ହୀରକୁଦରେ ୬୨୬ ଫୁଟ ଟପିଲା ଜଳସ୍ତର

ସମ୍ବଲପୁର : ଉପରମୁଣ୍ଡରେ ବର୍ଷା ହେବା ଫଳରେ ନଦୀର ଜଳସ୍ତର ବୃଦ୍ଧି ପାଉଛି । ଫଳରେ ହୀରକୁଦ ର ଜଳସ୍ତର ବୃଦ୍ଧି ପାଇବା ସହ ବନ୍ୟା ଆଶଂକା ଉତ୍ପନ୍ନ ହୋଇଛି । ଏବେ ୪୦ ଟି ଗେଟ୍ ଦେଇ ବନ୍ୟା ଜଳ ନିଷ୍କାସନ ଚାଲିଥିବା ବେଳେ, ଜଳଭଣ୍ଡାରର ଜଳସ୍ତର ୬୨୬.୫୬ ଫୁଟ ରହିଛି ।

ଜଳଭଣ୍ଡାରକୁ ସେକେଣ୍ଡ ପ୍ରତି ୫ ଲକ୍ଷ ୯୭ ହଜାର ୯୨ କ୍ୟୁସେକ୍ ପାଣି ପ୍ରବେଶ କରୁଛି । ନିଷ୍କାସିତ ହେଉଛି ୬ ଲକ୍ଷ ୭୯ ହଜାର ୬୮୩ କ୍ୟୁସେକ୍ । ଏବେ ୪୦ ଗେଟ୍ ଦେଇ ଜଳ ନିଷ୍କାସନ ହେଉଛି ।

ତେବେ ଏସ୍‌ଆର୍‌ସିଙ୍କ ରିପୋର୍ଟ ଅନୁଯାୟୀ, ବନ୍ୟାରେ ଏଯାଏ ୧୦ ଜିଲ୍ଲା ପ୍ରଭାବିତ ହୋଇଛି । ୪୯ ବ୍ଲକର ୩୬୯ ଗ୍ରାମ ପଞ୍ଚଅୟତ, ୧୩୬୬ ଗ୍ରାମ, ୯ଟି ସହରାଞ୍ଚଳ ବନ୍ୟା ଦ୍ୱାରା ପ୍ରଭାବିତ ହୋଇଛି। ୯ ଜିଲ୍ଲାରେ ୨୬ ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ଉଦ୍ଧାର କରାଯାଇଛି । ୭୦୭ ଘର ଭାଙ୍ଗିଛି । ୨୪ ହଜାର ହେକ୍ଟର ଜମିରେ ପାଣି ମାଡ଼ି ଯାଇଛି । ୪୩ ବ୍ଲକ ବର୍ଷା ପାଇଁ ପ୍ରଭାବିତ ହୋଇଛି ।

Related Posts