ଆମେରିକାବାସୀଙ୍କ ପାଇଁ ଚିଠି ଲେଖିଲେ ଇରାନ ରାଷ୍ଟ୍ରପତି; ଅନ୍ୟ ଦେଶ ପ୍ରତି ବିପଦ ଧାରଣାକୁ ପ୍ରତ୍ୟାଖ୍ୟାନ କଲେ ମାସୁଦ ପେଜେସ୍କିଆନ

ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ଆମେରିକାବାସୀଙ୍କ ପାଇଁ ଚିଠି ଲେଖିଲେ ଇରାନ ରାଷ୍ଟ୍ରପତି। ଅନ୍ୟ ଦେଶ ପ୍ରତି ବିପଦ ଧାରଣାକୁ ପ୍ରତ୍ୟାଖ୍ୟାନ କଲେ ମାସୁଦ ପେଜେସ୍କିଆନ । ଚିଠିରେ ସେ ବିଶ୍ୱରେ ତେହେରାନକୁ ପ୍ରାୟତଃ କିପରି ଚିତ୍ରିତ କରାଯାଉଛି, କିନ୍ତୁ ବାସ୍ତବତା କ’ଣ ତାହା ଉପରେ ଲେଖଛନ୍ତି। ଏହି ବାର୍ତ୍ତାରେ ସେ ଇରାନ ଅନ୍ୟ ଦେଶ ପାଇଁ ବିପଦ ବୋଲି ଯେଉଁ ଧାରଣା ସୃଷ୍ଟି କରାଯାଉଛି ତାକୁ ପ୍ରତ୍ୟାଖ୍ୟାନ କରିଥିଲେ। ପେଜେସ୍କିଆନ ଯୁକ୍ତି ଦେଇଥିଲେ ଯେ, ଏପରି ଦାବି ଐତିହାସିକ ବାସ୍ତବତା ସହିତ ମେଳ ଖାଉନାହିଁ।

ସେ ଇରାନକୁ ବିଶ୍ୱର ସବୁଠାରୁ ପୁରୁଣା ନିରନ୍ତର ସଭ୍ୟତା ମଧ୍ୟରୁ ଗୋଟିଏ ଭାବରେ ବର୍ଣ୍ଣନା କରିଥିଲେ ଏବଂ କହିଥିଲେ ତାଙ୍କ ଦେଶ ଆଧୁନିକ ଇତିହାସରେ ଆକ୍ରମଣ କିମ୍ବା ବିସ୍ତାର ଅନୁସରଣ କରିନାହିଁ, ବରଂ ଯେବେ ଆକ୍ରମଣ ହୋଇଛି ନିଜର ପ୍ରତିରକ୍ଷା କରିଛି। ଇରାନ ରାଷ୍ଟ୍ରପତି କହିଛନ୍ତି, ତାଙ୍କ ଦେଶ ୱାସିଂଟନ ଉପରେ ବିଶ୍ବାସ ନକରିବା ନେଇ ଅନେକ କାରଣ ରହିଛି। ଏଥିରେ ବିଦେଶୀ ହସ୍ତକ୍ଷେପ ଏବଂ ଅମାନବୀୟ ପ୍ରତିବନ୍ଧକ ଅନ୍ତର୍ଭୁକ୍ତ।

Related Posts