ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ନ୍ୟାସନାଲ ହେରାଲ୍ଡର ମନି ଲଣ୍ଡରିଂ ମାମଲାରେ ରାହୁଲ ଗାନ୍ଧୀଙ୍କୁ ତିନି ଦିନ ମଧ୍ୟରେ ପ୍ରାୟ ତିରିଶ ଘଣ୍ଟା ଧରି ପଚରାଉଚରା କରାଯାଇଥିଲା। କଂଗ୍ରେସ ଏହାକୁ ବିରୋଧ କରି ସାରା ଦେଶରେ ବିରୋଧ ପ୍ରଦର୍ଶନ କରିଥିଲା। ଏହି ସମୟରେ କଂଗ୍ରେସ ତରଫରୁ ଏକ ଟୁଇଟରେ କେନ୍ଦ୍ର ସରକାର ପଳାତକ ବ୍ୟବସାୟୀ ବିଜୟ ମାଲ୍ୟା ଏବଂ ନୀରବ ମୋଦୀଙ୍କୁ ଟାର୍ଗେଟ କରାଯାଇଥିବାର ଦେଖିବାକୁ ମିଳିଛି । ତେବେ କଂଗ୍ରେସ ନିଜ ଟ୍ୱିଟରେ ଲେଖିଛି ଯେ, ହଜାର ହଜାର କୋଟି ଟଙ୍କା ଲୁଟି ଦେଶ ଛାଡ଼ି ଚାଲିଯାଇଥିବା ପଳାତକଙ୍କୁ ମୋଦି ସରକାର କ୍ଷମା କରି ଦେଇଛନ୍ତି ହେଲେ ତାଙ୍କୁ ବର୍ତ୍ତମାନ ଚିନ୍ତା ଘାରିଛି ଯେ ଏକ ରାଷ୍ଟ୍ରବାଦି ଖବର କାଗଜକୁ କାହିଁକି କିଛି କୋଟି ଟଙ୍କା ଋଣ ଦିଆଯାଇଛି । ଦେଶ ଏପରି ଲୋକମାନଙ୍କ ଉପରେ ନଜର ରଖିଛି । ସମୟ ଆସିଲେ ଏହି ଲୋକମାନେ ଉପଯୁକ୍ତ ଉତ୍ତର ପାଇବେ ବୋଲି କହିଛନ୍ତି ।
କେବଳ ଏତିକି ନୁହେଁ ବରଂ କଂଗ୍ରେସର ଅଫିସିଆଲ୍ ଟ୍ୱିଟର ଆକାଉଣ୍ଟରୁ ଏକ ଗ୍ରାଫିକ୍ସ ମଧ୍ୟ ସେୟାର କରାଯାଇଛି। ଯେଉଁଥିରେ ଗୋଟିଏ ପଟେ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଗୃହମନ୍ତ୍ରୀ ଅମିତ ଶାହାଙ୍କ ଫଟୋ ଏବଂ ଅନ୍ୟ ପଟେ ନିରବ ମୋଦୀ, ବିଜୟ ମାଲ୍ୟା ଏବଂ ମେହୁଲ ଚୋକସିଙ୍କ ଫଟୋ ରହିଛି। ଏହା ସହିତ ଲେଖାଯାଇଛି ଯେ ଜାତୀୟତାବାଦୀ ଖବରକାଗଜ ‘ନ୍ୟାସନାଲ ହେରାଲ୍ଡ’କୁ ୯୦ କୋଟି ଋଣ ଦେବା ଅପରାଧ ଅଟେ। କିନ୍ତୁ “୬୮,୦୦୦ କୋଟି ଟଙ୍କାର ଆର୍ଥିକ ପଳାତକଙ୍କ ଋଣ ଛାଡ କରିବା ଅପରାଧ ନୁହେଁ । ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶର ରାଜନୈତିକ ମାହୋଲ ବେଶ ଚଳଚଞ୍ଚଳ ହୋଇ ଉଠିଛି ।





