ପାକିସ୍ଥାନକୁ ତଥ୍ୟ ଲିକ୍ ଘଟଣା; ଚାନ୍ଦିପୁର ଆଇଟିଆର୍‌ ବରିଷ୍ଠ ଅଧିକାରୀଙ୍କୁ ୪ ଦିନିଆ ରିମାଣ୍ଡରେ ନେବ ପୋଲିସ

ଭୁବନେଶ୍ଵର,୨୫/୨(ସତ୍ୟପାଠ ବ୍ୟୁରୋ): ଚାନ୍ଦିପୁର ଆଇଟିଆର୍‌ ରୁ ପାକିସ୍ଥାନକୁ ତଥ୍ୟ ଲିକ୍ ଘଟଣା। ପାକିସ୍ତାନ ହନିଟ୍ରାପ୍‌ର ଗୁମର ଖୋଲିବାକୁ ଗିରଫ ଚାନ୍ଦିପୁର ଆଇଟିଆର୍‌ ବରିଷ୍ଠ ଅଧିକାରୀ ବାବୁରାମ ଦେଙ୍କୁ ଆଜିଠୁ ୪ ଦିନ ରିମାଣ୍ଡରେ ନେବ ବାଲେଶ୍ୱର ପୋଲିସ । ବାବୁରାମଙ୍କ ଆର୍ଥିକ କାରବାର ନେଇ ଖୋଳତାଡ ହେବ । ପାକିସ୍ତାନୀ ସୁନ୍ଦାରୀଙ୍କୁ ଗୁପ୍ତ ତଥ୍ୟ ଦେବାକୁ କେତେ ଟଙ୍କା ନେଇଛନ୍ତି ଓ କି କି ତଥ୍ୟ ଦେଇଛନ୍ତି ।ବର୍ଷେ ଭିତରେ ତାଙ୍କ ଆକାଉଣ୍ଟକୁ କେତେ ଟଙ୍କା ଆସିଛି ସେନେଇ ଯାଞ୍ଚ ହେବ । ତାଙ୍କର ଓ ପରିବାର ଲୋକଙ୍କ ଆକାଉଣ୍ଟର ମଧ୍ୟ ଯାଞ୍ଚ ହେବ ।

ରିମାଣ୍ଡରେ ଗୋଟି ଗୋଟି ସତ ବାବୁରାମଙ୍କ ମୁହଁରୁ ବାହାର କରିବ ପୋଲିସ । ବାବୁରାମ ଦେଙ୍କ ନାଁରେ ଆଇପିସିର ଧାରା ୧୨୦A, ୧୨୦B, ୩୪ ଓ ଅଫିସିଆଲ ସିକ୍ରେଟ ଆକ୍ଟର ସେକ୍ସନ ୩,୪ ଓ ୫ରେ ମାମଲା ରୁଜୁ ହୋଇଛି । ଏବେ ବିଭିନ୍ନ ଦିଗରୁ ତଦନ୍ତ ଚାଲିଛି । ଆର୍ଥିକ କାରବାର ସଂପର୍କରେ ତଥ୍ୟ ଖୋଳତାଡ଼ ଚାଲିଛି । ପାକ୍‌ ହନିଟ୍ରାପ ଲିଙ୍କ୍‌ରେ ଆଉ କିଛି ଜଣଙ୍କ ସମ୍ପୃକ୍ତି ଥିବା ସନ୍ଦେହ କରୁଛି ପୋଲିସ ।

ସୂଚନା ଅନୁସାରେ, ବର୍ଷେ ହେବ ପାକିସ୍ତାନ ରାଓଲପିଣ୍ଡିର ଜଣେ ପାକିସ୍ତାନୀ ଗୁଇନ୍ଦା ଏଜେଣ୍ଟଙ୍କ ସହ ପ୍ରେମ ସମ୍ପର୍କରେ ଥିଲେ ବାବୁରାମ। ବର୍ଷେ କାଳ ଏଜେଣ୍ଟଙ୍କ ସହ ଭିଡିଓ ବାର୍ତ୍ତା ଆଳାପ, ଚାଟିଂ ଜରିଆରେ ଅଧିକାରୀ ଜଣକ ଆଇଟିଆର୍‌ ସମ୍ପର୍କିତ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଦେଇଥିଲେ ବାବୁରାମ ଦେ । ମହିଳା ଏଜେଣ୍ଡ ଓ ଅଧିକାରୀଙ୍କ ମଧ୍ୟରେ ହ୍ଵାଟସ ଆପ ଜରିଆରେ ଅଶ୍ଳିଳ ଭିଡିଓ ଓ ଫଟୋ ପଠାଯାଇଥିବା ତଥ୍ୟ ପୋଲିସ୍‌ ହାତରେ ଲାଗିଛି ।

Related Posts