ଭୁବନେଶ୍ୱର,୭/୧(ସତ୍ୟପାଠ ବ୍ୟୁରୋ): ଆଜି ଭାରତ ଓ ଶ୍ରୀଲଙ୍କା ଶେଷ ଟି-ଟ୍ବେଣ୍ଟି। ରାଜକୋଟରେ ଖେଳାଯିବାକୁ ଥିବା ଏହି ମ୍ୟାଚରେ ଭ୍ରମଣକାରୀ ଲଙ୍କା ବାହିନୀ ଟିମ୍ ଇଣ୍ଡିଆକୁ ଆଉ ଏକ କଡ଼ା ଟକ୍କର ଦେବାକୁ ଚେଷ୍ଟା କରିବ। ତେବେ ପ୍ରଥମ ମ୍ୟାଚ୍ ରେ ଅଳ୍ପକେ ହାରିଯିବା ପରେ ଦ୍ବିତୀୟଟିକୁ ଜିତି ଶୃଙ୍ଖଳାକୁ ୧-୧ ସ୍ତରକୁ ଆଣିପାରିଛି ଶ୍ରୀଲଙ୍କା ଟିମ। ସେହିପରି ମୁମ୍ବାଇ ଓ ପୁଣେରେ ଶେଷ ପର୍ଯ୍ୟନ୍ତ ଲଢ଼ିଥିବା ଟିମ ଇଣ୍ଡିଆ ରାଜକୋଟରେ ମଧ୍ୟ ସିରିଜ ବିଜୟ ପାଇଁ ଲଢିବ ବୋଲି ଆଶା କରାଯାଉଛି।
ରାଜକୋଟରେ ସମସ୍ତ ଫର୍ମାଟରେ ରନ୍ ବର୍ଷା ହେଉଥିବାରୁ ଆଜି ମଧ୍ୟ ଏକ ହାଇସ୍କୋରିଂ ମୁକାବିଲା ଆଶା ରହିଛି । ତଥାପି ରାଜକୋଟରେ ଖେଳାଯାଇଥିବା ୪ ଟ୍ବେଣ୍ଟି-୨୦ରୁ ପ୍ରଥମେ ବ୍ୟାଟିଂ କରିଥିବା ଦଳ ଦୁଇଟି ଏବଂ ଦ୍ବିତୀୟରେ ବ୍ୟାଟିଂ କରିଥିବା ଦଳ ଦୁଇ ଥର ଜିତିଛନ୍ତି ।





