ଇନ୍ଦିରା ଓ ରାଜୀବ ଗାନ୍ଧୀଙ୍କ ହତ୍ୟା ଏକ ଦୁର୍ଘଟଣା ଥିଲା: ବିଜେପି ମନ୍ତ୍ରୀ

ଭୁବନେଶ୍ୱର,୧/୨(ସତ୍ୟପାଠ ବ୍ୟୁରୋ): ଦେଶ ପାଇଁ କେବଳ ଗାନ୍ଧୀ ପରିବାର ସହିଦ ହୋଇ ନାହାନ୍ତି। ଏହା ଛଡ଼ା ଇନ୍ଦିରା ଗାନ୍ଧୀ ଓ ରାଜୀବ ଗାନ୍ଧୀଙ୍କ ସହ ଯାହା ହେଲା ତାହା ଦୁର୍ଘଟଣା ଥିଲା, ତାକୁ ସହିଦ କୁହାଯିବ ନାହିଁ। କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ୍ କରି ଏପରି ବିବାଦୀୟ ବୟାନ ଦେଇଛନ୍ତି ଉତ୍ତରାଖଣ୍ଡ ବିଜେପି ମନ୍ତ୍ରୀ ଗଣେଶ ଜୋଶୀ।

ଶ୍ରୀ ଜୋଶୀ କହିଛନ୍ତି ଯେ, ରାହୁଲ ଗାନ୍ଧୀଙ୍କ ଜ୍ଞାନକୁ ନେଇ ମୋତେ ଦୟା ଆସୁଛି। ଦେଶ ପାଇଁ କେବଳ ଗାନ୍ଧୀ ପରିବାର ସହିଦ ହୋଇ ନାହିନ୍ତି। ଦେଶ ସ୍ୱାଧୀନତା ପାଇଁ ଭଗତ ସିଂହ, ସାବରକର ଓ ଚନ୍ଦ୍ରଶେଖର ଆଜାଦ ସହିଦ ହୋଇଛନ୍ତି। ତେବେ ଗାନ୍ଧୀ ପରିବାର ପ୍ରତି ଯାହା ହୋଇଛି ତାହା କେବଳ ଦୁର୍ଘଟଣା। ଆଉ ଦୁର୍ଘଟଣା ଓ ସହିଦ ହେବା ମଧ୍ୟରେ ଅନେକ ଫରକ। ମଙ୍ଗଳବାର ଖବର ସରବରାହ ସଂସ୍ଥା ପିଟିଆଇକୁ ସୂଚନା ଦେଇ ଏପରି କହିଛନ୍ତି ରାଜ୍ୟ ବିଜେପି କ୍ୟାବିନେଟ୍ ମନ୍ତ୍ରୀ ଗଣେଶ ଜୋଶୀ।

କେବଳ ସେତିକି ନୁହେଁ, ରାହୁଲଙ୍କୁ ବ୍ୟାଙ୍ଗ କରିବା ସହ ଶ୍ରୀ ଯୋଶୀ କହିଛନ୍ତି ଯେ ଯାହାର ଯେତିକି ଜ୍ଞାନ ଅଛି ସିଏ ସେତିକି କହିବ। ଶ୍ରୀନଗରରେ ଭାରତ ଯୋଡ଼ ଯାତ୍ରାର ଉଦ୍‌ଯାପନୀ ଉତ୍ସବରେ ରାହୁଲଙ୍କ ଭାଷଣକୁ ନେଇ ସାମ୍ବାଦିକମାନେ ଜୋଶୀଙ୍କୁ ପ୍ରଶ୍ନ କରିଥିଲେ। ଯାହା ଏଭଳି ଉତ୍ତର ଦେଇଛନ୍ତି ବଜେପି ନେତା।

ଉତ୍ତରାଖଣ୍ଡରେ କୃଷୀ ଓ କଷକ କଲ୍ୟାଣ ସହ ଆଞ୍ଚଳିକ ବିକାଶ ଓ ସୈନିକ କଲ୍ୟାଣ ମନ୍ତ୍ରୀ ଦାୟିତ୍ୱରେ ଅଛନ୍ତି ଶ୍ରୀ ଗଣେଶ ଜୋଶୀ। ସେ ରାହୁଲଙ୍କୁ ଟାର୍ଗେଟ୍ କରିବା ସହ ଜାମ୍ମୁ-କାଶ୍ମୀରରେ ଭାରତ ଯୋଡ଼ ଯାତ୍ରାର ସଫଳତା ମୋଦୀଙ୍କୁ ଶ୍ରେୟ ଦେଇଛନ୍ତି।

କାରଣ ଧାରା ୩୭୦ ହଟିବା ପରେ ଜାମ୍ମୁ-କାଶ୍ମୀରରେ ଆତଙ୍କବାଦ ଉପରେ ରୋକ୍ ଲଗାଛି ନହେଲେ ରାହୁଲ ଗାନ୍ଧୀ ଲାଲ୍ ଚୌକ୍‌ରେ ତ୍ରିରଙ୍ଗା ଉଡ଼ାଇ ପାରି ନଥାନ୍ତେ। ତା ପୂର୍ବରୁ ଯେତେବେଳେ ରାଜ୍ୟରେ ଆତଙ୍କବାଦ ଚରମ ସୀମାରେ ଥିଲା ସେତେବେଳେ ବିଜେପି ନେତା ମୁରଲୀ ମନୋହର ଜୋଶୀ ତ୍ରିରଙ୍ଗା ଉଡ଼ାଇଥିଲେ ବୋଲି ମନ୍ତ୍ରୀ କହିଛନ୍ତି।

Related Posts