ଉପନିର୍ବାଚନ ପୂର୍ବରୁ ବଦଳିଲେ ଝାରସୁଗୁଡ଼ା ଜିଲ୍ଲାପାଳ

ଭୁବନେଶ୍ୱର,ତା ୬/୪: ଝାରସୁଗୁଡ଼ା ଉପନିର୍ବାଚନ ପୂର୍ବରୁ ବଦଳିଲେ ଝାରସୁଗୁଡା ଜିଲ୍ଲାପାଳ। ୨୦୧୫ ବ୍ୟଚ ଆଇଏଏସ୍‍ ଆବୋଲି ସୁନୀଲ ନରଭଣେ ହେଲେ ଝାରସୁଗୁଡାର ନୂଆ ଜିଲ୍ଲାପାଳ। ବର୍ତ୍ତମାନ ଝାରସୁଗୁଡ଼ାର ଜିଲ୍ଲାପାଳ ଥିବା ସରୋଜ ସାମଲଙ୍କ ସ୍ଥାନ ନେବେ ଆବୋଲି ସୁନୀଲ ନରଭଣେ।

ଆବୋଲି ସୁନୀଲ ନରଭଣେ ଏବେ ସୋନପୁର ଜିଲ୍ଲାପାଳ ଭାବେ ଦାୟିତ୍ୱ ତୁଲାଉଛନ୍ତି। ତେବେ ତାଙ୍କୁ ତୁରନ୍ତ
ଝାରସୁଗୁଡାରେ ଯୋଗଦାନ ପାଇଁ ନିର୍ଦ୍ଦେଶ ଜାରି କରାଯାଇଛି।

Related Posts