ଭୁବନେଶ୍ୱର,୧୪/୫(ସତ୍ୟପାଠ ବ୍ୟୁରୋ): ରାଜ୍ୟ ସରକାରଙ୍କୁ ଘେରିଲେ ବରିଷ୍ଠ କଂଗ୍ରେସ ନେତା ଜୟରାମ ରମେଶ । ସଂସଦରେ ବିଜେପିକୁ ସମର୍ଥନ ନେଇ ପଚାରିଲେ ୫ଟି ପ୍ରଶ୍ନ । ଚିଟଫଣ୍ଡ ଦୁର୍ନୀତି ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲେ ଜୟରାମ। ଓଡ଼ିଶା ଗସ୍ତରେ ଥିବା କଂଗ୍ରେସର ବରିଷ୍ଠ ନେତା ଜୟରାମ ରମେଶ ସାମ୍ବାଦିକ ସମ୍ମିଳନୀ କରି ରାଜ୍ୟ ସରକାରଙ୍କୁ ୫ଟି ପ୍ରଶ୍ନ କରିଛନ୍ତି। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରକୁ ଜୟରାମ ରମେଶ ଟାର୍ଗେଟ୍ କରିଛନ୍ତି।
ଜୟରାମ କହିଛନ୍ତି, ଓଡ଼ିଶାରେ ନିର୍ବାଚନ କଂଗ୍ରେସ-ବିଜେଡି ମଧ୍ୟରେ, କାରଣ ବିଜେଡି ବିଜେପି ଏକ। ବିଜେପିକୁ ବିଜେଡିର ସମର୍ଥନ ଏହା କଣ ଅସତ୍ୟ ବୋଲି ପ୍ରଶ୍ନ କରିଛନ୍ତି ଜୟରାମ। ବିଭିନ୍ନ ପ୍ରସଙ୍ଗ ଉଠାଇ ରାଜ୍ୟ ସରକାରଙ୍କୁ ଘେରିଛନ୍ତି କଂଗ୍ରେସ ନେତା । ଶ୍ରମିକ, କୃଷି ବିରୋଧୀ ଆଇନକୁ ସମର୍ଥନ କରୁ ନାହାନ୍ତି କି ? ଶିକ୍ଷା ଓ ନିଯୁକ୍ତି କ୍ଷେତ୍ରରେ ଆଦିବାସୀଙ୍କ ବିକାଶ ଚାହୁଁଛନ୍ତି ତ ? ଆଦିବାସୀ ଜଙ୍ଗଲ ଅଧିକାର ଓ ପେଶା ଆଇନକୁ ସମ୍ପୂର୍ଣ୍ଣ ଲାଗୁ କରୁନାହାନ୍ତି ?
ଚିଟ୍ ଫଣ୍ଡ, ମାଇନିଂ ଦୁର୍ନୀତିରେ ସାମିଲ ନୁହଁନ୍ତି କି, ବୋଲି ପ୍ରଶ୍ନ କରିଛନ୍ତି ଜୟରାମ ରମେଶ ।
କଂଗ୍ରେସ ସପକ୍ଷରେ ପ୍ରଚାର କରିବାକୁ ଆଜି ଓଡ଼ିଶା ଆସିଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ହେବିୱେଟ୍ ନେତା ଜୟରାମ ରମେଶ। କଂଗ୍ରେସର ସାଧାରଣ ସମ୍ପାଦକ ଜୟରାମ ଓଡ଼ିଶାରେ ପହଞ୍ଚିବା ପରେ ସାମ୍ବାଦିକ ସମ୍ମିଳନୀ କରି ସିଧାସଳଖ ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାଙ୍କୁ ଟାର୍ଗେଟ କରିଛନ୍ତି। ଜୟରାମ ଗସ୍ତ ପୂର୍ବରୁ ସୋସିଆଲ ମିଡିଆ ଏକ୍ସରେ ପ୍ରଧାନମନ୍ତ୍ରୀଙ୍କୁ ବିଜେଡି ସହ ବିଜେପିର କିଭଳି ସମ୍ପର୍କ ରହିଛି ସେଇ ସ୍ଥିତି ବିଷୟରେ କାହିଁକି ମିଛ କହୁଛନ୍ତି ବୋଲି ପଚାରିଥିଲେ। ନବୀନ ଓ ନରେନ୍ଦ୍ର ଗୋଟିଏ ମୁଦ୍ରାର ଦୁଇ ପାର୍ଶ୍ୱ। ବାଲେଶ୍ୱର ଟ୍ରେନ ଦୁର୍ଘଟଣା ପରେ କାହିଁକି କିଛି ପରିବର୍ତ୍ତନ ହୋଇନାହିଁ ଓ ଆଦିବାସୀ ସମ୍ପ୍ରଦାୟର ଜଙ୍ଗଲ ଅଧିକାରୀକୁ ବିଜେପି କାହିଁକି ଦୁର୍ବଳ କରିଛି ବୋଲି ମଧ୍ୟ ପ୍ରଶ୍ନ କରିଥିଲେ।





