ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ଜାହାଙ୍ଗିରପୁର ହିଂସାର ଫାଏରିଂ ଭିଡିଓ । ତେବେ ଏକ ଭିଡିଓରେ ପଥର ଫିଙ୍ଗୁଥିବା ଭିଡି ଭିତରେ ଜଣେ ଯୁବକ ପିସ୍ତଲରୁ ଗୁଳି ଚଲାଉଥିବା ଦେଖିବାକୁ ମିଳିଛି। ନୀଳ ରଙ୍ଗର କୁର୍ତା ଏବଂ ଟୋପି ପିନ୍ଧିଥିବା ଏହି ବ୍ୟକ୍ତିର ପରିଚୟ ବର୍ତ୍ତମାନ ଯାଏଁ ସ୍ପଷ୍ଟ ହୋଇନାହିଁ। ତେବେ ଏହି ଘଟଣା ସମୟରେ ଆଖପାଖରେ ପିଲାମାନଙ୍କ ଉପସ୍ଥିତି ଦେଖିବାକୁ ମିଳୁଛି। ସେପଟେ ପୋଲିସ ଏହି ମାମଲାରେ ବର୍ତ୍ତମାନ ସୁଦ୍ଧା ୭ଟି ମାମଲା ରୁଜୁ କରି ୧୪ ଜଣ ଚିହ୍ନଟ କରିବା ପରେ ସେମାନଙ୍କୁ ଗରିଫ କରିଛି। ଏହାସହ ଅନ୍ୟ ଅଭିଯୁକ୍ତ ଧରିବା ପାଇଁ ପ୍ରୟାସ ଜାରି ରଖିଛି ।
ପୋଲିସ ଅଧିକାରୀଙ୍କ ସୂଚନା ଅନୁସାରେ ହିଂସା ସମୟରେ କିଛି ଗାଡିରେ ନିଆଁ ଲଗାଇ ଦିଆଯାଇଥିଲା। ହିଂସାରେ ଆଠ ଜଣ ପୋଲିସ କର୍ମୀ ଏବଂ ଜଣେ ସାଧାରଣ ନାଗରିକଙ୍କ ଆହତ ହୋଇଥିଲେ। ଅନ୍ୟପଟେ ଜାହାଙ୍ଗିରପୁରୀରେ ହନୁମାନ ଜୟନ୍ତୀ ସମୟରେ ଶୋଭାଯାତ୍ରା ଉପରେ ପଥର ମାଡ ହୋଇଥିଲା। ଏହାପରେ ଦୁଇ ସମୁଦାୟ ମଧ୍ୟରେ ହିଂସା ହୋଇଥିଲା ଦିଲ୍ଲୀ ପୋଲିସ ହିଂସା ମାମଲାରେ ଆଇପିସିର ଧାରା ୧୪୭, ୧୪୮, ୧୪୯, ୧୮୬, ୩୫୩, ୩୩୨, ୩୨୩, ୪୨୭, ୪୩୬ ,୩୦୭, ୧୨୦ ବି ଏବଂ ୨୭ଆର୍ମ୍ସ ଆକ୍ଟରେ ଏଫଆଇର ରୁଜୁ କରିଛି। ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ଏନେଇ ଚର୍ଚ୍ଚା ଜୋର ଧରିଛି ।





