ରାଷ୍ଟ୍ରପତିଙ୍କୁ ନେଇ ବିବାଦୀୟ ମନ୍ତବ୍ୟ ଘଟଣା; କହୁ କହୁ ପାଟିରୁ ଖସି ଯାଇଥିବା କହି ସ୍ପଷ୍ଟୀକରଣ ଦେଲେ ଅଧୀର ରଞ୍ଜନ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତ୍ନୀ କହିବା ନେଇ କଂଗ୍ରେସକୁ ଭାଜପା ପକ୍ଷରୁ ଟାର୍ଗେଟ କରାଯାଇଛି। କଂଗ୍ରେସ ସଦସ୍ୟ ଅଧୀର ରଞ୍ଜନ ଚୌଧୁରୀ ଅପମାନ ଜନକ ମନ୍ତବ୍ୟ ଦେଇଥିବା ନେଇ ନିସର୍ତ୍ତ କ୍ଷମା ମାଗିବାକୁ ଭାଜପା ଦାବି କରି ସଂସଦ ପରିସରରେ ବିକ୍ଷୋଭ ପ୍ରଦର୍ଶନ କରିଛି।

ଭାଜପା ଏକ ଛୋଟ କଥାକୁ ନେଇ ଅଡ଼ି ବସିଛି। ତିଳକୁ ତାଳ କରୁଛି। କହୁ କହୁ ପାଟିରୁ ଏଭଳି ମନ୍ତବ୍ୟ ଖସି ଯାଇଥିବା ନେଇ ଅଧୀର ରଞ୍ଜନ ସଫେଇ ଦେଇଛନ୍ତି। ଏହା କହି ସେ ଟୁଇଟରରେ ଏକ ଭିଡ଼ିଓ ଶେୟାର କରି କ୍ଷମା ମାଗିଛନ୍ତି। ମୁଦ୍ରାସ୍ଫୀତି, ଅଗ୍ନିପଥ ଯୋଜନା, ବେକାରୀ ସମସ୍ୟା ଆଦି ପ୍ରସଙ୍ଗରୁ ଧ୍ୟାନ ହଟାଇବା ଲାଗି ଭାଜପା ଯୋଜନାବଦ୍ଧ ଭାବେ ଏଭଳି କରୁଥିବା ଏହି ଭିଡିଓରେ ଅଧୀର ରଞ୍ଜନ ଅଭିଯୋଗ କରିଛନ୍ତି।ଏଥି ସହ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଏନଡିଟିଭି ସହ କଥାବାର୍ତ୍ତା ବେଳେ କହିଛନ୍ତି ଯେ ଅଧୀର ରଞ୍ଜନ କ୍ଷମା ମାଗି ସାରିଛନ୍ତି। ଏପରିସ୍ଥଳେ ଭାଜପା ପକ୍ଷରୁ ଭିନ୍ନ ଭିନ୍ନ ମନ୍ତବ୍ୟ ଦେବାର କୌଣସି ଆବଶ୍ୟକତା ନାହିଁ।

Related Posts