ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଭାରତୀୟ କ୍ରିକେଟ ଦଳର ମଙ୍ଗୋ ବିରାଟ କହୋଲି ଧରିବା ପରେ ଭାରତ କୌଣସି ବଡ ଟ୍ରଫି ଜିତି ପାରି ନାହିଁ । ଏହା ମଧ୍ୟରେ ପୂର୍ବତନ୍ କ୍ରିକେଟର ଏସ. ଶ୍ରୀସନ୍ଥଙ୍କ ବଡ ବୟାନ ସାମ୍ନାକୁ ଆସିଛି । ତେବେ ଯଦି ସେ ବିରାଟଙ୍କ ଅଧିନାୟକତ୍ୱ ଖେଳିଥାନ୍ତେ ତେବେ ଭାରତ ବିଶ୍ୱକପ ଜିତି ପାରିଥାନ୍ତା ।ଏକ ସାକ୍ଷାତକାରରେ ଶ୍ରୀସାନ୍ଥ କହିଛନ୍ତି, ୨୦୧୧ ବିଶ୍ୱକପ ଆମେ ସଚିନଙ୍କ ପାଇଁ ଜିତିଥିଲୁ । ମୋ କୋଚ ମୋତେ ଟେନିସ ବଲରେ ୟର୍କର ପକାଇବା ଶିଖାଇଥିଲେ । ଯେଉଁଥିରେ ଅନେକ ଫାଇଦା ମୋତେ ମିଳିଛି ।
ଯେଉଁଥିପାଇଁ ୟର୍କର ପକାଇବାକୁ ମୋତେ ବେଶି ଅସୁବିଧା ହୋଇନି । ଯଦି ତମେ ବୁମରାହଙ୍କୁ ବି ଏହି କଥା ପଚାରିବ ସେ ଏହା ହିଁ କହିବେ । ଶ୍ରୀଶାନ୍ଥ ୨୦୧୧ ବିଶ୍ୱକପରେ ଚାମ୍ପିୟନ ଭାରତ ଟିମର ସଦସ୍ୟ ରହିଥିଲେ । ସେହିପରି ୨୦୦୭ ଟି-୨୦ ବିଶ୍ୱକପରେ ସେ ମିସବା ଉଲହକଙ୍କ ଫାଇନାଲ କ୍ୟାଚ ମଧ୍ୟ ଧରିଥିଲେ । ସେ ଭାରତ ପାଇଁ ମୋଟ ୨୯ ଟେଷ୍ଟ ୮୭ଟି ୱିକେଟ ନେଇଥିଲେ । ସେହିପରି ୫୩ଟି ଦିନିକିଆରେ ୭୫ଟି ୱିକେଟ ଓ ୧୦ଟି ଟି-୨୦ରେ ୭ଟି ୱିକେଟ ନେଇଥିଲେ ।





