ଭାରତ ଯୋଡ଼ ଯାତ୍ରା; ରାହୁଲ ଗାନ୍ଧୀଙ୍କ ସହ ପଦଯାତ୍ରାରେ ସାମିଲ ହେଲେ ପିଡିପି ମୁଖ୍ୟ ମେହେବୁବା ମୁଫ୍‌ତି

ଭୁବନେଶ୍ୱର,୨୮/୧(ସତ୍ୟପାଠ ବ୍ୟୁରୋ): ସୁରକ୍ଷାରେ ଅବହେଳା ଅଭିଯୋଗ କରି ଗତକାଲି ଜାମ୍ମୁ-କାଶ୍ମୀରରେ ଭାରତ ଯୋଡ଼ ଯାତ୍ରାକୁ ସ୍ଥଗିତ ରଖିଥିଲା କଂଗ୍ରେସ। ତେବେ ଶନିବାର ସକାଳୁ ପୁଣି ଜମ୍ମୁର ଅୱନ୍ତିପୋରାରୁ ଯାତ୍ରା ଆରମ୍ଭ ହୋଇଛି। ଆଜିର ଯାତ୍ରାରେ ରାହୁଲ ଗାନ୍ଧୀଙ୍କ ସହ ଯୋଗ ଦେଇଛନ୍ତି ପିଡିପି ମୁଖ୍ୟ ମେହେବୁବା ମୁଫ୍‌ତି। ମୁଫ୍‌ତିଙ୍କ ସହ ତାଙ୍କ ଝିଅ ଇଲ୍‌ତିଜା ମୁଫ୍‌ତି ଓ ଏକାଧିକ ମହିଳା ନେତ୍ରୀ ଆଜି ଚୁରୁସରୁ ରାହୁଲ ଗାନ୍ଧୀଙ୍କ ସହ ଯାତ୍ରାରେ ଯୋଗ ଦେଇ ଚାଲିଥିଲେ। ତେବେ ଆଜି ଭାଇଙ୍କ ସହ ଭାରତ ଯୋଡ଼ ଯାତ୍ରାରେ ଯୋଗ ଦେବେ ପ୍ରିୟଙ୍କା ଗାନ୍ଧୀ। ଏଥିପାଇଁ ସେ ଶ୍ରୀନଗର ବିମାନବନ୍ଦରରେ ପହଞ୍ଚି ସାରିଛନ୍ତି।

ଆଜିର କାର୍ଯ୍ୟକ୍ରମରେ ପମ୍ପୋରରେ ନିକଟରେ ବିର୍ଲା ଇଣ୍ଟରନ୍ୟାସ୍‌ନାଲ ସ୍କୁଲ୍ ପାଖରେ ଚା ଜଳଖିଆ ବ୍ରେକ୍ ପରେ ପୁଣି ଯାତ୍ରା ଆରମ୍ଭ ହୋଇଛି। ଶ୍ରୀନଗରୁ କିଛି ଦୂର ପନ୍ଥ ଚୌକର ଟ୍ରକ ୟାର୍ଡରେ ଆଜି ରାତ୍ରୀ ଯାପନ ହେବାର କାର୍ଯ୍ୟସୂଚୀ ନିର୍ଦ୍ଧାରିତ ହୋଇଛି। ଏହାପରେ ଜାନୁଆରୀ ୨୯ରୁ ପୁଣି ପନ୍ତ ଚୌକରୁ ହିଁ ଯାତ୍ରା ଆରମ୍ଭ ହୋଇ ବୁଲେୱାର୍ଡ ରୋଡ୍ ନେହେରୁ ପାର୍କ ପର୍ଯ୍ୟନ୍ତ ଯିବ। ରାହୁଲ ଗାନ୍ଧୀ ସେଠାରେ ସାମ୍ବାଦିକ ସମ୍ମିଳନୀ କରି ଲୋକଙ୍କ ପ୍ରଶ୍ନର ଉତ୍ତର ଦେବେ ବୋଲି ସୂଚନା ମିଳିଛି।

କାଶ୍ମୀର ଉପତ୍ୟାକାରେ ପ୍ରବେଶ କରିବା ପରେ ସୁରକ୍ଷାରେ ତ୍ରୁଟି ଦର୍ଶାଇ ପଦଯାତ୍ରା ବନ୍ଦ କରିଥିଲେ ରାହୁଲ ଗାନ୍ଧୀ। ପ୍ରଶାସ ଦ୍ୱାରା ସୁରକ୍ଷା ବ୍ୟବବସ୍ଥାକୁ ସମ୍ପୂର୍ଣ୍ଣ ଢିଲା କରାଯାଇଛି ବୋଲି କଂଗ୍ରେସ ଅଭିଯୋଗ କରିଥିଲା। ଜବାବରେ ପୁଲିସ କହିଥିଲା ଯେ ଏତେ ସଂଖ୍ୟାକର ଯାତ୍ରାରେ ଭିଡ଼ ହେବ ପୂର୍ବରୁ ସୂଚନା ନଥିଲା। ଏଥିପାଇଁ ସୁରକ୍ଷାରେ ତ୍ରୁଟି ହୋଇଛି ବୋଲି ପୁଲିସ କହିଥିଲା।

Related Posts