ନୂଆଦିଲ୍ଲୀ(ସତ୍ୟପାଠ ବ୍ୟୁରୋ): ପୁଣିଥରେ ସାରା ଦେଶରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି ପେଗାସସ ମାମଲା । ଦୀର୍ଘଦିନ ଧରି ଏନେଇ ବିରୋଧ ଅଭିଯୋଗ କରିଆସୁଥିଲେ ମଧ୍ୟ ଶାସକ ଦଳ ଏହାକୁ ଅଣଦେଖା କରିବାରେ ଲାଗିଛନ୍ତି । ଏହା ମଧ୍ୟରେ ପେଗାସସକୁ ନେଇ ଆମେରିକୀୟ ଖବରକାଗଜ ନ୍ୟୁୟର୍କ ଟାଇମ୍ସ ଏକ ତଥ୍ୟ ପ୍ରକାଶ କରିଛି । ଯେଉଁଥିରେ ୨୦୧୭ ମସିହାରେ ଭାରତ ପେଗାସସ ସ୍ପଇଏରକୁ ଇସ୍ରାଏଲ ଠାରୁ କିଣିଥିବାର ଉଲ୍ଲେଖ କରାଯାଇଛି । ବାସ ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶର ରାଜନୀତି ବେଶ ଚଳଚଞ୍ଚଳ ହୋଇ ଉଠିଛି । ସେପଟେ ବାରମ୍ବାର ଏହି ମାମଲାକୁ ଶାସକ ଦଳ ଅଣଦେଖା କରୁଥିବାବେଳେ ବର୍ତ୍ତମାନ ବିରୋଧୀଙ୍କ ହାତରେ ଲାଗିଛି ବଡ଼ ଦସ୍ତାବିଜ । କଂଗ୍ରେସ ପକ୍ଷରୁ ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିବାରେ ଲାଗିଛନ୍ତି । ତେବେ ଏପରି କରି ମୋଦି ସରକାର ଦେଶଦ୍ରୋହ କରିଛନ୍ତି । ଆମ ଗଣତନ୍ତ୍ରର ପ୍ରାଥମିକ ସଂସ୍ଥା ରାଜନେତା ତଥା ଜନସାଧାରଣଙ୍କ ଉପରେ ଜାଶୁଶି କରିବା ପାଇଁ ମୋଦୀ ସରକାର ପେଗାସସ୍ କିଣିଛନ୍ତି। ଫୋନକୁ ଟ୍ୟାପ୍ କରି ଶାସକ ଦଳ, ବିରୋଧୀ ଦଳ, ସେନା, ନ୍ୟାୟପାଳିକା ସମସ୍ତଙ୍କୁ ଟାର୍ଗେଟ କରାଯାଇଛି।
ଏହା ଦେଶଦ୍ରୋହ। ମୋଦୀ ସରକାର ଦେଶଦ୍ରୋହ କରିଛନ୍ତି। ଚୌକିଦାର ହିଁ ଚୋର ପାଲିଟିଛି ବୋଲି କଂଗ୍ରେସ ନେତା ରାହୁଲ ଗାନ୍ଧୀ ଟୁଇଟ କରି କହିଛନ୍ତି । ସେପଟେ ରାଜ୍ୟସଭାରେ ବିରୋଧୀଦଳର ନେତା ମଲ୍ଲିକାର୍ଜୁନ ଖାର୍ଗେ କହିଛନ୍ତି, ମୋଦୀ ସରକାର କାହିଁକି ଭାରତର ଶତ୍ରୁ ଭଳି କାର୍ଯ୍ୟ କଲେ ଏବଂ ଭାରତୀୟ ନାଗରିକଙ୍କ ବିରୋଧରେ ପେଗାସସ୍ ବ୍ୟବହାର କଲେ?’ ପେଗାସସ୍ ମାଧ୍ୟମରେ ଗୁପ୍ତଚର ହେଉଛି ଦେଶଦ୍ରୋହ । କେହି ଆଇନଠାରୁ ଉର୍ଦ୍ଧ୍ୱରେ ନାହାଁନ୍ତି ଏବଂ ଆମେ ଏହି ମାମଲାରେ ନ୍ୟାୟ ପ୍ରଦାନ କରିବୁ ବୋଲି ମଲ୍ଲିକାର୍ଜୁନ କହିଛନ୍ତି । ସେହିପରି ବିଜେପିର ବରିଷ୍ଠ ନେତା ସୁବ୍ରମଣ୍ୟମ ସ୍ୱାମୀ ମଧ୍ୟ ଏନେଇ ବଡ଼ ବୟାନ ଦେଇଛନ୍ତି ।
ତେବେ ନ୍ୟୁୟର୍କ ଟାଇମ୍ସର ପ୍ରକାଶସନକୁ ମୋଦି ସରକାର ପ୍ରତ୍ୟାଖ୍ୟାନ କରିବା ଉଚିତ । ଇସ୍ରାଏଲ କମ୍ପାନୀ ଏନଏସଓ ପେଗାସସକୁ ୩୦୦ କୋଟିରେ ବିକ୍ରି କରିଛି । ସରକାର ସୁପ୍ରିମକୋର୍ଟ ଏବଂ ସଂସଦକୁ ବିଭ୍ରାନ୍ତ କରିଥିବାର ଜଣାପଡ଼ିଛି । ଏହା କଣ ୱାଟରଗେଟ ? ବୋଲି ପ୍ରଶ୍ନ କରିଛନ୍ତି । ଅନ୍ୟପଟେ ଗଚ୍ଛବର୍ଷ ଅକ୍ଟୋବରରେ ସୁପ୍ରିମକୋର୍ଟ ଏକ ବିଶେଷଜ୍ଞ କମିଟି ଗଠନ କରି ଇସ୍ରାଏଲର ପେଗାସସ ମାଧ୍ୟମରେ ଭାରତୀୟ ନାଗରିକଙ୍କ ଗୁପ୍ତଚର ମାମଲାର ଯାଞ୍ଚ କରିଥିଲେ ।





