କର୍ଣ୍ଣାଟକରେ ତିଆରି ହେବ ଆଇଫୋନ; ୭୦୦ ମିଲିୟନ ଡଲାରର ହେବ ପୁଞ୍ଜିନିବେଶ, ଏକ ଲକ୍ଷ ଲୋକଙ୍କୁ ମିିଳିବ ନିଯୁକ୍ତି

ଭୁବନେଶ୍ୱର,୩/୩(ସତ୍ୟପାଠ ବ୍ୟୁରୋ): ଧୀରେ ଧୀରେ ଚୀନରୁ ବ୍ୟବସାୟ ହ୍ରାସ କରି ଭାରତ ଆଡ଼କୁ ମୁହାଁଉଛି ଆମେରିକା ସ୍ମାର୍ଟଫୋନ୍ ନିର୍ମାତା କମ୍ପାନୀ ଆପଲ। ଆଇଫୋନ୍ ନିର୍ମାତା କମ୍ପାନୀ ଫକ୍ସକନ ଭାରତରେ ଅଧିକ ନିବେଶ କରିବାକୁ ଘୋଷଣା କରିଛି। କମ୍ପାନୀ କର୍ଣ୍ଣାଟକର ୩୦୦ ଏକର ଜମିରେ ଏକ ନୂଆ ଫ୍ୟାକ୍ଟ୍ରୀ ନିର୍ମାଣ କରିବ।

ଏଥିରେ ଆଇଫୋନ୍ ପ୍ରଡକ୍ସନ ହେବା ସହ ଆପଲର ବିଭିନ୍ନ ଉତ୍ପାଦନର ଆସମ୍ବଲ ଏହି ପ୍ଲାଣ୍ଟରେ କରାଯିବ। ଏହା ସବୁଠାରୁ ବଡ଼ ଫ୍ୟାକ୍ଟ୍ରୀ ହେବ। ଏନେଇ କେନ୍ଦ୍ର ଆଇଟି ଓ ଇଲେକ୍ଟ୍ରୋନିକ ରାଷ୍ଟ୍ରମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର ଓ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବସବରାଜ ବୋମାଇ ମିଳିତ ଭାବେ ସୂଚନା ଦେଇଛନ୍ତି। କେବଳ ସେତିକି ନୁହେଁ ଏହି ଫ୍ୟାକ୍ଟ୍ରି ବସିଲେ ରାଜ୍ୟର ଏକ ଲକ୍ଷ ଲୋକଙ୍କୁ ନିଯୁକ୍ତି ମିଳିବ ବୋଲି ମନ୍ତ୍ରୀ ଘୋଷଣା କରିଛନ୍ତି।

ଏଥିପାଇଁ ଫକ୍ସକନକୁ କମ୍ପାନୀକୁ କର୍ଣ୍ଣାଟକ ସରକାରଙ୍କ ପକ୍ଷରୁ ରାଜଧାନୀ ବେଙ୍ଗାଲୁରୁରେ ୩୦୦ ଏକ ଜମି ଯୋଗାଇ ଦିଆଯାଇଛି। ଚୀନ ଓ ତାଇୱାନ୍‌ରେ ‘ହୋନ ହାଇ ପ୍ରେସିସିଅନ ଇଣ୍ଡଷ୍ଟ୍ରୀ କୋ.ଲିମିଟେଡ୍‌’ ନାମରେ ଖ୍ୟାତ ଇଲେକ୍ଟ୍ରିକ୍ କମ୍ପାନୀ ଫକ୍ସକୋନ୍ କର୍ଣ୍ଣାଟକରେ ୭୦୦ ମିଲିୟନ ଡଲାରର ପୁଞ୍ଜିନିବେଶ କରିବ ବୋଲି ଘୋଷଣା କରିଛି। ସୂଚନା ଅନୁସାରେ ଫକ୍ସନର ଏହି ବଡ଼ ପ୍ଲାଣ୍ଟରେ ଇଲେକ୍ଟ୍ରିକ୍ ଗାଡ଼ିର ମଧ୍ୟ ନର୍ମାଣ ହେବ ବୋଲି କୁହାଯାଉଛି।

ଏଥିପାଇଁ ବେଙ୍ଗାଲୁରୁ ଏୟାରପୋର୍ଟ ପାଖରେ ଥିବା ନୂଆ କ୍ୟାମ୍ପସକୁ ଫକ୍ସକୋନର ୧୭ ଜଣିଆ ପ୍ରତିନିଧି ଦଳ ସମୀକ୍ଷା ପାଇଁ ଆସିଥିଲେ। ସେମାନଙ୍କ ମଧ୍ୟରେ କମ୍ପାନୀର ଅଧ୍ୟକ୍ଷ ୟଙ୍ଗ ଲିଉ ମଧ୍ୟ ଥିଲେ। କେମ୍ପସ୍ ଦେଖିବା ପରେ ଲିୟୁ ବେଙ୍ଗାଲୁରୁକୁ ପ୍ରଶଂସା କରିବା ସହ କମ୍ପାନୀ ଏଠାରେ ଭଲ ପ୍ରଦର୍ଶନ କରିବ ବୋଲି କହିଛନ୍ତି।

Related Posts