ଡିଏନ ଗ୍ରୁପ୍ ଉପରେ ଆୟକର ରେଡ୍: କର୍ମଚାରୀଙ୍କ ଘରୁ ମିଳିଲା ନଗଦ ୩୦ କୋଟି ଟଙ୍କା !

ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ଭୁବନେଶ୍ୱରର ପ୍ରମୁଖ ବ୍ୟାବସାୟିକ ପ୍ରତିଷ୍ଠାନ ଡିଏନ ଗ୍ରୁପ୍ ଉପରେ ଆୟକର ରେଡ୍। ଟିକସ ଫାଙ୍କିବା ଅଭିଯୋଗରେ ୨୦ରୁ ଅଧିକ ସ୍ଥାନରେ ଚଢ଼ାଉ ଚାଲିଛି। ଆଇଆର୍ ସି ଭିଲେଜ ସ୍ଥିତ କାର୍ଯ୍ୟାଳୟରେ ବି ଚଢ଼ାଉ ଜାରି ରହିଛି । ନିର୍ଦ୍ଦେଶକଙ୍କ ସମେତ କଂପାନୀର ବରିଷ୍ଠ ଅଧିକାରୀଙ୍କ ଘରେ ବି ରେଡ୍ ଚାଲିଛି।

ଆଜି ସକାଳେ ବ୍ୟବସାୟିକ ପ୍ରତିଷ୍ଠାନର ନିର୍ଦ୍ଦେଶକ ସମେତ କଂପାନୀର ବରିଷ୍ଠ ଅଧିକାରୀ ଓ ନିକଟ ସର୍ମ୍ପକୀୟଙ୍କ ଘର ଓ କାର୍ଯ୍ୟାଳୟରେ ରେଡ୍ କରାଯାଇଛି। ରେଡ୍‌ ବେଳେ ୟୁନିଟ୍-୪ ସ୍ଥିତ ପୋଷ୍ଟାଲ କଲୋନୀରେ ଥିବା ଜଣେ କର୍ମଚାରୀଙ୍କ ଘରୁ ନଗଦ ୩୦ କୋଟି ଟଙ୍କା କରାଯାଇଛି। ଏହାସହ ଜବତ ଦେଢ଼ ଶହ ଫାଇଲ ଜବତ କରାଯାଇଥିବା ସୂଚନା ମିଳିଛି। ଜବତ ହୋଇଥିବା ୩୦ କୋଟି ଟଙ୍କା ୩ଟି ବାକ୍ସରେ ରଖାଯାଇଥିଲା। ଯାହାକୁ ଦେଖି ଇନ୍‌କମ୍‌ ଟ୍ୟାକ୍ସର ଅଧିକାରୀ ତାଜୁବ ହୋଇଯାଇଥିଲେ। ବିପୁଳ ପରିମାଣ ଟଙ୍କା ଜବତ ପରେ ଘଟଣାସ୍ଥଳରେ ଇନ୍‌କମ୍‌ ଟ୍ୟାକ୍ସର ବରିଷ୍ଠ ଅଧିକାରୀମାନେ ପହଞ୍ଚି ଯାଞ୍ଚ ଆରମ୍ଭ କରିଛନ୍ତି।

ସୂଚନାଯୋଗ୍ୟ, ଏହି ବ୍ୟାବସାୟିକ ପ୍ରତିଷ୍ଠାନର ରାଜ୍ୟ ତଥା ରାଜ୍ୟ ବାହାରେ ବ୍ୟବସାୟ ରହିଛି । ଏହି ସଂସ୍ଥା ନିଜର କନଷ୍ଟ୍ରସନ୍ ସହ ଅନ୍ୟ ବ୍ୟବସାୟରେ କୋଟି କୋଟି ଟଙ୍କା ଲଗାଇଥିବା ସୂଚନା ମିଳିଛି ।

Related Posts