ଭୁବନେଶ୍ୱର,୧୭/୫(ସତ୍ୟପାଠ ବ୍ୟୁରୋ): ରାଜ୍ୟର ଆଇପିଏସ ସ୍ତରରେ ବଡ଼ଧରଣର ଅଦଳବଦଳ । ୫ ଜିଲ୍ଲାର ଏସପିଙ୍କ ସହ ବଦଳିଲେ ୧୮ ଆଇପିଏସ । ଏ.ଏମ. ପ୍ରସାଦ ହୋଇଛନ୍ତି ସ୍ପେଶାଲ ଡିଜିପି HRPC । ସେହିପରି ସୁଧାଂଶୁ ଷଡ଼ଙ୍ଗୀ ହୋଇଛନ୍ତି ଅଗ୍ନିଶମ ଡିଜି । ଆର.କେ. ଶର୍ମା ଅତିରିକ୍ତ ଡିଜିପି (ମୁଖ୍ୟାଳୟ), ହୋଇଥିବାବେଳେ ସଞ୍ଜୟ କୁମାର ଆଇନ ଶୃଙ୍ଖଳା ଓ ଯୋଗାଯୋଗର ଅତିରିକ୍ତ ଡିଜି ହୋଇଛନ୍ତି ।
ସେହିପରି ଅମିତାଭ ଠାକୁର ହୋଇଛନ୍ତି ପରିବହନ କମିଶନର । ସୁରେଶ ଦେବଦତ୍ତ ସିଂ ଅତିରିକ୍ତ ଡିଜି (ଅପରେସନ) ହୋଇଥିବାବେଳେ ଦୟାଲ ଗଙ୍ଗଓ୍ବାର ଅତିରିକ୍ତ ଡିଜି (ରେଳବାଇ ଓ ଉପକୂଳ ସୁରକ୍ଷା), ରାଜେଶ କୁମାର ଅତିରିକ୍ତ ଡିଜି (ଆଧୁନିକୀକରଣ), ନରସିଂହ ଭୋଳ (ଅବକାରୀ କମିଶନର) ହୋଇଛନ୍ତି । ସେହିପରି ଆଶିଷ ସିଂ ଆଇଜିପି (ସିଆର) ହୋଇଥିବାବେଳେ ରାଜେଶ ପଣ୍ଡିତ ଡିଆଇଜି (ଅଗ୍ନିଶମ ଓ ହୋମଗାର୍ଡ) ଓ ଅଖିଳେଶ୍ବର ସିଂ ହୋଇଛନ୍ତି ଡିଆଇଜି SIW ।
ସିଏସ ମୀନା ଡିଆଇଜି କୋରାପୁଟ SWR ଭାବେ ନିଯୁକ୍ତ ହୋଇଛନ୍ତି । ଅନ୍ୟପଟେ ରାଉରକେଲା, ମୟୂରଭଞ୍ଜ, ସମ୍ବଲପୁର, କେନ୍ଦୁଝର ଓ ବଲାଙ୍ଗୀର ଏସପି ବଦଳିଛନ୍ତି । ମିତ୍ରଭାନୁ ମହାପାତ୍ର ରାଉରକେଲା ଏସପି ହୋଇଥିବାବେଳେ ବାତୁଲା ଗଙ୍ଗାଧର ମୟୂରଭଞ୍ଜ, ମୁକେଶ କୁମାର ଭାମୋ ସମ୍ବଲପୁର, କୁଶଲକର ନୀତୀନ ଦାଗୁଡୁ କେନ୍ଦୁଝର ଓ ଖିଲାରି ରିଷିକେଶ ବଲାଙ୍ଗୀର ଏସପି ହୋଇଛନ୍ତି ।





