ଭାରତ-ଶ୍ରୀଲଙ୍କା ଟେଷ୍ଟ ମ୍ୟାଚ; ପ୍ରଥମ ଦିନରେ ଭାରତ ୩୫୭/୬

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଭାରତ-ଶ୍ରୀଲଙ୍କା ପ୍ରଥମ ଟେଷ୍ଟର ପ୍ରଥମ ଦିନ ଖେଳ ଶେଷ ସୁଦ୍ଧା ଭାରତ ୬ ଓ୍ବିକେଟ ହରାଇ ୩୫୭ ରନ ସଂଗ୍ରହ କରିଛି । କ୍ରିଜରେ ଏବେ ରବୀନ୍ଦ୍ର ଜାଦେଜା ୪୫ ରନ ଓ ରବିଚନ୍ଦ୍ରନ ଅଶ୍ବିନ ୧୦ରନ କରି ଅପରାଜିତ ଅଛନ୍ତି । ଏହି ମ୍ୟାଚରେ ଭାରତ ଟସ ଜିତି ପ୍ରଥମେ ବ୍ୟାଟିଂ କରିଥିଲା । ଭାରତର ଦୁଇ ଓପନର ମୟଙ୍କ ଅଗ୍ରଓ୍ବାଲ ଓ ରୋହିତ ଶର୍ମା ଦଳ ପାଇଁ ଭଲ ଆରମ୍ଭ କରିଥିଲେ ବି ବଡ଼ ସ୍କୋର କରିପାରିନଥିଲେ । ରୋହିତ ୨୯ ଓ ମୟଙ୍କ ୩୩ ରନ କରିଥିଲେ । ଋଷଭ ପନ୍ତ ସର୍ବାଧିକ ୯୬ ରନ କରିଥିଲେ ବି ଅଳ୍ପକେ ଶତକରୁ ବଂଚିତ ହୋଇଥିଲେ ।

ହନୁମା ବିହାରି ୫୮ ରନ କରିଥିଲେ । ସେହିପରି ବିରାଟ କୋହଲି ୪୫ ଓ ଶ୍ରେୟସ ଆୟର ୨୭ ରନ କରିଥିଲେ । ତେବେ ଆଜି ଖେଳର ମୁଖ୍ୟ ଆକର୍ଷଣ ଥିଲା ବିରାଟ କୋହଲିଙ୍କ ୮୦୦୦ ରନ ପୂରଣ । ନିଜର ଶତକୀୟ ଟେଷ୍ଟରେ ସେ ଏହି ମାଇଲଖୁଣ୍ଟ ଅତିକ୍ରମ କରିଛନ୍ତି । ଏହି ୧୦୦ଟି ଟେଷ୍ଟରେ ସେ ୫୦.୬୩ ରନ ହାରରେ ୮ ହଜାର ରନ କରିଛନ୍ତି । ଏହି ୧୦୦ ଟେଷ୍ଟ ମଧ୍ୟରେ ସେ ୨୭ଟି ଶତକ ଓ ୨୮ଟି ଅର୍ଦ୍ଧଶତକ କରିଛନ୍ତି ।

Related Posts