ଭୁବନେଶ୍ୱର,୦୩/୩(ସତ୍ୟପାଠ ବ୍ୟୁରୋ): ପୁଣି ଖୋର୍ଦ୍ଧାରୁ ବିଜେଡିକୁ ଲାଗିଲା ଝଟ୍କା । ବିଜେଡି ଛାଡ଼ିଲେ ଅରବିନ୍ଦ ଢାଲି । ଜୟଦେବ ବିଧାୟକ ଅରବିନ୍ଦ ଢାଲି ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ନିଜ ଇସ୍ତଫାପତ୍ର ପଠାଇଛନ୍ତି । ଆସନ୍ତାକାଲି ସେ ବିଜେପିରେ ଯୋଗଦେବେ ବୋଲି ସୂଚନା ରହିଛି ।
ତେବେ ଆଗକୁ ନିର୍ବାଚନ ଯେତିକି ପାଖେଇ ଆସୁଛି ସେତିକି ରାଜ୍ୟ ରାଜନୀତି ସରଗରମ ହେଉଛି । ଗୋଟିଏ ପରେ ଗୋଟିଏ ନେତା ବିଜେଡି ଛାଡ଼ି ବିଜେପିରେ ସାମିଲ ହେଉଛନ୍ତି । ଅରବିନ୍ଦ ଢ଼ାଲି ବିଜେପିରେ ସାମିଲ ହେବା ନେଇ ଚର୍ଚ୍ଚା ହେଉଥିବା ବେଳେ ଖୋର୍ଦ୍ଧାରେ ବିଜେଡି ଦୁର୍ବଳ ହେବାରେ ଲାଗିଛି ବୋଲି କୁହାଯାଉଛି । କାରଣ ଦୁଇ ଦିନ ପୂର୍ବରୁ ବାହୁବଳୀ ନେତା ପ୍ରଶାନ୍ତ ଜଗଦ୍ଦେବ ମଧ୍ୟ ବିଜେପିରେ ସାମିଲ ହୋଇଛନ୍ତି । ସେ ଏବେ ଚିଲିକା ବିଧାନସଭାର ବିଧାୟକ ରହିଛନ୍ତି ।





