ପରଲୋକରେ ପଦ୍ମଶ୍ରୀ ମାଗୁଣୀ ଚରଣ କୁଅଁର

ଭୁବନେଶ୍ୱର,୦୧/୬(ସତ୍ୟପାଠ ବ୍ୟୁରୋ):  ପଦ୍ମଶ୍ରୀ ମାଗୁଣୀ ଚରଣ କୁଅଁରଙ୍କ ପରଲୋକ,  ପ୍ରସିଦ୍ଧ କଣ୍ଢେଇ ନୃତ୍ୟଗୁରୁ ପଦ୍ମଶ୍ରୀ ମାଗୁଣୀ ଚରଣ କୁଅଁର ଦୀର୍ଘଦିନରୁ ଅସୁସ୍ଥ ଥିଲେ, ପଦ୍ମଶ୍ରୀ ମାଗୁଣୀ କୁଅଁରଙ୍କୁ

ମୃତ୍ୟୁ ବେଳକୁ ୮୮ ବର୍ଷ ହୋଇଥିଲା, ତାଙ୍କ ବିୟୋଗରେ ବିଭିନ୍ନ ମହଲରୁ ଶୋକ ପ୍ରକାଶ କରାଯାଇଛି।

ଦୀର୍ଘ ଦିନରୁ ରୋଗାଗ୍ରସ୍ତ ଥିଲେ ମାଗୁଣି କୁଅଁର। ଏଥିପାଇଁ ବାରମ୍ବାର ତାଙ୍କୁ ମେଡିକାଲରେ ଭର୍ତ୍ତି ହେବାକୁ ପଡ଼ୁଥିଲା। ଆଜି ଭୋରରୁ ମାଗୁଣି କୁଅଁର ମୃତ୍ୟୁ ଘଟିଥିବା ତାଙ୍କ ପରିବାର ପକ୍ଷରୁ ସୂଚନା ଦିଆଯାଇଛି। ନିଜର ପୈତୃକ ଘର କେନ୍ଦୁଝର ଜିଲ୍ଲା ସ୍ଥିତ ବୈଦରାଜ ସାହିରେ ସେ ନିଜର ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୮୮ ବର୍ଷ ହୋଇଥିଲା।

କଣ୍ଢେଇ ନୃତ୍ୟକୁ ବିଶ୍ୱ ଦରବାରରେ ପହଞ୍ଚାବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ମାଗୁଣି କୁଅଁର। ସେଥିପାଇଁ ଭାରତ ସରକାର ତାଙ୍କୁ ପଦ୍ମଶ୍ରୀ ସମ୍ମାନ ପ୍ରଦାନ କରିଥିଲେ। ମାଗୁଣୀ କୁଅଁରଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି। 

ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ୫୪ ଜଣଙ୍କୁ ପଦ୍ମ ପୁରସ୍କାର ପ୍ରଦାନ କରିଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ରାଷ୍ଟ୍ରପତି ଭବନରେ ଆୟୋଜିତ ସ୍ବତନ୍ତ୍ର ଉତ୍ସବରେ ପଦ୍ମ ପୁରସ୍କାର ପ୍ରଦାନ କରାଯାଇଥିଲା । ପୂର୍ବତନ କେନ୍ଦ୍ରମନ୍ତ୍ରୀ ଏସ୍.ଏମ୍. କ୍ରିଷ୍ଣାଙ୍କୁ ପଦ୍ମ ବିଭୂଷଣ ଏବଂ ବିଶିଷ୍ଟ ଶିଳ୍ପପତି ତଥା ଆଦିତ୍ୟ ବିର୍ଲା ଗ୍ରୁପ୍ ଚେୟାରମ୍ୟାନ କୁମାର ମଙ୍ଗଲମ ବିର୍ଲାଙ୍କୁ ପଦ୍ମ ଭୂଷଣରେ ସମ୍ମାନିତ କରାଯାଇଥିଲା ।

ଏହି ଅବସରରେ ପଦ୍ମଶ୍ରୀ ପୁରସ୍କାରପ୍ରାପ୍ତ ବିଶିଷ୍ଟ ବ୍ୟକ୍ତିଙ୍କ ମଧ୍ୟରେ ଥିଲେ ଓଡ଼ିଶା ର ମାଗୁଣି ଚରଣ କୁଅଁର। ୬ ଦଶନ୍ଧି ଧରି ବିଲୁପ୍ତପ୍ରାୟ କାଠ କଣ୍ଢେଇ ନୃତ୍ୟକୁ ବଞ୍ଚାଇ ରଖିଥିବା କେନ୍ଦୁଝର ର ମାଗୁଣିଙ୍କୁ କଳା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ପଦ୍ମଶ୍ରୀରେ ସମ୍ମାନିତ କରିଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ।

Related Posts