ଆଜିର ଗଣତନ୍ତ୍ର ଦିବସରେ ନବନିର୍ମାଣ କୃଷକ ସଂଗଠନ ଏ ଶପଥ ନେଉଛି ଯେ, ଆଦାନୀ ଓ ନବୀନ ସରକାରର ଏହି ଯୌଥ ଉଦ୍ୟୋଗକୁ ଦେବାଳୟା କରିବା ପର୍ଯ୍ୟନ୍ତ ଓଡିଆର ପ୍ରତ୍ୟେକ ଚାଷୀ ଓଡିଶା ବାସୀଙ୍କ ପାଖରେ ଯୌଥ ଉଦ୍ୟୋଗର କେଳେଙ୍କାରୀର ବାର୍ତ୍ତା ପହଞ୍ଚାଇବା, ଏହା ଆମର ଶପଥ । ଯେଉଁ କର୍ପୋରେଟ ଦଲାଲଙ୍କୁ ଧରି ନବୀନ ସରକାର ଚାଷୀମାନଙ୍କୁ ଲୁଟ୍ କରୁଛି ଆଉ ଓଡ଼ିଶାବାସୀଙ୍କୁ ଶୋଷଣ କରିଚାଲିଛି। ତା’ର ମୂଳ ଉତ୍ପଟ ଓ ବରବାଦି ଯାଏଁ ଆମର ସଂଘର୍ଷ ଜାରୀ ରହିବ । ଆଜି ଏ ସଂଘର୍ଷ ନବନିର୍ମାଣ କୃଷକ ସଂଗଠନ କରୁଛି , ଆଗାମୀ ଦିନରେ ପ୍ରତ୍ୟେକ ଚାଷୀ ପରିବାର ପୁଅ ଆମର ଏ ସଂଗ୍ରାମରେ ସାମିଲ ହେବ । ଜଳ, ଜଙ୍ଗଲ, ଜମି ଲୁଟର ମହାଅଧ୍ୟାୟ ଚଳାଇଛି, ସେ ବାବଦରେ ଓଡ଼ିଶାର ପ୍ରତ୍ୟେକ ଚାଷୀ, ଓଡ଼ିଶାବାସୀ ଏହାର ବିରୋଧ କରିବାର ଆବଶ୍ୟକ ରହିଛି । ଯେଉଁମାନେ ନବୀନ ସରକାର ଓ କର୍ପୋରେଟ ଏଜେଣ୍ଟର ଏ ଦଲାଲି, ଅତ୍ୟାଚାର, ଆଉ ଶୋଷଣକୁ ଦେଖୁଛନ୍ତି ଓ ବରଦାସ୍ତ କରୁଛନ୍ତି, ସେମାନେ ଜାଣିବା ଦରକାର ସେମାନଙ୍କ ନିରବତା ଆଗାମୀ ପିଢ଼ି। ଓଡ଼ିଶାର ଭବିଷ୍ୟତ ଆଗାମୀ ପିଢ଼ିକୁ ବରବାଦ କରିଦେବ । ତେଣୁ ସମସ୍ତେ ଏହାର ବିରୋଧ କରିବାର ଆବଶ୍ୟକ ରହିଛି ବୋଲି ଶ୍ରୀ ନାୟକ ମତବ୍ୟକ୍ତ କରିଥିଲେ।

ସେହିପରି ରାଜ୍ୟ ସୂଚନା ଅଧିକାର ଆନ୍ଦୋଳନର ଆବାହକ ଶ୍ରୀ ପ୍ରଦୀପ ପ୍ରଧାନ ତାଙ୍କ ବକ୍ତବ୍ୟରେ କହିଥିଲେ ଯେ, ଓଡ଼ିଶାରେ ନବୀନ ପଟ୍ଟନାୟକଙ୍କ ଶାସନ କେବଳ ଅନ୍ତହୀନ ଲୁଟ୍ ଓ ଶୋଷଣର ସମାହାର । କିନ୍ତୁ ବାହାରେ ଏହା ଏକ ଲୋକାଭିମୁଖୀ ସରକାର ବୋଲି ତୁହାକୁତୁହା ପ୍ରଚାର ଚାଲିଛି। ଏହି ପ୍ରଚାର ପଟଳକୁ କାଟି ଆମକୁ ଆଗକୁ ବଢିବାକୁ ହେବ ।

ସଂଗଠନ ରାଜ୍ୟ ସଂଯୋଜକ ଶେଷଦେବ ନନ୍ଦ ଆଦାନୀ ଉଦ୍ଦେଶ୍ୟରେ କହିଲେ ଯେ, ଆଦାନୀ କମ୍ପାନୀର ରୋଜଗାର ଯେତିକି ହେଉଛି ଓଡ଼ିଆ ଜାତିର ଅସ୍ମିତା, ଅସ୍ତିତ୍ୱ ଓ ସ୍ୱାଭିମାନ ରକ୍ଷା କରିବା ପାଇଁ ଏ ମହାଚେତାବନୀ ସମାବେଶ ଅନୁଷ୍ଠିତ ହୋଇଛି। ଓଡ଼ିଶାର ଖଣି, ପାଣି, କୋଇଲା ଓ ଶସ୍ତା ଶ୍ରମଶକ୍ତିରେ ଅଣଓଡ଼ିଆ କମ୍ପାନୀ ଆର୍ଥିକ ସାମ୍ରାଜ୍ଯ ହେବ। ଓଡ଼ିଆ କିନ୍ତୁ କୁଲି, କାଙ୍ଗାଳ ଓ ଦାଦନ ହୋଇ ବାହାରକୁ ପେଟ ଭରିବାକୁ ଯିବ। ଏ ରାଜନୀତିକୁ ବରଦାସ୍ତ କରାଯିବ ନାହିଁ। ଏହା ହିଁ ମହା ଚେତାବନୀ ସମାବେଶର ଚେତାବନୀ।

ଏହି ସଭାରେ ରାଜ୍ଯ ଯୁବ ଛାତ୍ର ସଂଯୋଜକ ମନଓ୍ବର ଅଲ୍ଲୀ ତାଙ୍କ ବକ୍ତବ୍ୟରେ କହିଥିଲେ ଯେ, ଏରସମାର ପୋସ୍କୋ ଆନ୍ଦୋଳନ ଠାରୁ ପୁରୀର ବେଦାନ୍ତ ବିଶ୍ଵ ବିଦ୍ୟାଳୟ ବିରୋଧୀ ସମାବେଶରେ ସବୁଠି ନବନିର୍ମାଣ ଆଗରେ ରହିଛି। ଏବେ ଆଦାନୀ ବିରୋଧୀ କର୍ପୋରେଟ ଆନ୍ଦୋଳନରେ ବି ଆଗରେ ରହିଛି। ଗାଁ ଗଣ୍ଡାରେ ଆହୁରି ପ୍ରଚାର କରାଯିବ, ଏବଂ ଏହି ଧାମରା ପୋର୍ଟ ଆନ୍ଦୋଳନ ସାରା ରାଜ୍ୟରେ ଅନ୍ୟ ମାନଙ୍କୁ କର୍ପୋରେଟ ବିରୋଧୀ ଆନ୍ଦୋଳନକୁ ବଳ ଯୋଗାଇବ।

ଅନ୍ୟମାନଙ୍କ ମଧ୍ୟରେ ଭଦ୍ରକ ଜିଲ୍ଲା ଉପଦେଷ୍ଟା ଡଃ. କୁଳମଣି, କେନ୍ଦୁଝର ଜିଲ୍ଲା ସହ ସଂଯୋଜକ ଖଗେଶ୍ବର ମହାନ୍ତ, ମହିଳା ସଂଯୋଜିକା ବିଳାସିନୀ ମହାନ୍ତ, କେନ୍ଦ୍ରାପଡ଼ା ସହ ସଂଯୋଜକ ଦୋଳଗୋବିନ୍ଦ ସାହୁ, ନୟାଗଡ଼ ଜିଲ୍ଲା ସଂଯୋଜକ ପ୍ରସନ୍ନ କୁମାର, ଢେଙ୍କାନାଳ ସହ ସଂଯୋଜକ ପ୍ରହଲ୍ଲାଦ ସାହୁ, ପ୍ରଭାରୀ ଆଶ୍ଵିନୀ ଜେନା, ମୟୁରଭଞ୍ଜ ଜିଲ୍ଲା ସହ ସଂଯୋଜକ ରାମସାଇ ହାବରମ, ମହିଳା ସଂଯୋଜିକା ରାଈମଣୀ ବିଶ୍ବାଳ, ପ୍ରଭାରୀ ଦିନେଶ ଦାସ୍, କଳାହାଣ୍ଡି ସଂଯୋଜକ ଲିଙ୍ଗରାଜ ପ୍ରଧାନ, ଭଦ୍ରକ ସଂଯୋଜକ ସତ୍ୟ ରଞ୍ଜନ ନାୟକ, ଭଦ୍ରକ ଯୁବଛାତ୍ର ସଂଗଠନ ସଂଯୋଜକ ଜାହିର ଖାନ୍, କୃଷ୍ଣଚନ୍ଦ୍ର ବିଶ୍ବାଳ, ସୀତାକାନ୍ତ ସାହୁ, ପ୍ରଦୀପ ସାମଲ, ଗଗନ ମହାନ୍ତି, ରାଜ୍ୟ କମିଟି ସଦସ୍ୟ ଦେବି ପ୍ରସାଦ ମହାରଣା, ଯାଜପୁର ସହ ସଂଯୋଜକ ଅଶୋକ ଶାନ୍ତି, ଦିଲ୍ଲିପ ବେହେରା, ଗଜପତି ପ୍ରଭାରୀ ରଂଜିତ ପଟ୍ଟନାୟକ, ଖୋର୍ଦ୍ଧାର ସୁରେଶ ମାନସିଂହ, ଜଗତସିଂହପୁର ଯୁବ ଛାତ୍ର ସଂଯୋଜିକା ଶୁଭସ୍ମିତା, ଦିଲ୍ଲୀର ଯୁବ ସଂଯୋଜକ ଚନ୍ଦନ ଗୁପ୍ତା, ସୌରଭ ଭାଟ୍ଟି, ବିକି କୁମାର, ଭୁବନେଶ୍ୱର ନବନିର୍ମାଣ ଯୁବ ଛାତ୍ର ସଂଗଠନର ଅମିତ୍ ଜେନା, ନୟାଗଡ଼ ପୂର୍ବତନ ସଂଯୋଜକ ମହେଶ୍ବର ଜେନା, ଜଗତସିଂହପୁରର ରଘୁନାଥ ସ୍ବାଇଁ, ଅଶୋକ ସ୍ବାଇଁ, କେନ୍ଦୁଝର ଜିଲ୍ଲା ସଂଯୋଜକ ସ୍ମୃତି ରଞ୍ଜନ ମହାନ୍ତ, ରାଜ୍ୟ ସହ ସଂଯୋଜକ ରଶ୍ମି ରଞ୍ଜନ ସ୍ବାଇଁ, ଜିଲ୍ଲା ସଂଯୋଜକ ସତ୍ୟରଂଜନ ନାୟକ, ଉପଦେଷ୍ଟା ତ୍ରିଲୋଚନ ପଣ୍ଡା, କଟକ ଜିଲ୍ଲା ସଂଯୋଜକ ବିଚିତ୍ର ପଣ୍ଡା, ରଘୁନାଥ ନାୟକ, ଖଗେଶ୍ବର ମହାନ୍ତ, ରାଇମଣି ବିଶ୍ଵାଳ, ବିଳାସ ମହାନ୍ତ, ଚାନ୍ଦବାଲି ବ୍ଲକ ସଂଯୋଜକ କୃଷ୍ଣଚନ୍ଦ୍ର ବିଶ୍ଵାଳ, ତିହିଡି ବ୍ଲକ ସଂଯୋଜକ ଗଗନ ବିହାରୀ ମହାନ୍ତି ପ୍ରମୁଖ ଯୋଗଦେଇ ଥିଲେ। ସମେତ ସହସ୍ରାଧିକ ପୁରୁଷ ମହିଳା ସଂଗ୍ରାମୀ ପଦଯାତ୍ରି ୪ ଦିନରେ ୭୦ କିଲୋମିଟରରୁ ଉର୍ଦ୍ଧ ରାସ୍ତା ଅତିକ୍ରମ କରିଥିଲେ।

Related Posts