ଜମ୍ମୁ-କାଶ୍ମୀରରେ ପୁଣି ଫୁଟିଲା ଗୁଳି: ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ୨ ଆତଙ୍କବାଦୀ

ନୂଆଦିଲ୍ଲୀ: ଅଶାନ୍ତ ଜମ୍ମୁ-କାଶ୍ମୀରରେ ଫୁଟିଛି ଗୁଳି । ସୁରକ୍ଷାକର୍ମୀ ଓ ଆତଂକବାଦୀ ମୂହମୁହୀ ହୋଇଚନ୍ତି । ଫଳରେ ଆତଙ୍କବାଦୀଙ୍କ ଗୁଳି ମାଡ଼ରେ ୨ ଆତଙ୍କବାଦୀ ନିହତ ହୋଇଛନ୍ତି । କୁପଓ୍ୱାଡାର ଚକ୍ତରାସ ଅଞ୍ଚଳରେ ଏନକାଉଣ୍ଟର ଘଟି ଲଶ୍କର ଏ ତୋଏବାର ଦୁଇ ଦୁର୍ଦ୍ଦାନ୍ତ ଆତଙ୍କବାଦୀ ନିହତ ହୋଇଥିବା ସୂଚନା ମିଳିଛି ।

ରିପୋର୍ଟ ଅନୁସାରେ, ସୋମବାର ସୁରକ୍ଷା ବାହିନୀକୁ ଚକ୍ତରାସ ଅଞ୍ଚଳରେ କିଛି ଆତଙ୍କବାଦୀ ଲୁଚିଥିବା ସୂଚନା ମିଳିଥିଲା । ଏହାପରେ ସେନା ଓ ସ୍ଥାନୀୟ ପୋଲିସ କମ୍ବିଂ ଅପରେସନ ଆରମ୍ଭ କରିଥିଲେ । ଆତଙ୍କବାଦୀମାନେ ପ୍ରଥମେ ଯବାନଙ୍କୁ ଦେଖି ଗୁଳି ଚାଳନା କରିଥିଲେ । ଏହାପରେ ଯବାନମାନେ ମଧ୍ୟ ପାଲଟା ଆକ୍ରମଣ କରିଥିଲେ ।

ଯବାନଙ୍କୁ ଗୁଳିରେ ୨ ଆତଙ୍କବାଦୀ ନିହତ ହୋଇଛନ୍ତି । ନିହତ ଆତଙ୍କବାଦୀ ଲଶ୍କର ଏ ତୋଏବାର ବୋଲି ଜଣାପଡିଛି । ସେମାନଙ୍କଠାରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ ହୋଇଛି ।

ଏନେଇ ଆଇଜିପି ବିଜୟ କୁମାର କହିଛନ୍ତି ଯେ, ଏନକାଉଣ୍ରେ ଦୁଇ ଆତଙ୍କବାଦୀ ଟଳିଛନ୍ତି । ଆହୁରି କିଛି ଆତଙ୍କବାଦୀ ଲୁଚି ରହିଥିବା ସନ୍ଦେହ କରାଯାଉଛି । ଏହାସହ ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଇଥିବା ସେ କହିଛନ୍ତି ।

Related Posts