ନକ୍ସଲ ବିରୋଧୀ ଅପରେସନ ପାଇଁ ‘DGP Disc Award’ ରେ ସମ୍ମାନିତ ହେଲେ ଝାରସୁଗୁଡା SP ରାଘବେନ୍ଦ୍ର

ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ନକ୍ସଲ ବିରୋଧୀ ଅପରେସନରେ ପ୍ରଶଂସନୀୟ କାମ ପାଇଁ ‘DGP Disc Award’ ରେ ସମ୍ମାନିତ ହୋଇଛନ୍ତି ଝାରସୁଗୁଡା SP ଗୁଣ୍ଡଲା ରେଡ୍ଡୀ ରାଘବେନ୍ଦ୍ର | ସୋମବାର କଟକରେ ଆୟୋଜିତ ସ୍ୱତନ୍ତ୍ର ସମାରୋହରେ ତାଙ୍କୁ ପଦକ ପ୍ରଦାନ କରିଛନ୍ତି ପୋଲିସ DG ୱାଇ.ବି ଖୁରାନିଆ |

ଝାରସୁଗୁଡା ଜିଲ୍ଲାରେ ଆଇନ ଶୃଙ୍ଖଳା ବଜାୟ ରଖିବା, ପ୍ରଶାସନିକ ଦକ୍ଷତା ଓ ବିଶେଷକରି ନକ୍ସଲ ବିରୋଧୀ ଅପରେସନରେ ସ୍ୱତନ୍ତ୍ର ରଣନୀତି ପାଇଁ ରାଘବେନ୍ଦ୍ରଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି | ପୂର୍ବରୁ, ଏସପି ରାଘବେନ୍ଦ୍ର ନୂଆପଡା ଜିଲ୍ଲାରେ କାର୍ଯ୍ୟ କରିଥିଲେ, ଯେଉଁଠାରେ ସେ ତାଙ୍କର ଶୃଙ୍ଖଳିତ କାର୍ଯ୍ୟଶୈଳୀ ଏବଂ ଲୋକ-କେନ୍ଦ୍ରିକ ପୋଲିସିଂ ପାଇଁ ମଧ୍ୟ ପ୍ରସଂଶିତ ହୋଇଥିଲେ। ପୁରସ୍କାର ଗ୍ରହଣ କରିବା ପରେ, ସେ ଡିଜିପି ଏବଂ ବରିଷ୍ଠ ଅଧିକାରୀମାନଙ୍କ ପ୍ରତି କୃତଜ୍ଞତା ପ୍ରକାଶ କରି କହିଛନ୍ତି ଯେ, ଏହି ସମ୍ମାନ ତାଙ୍କୁ ଏବଂ ତାଙ୍କ ପୁରା ଟିମ୍ କୁ ଅଧିକ ନିଷ୍ଠା ଏବଂ ପ୍ରତିବଦ୍ଧତାର ସହିତ ଜନସାଧାରଣଙ୍କ ସେବା କରିବାକୁ ଆହୁରି ପ୍ରେରଣା ଦେବ।

ତେବେ ଏହି ‘DGP Disc Award’ ପ୍ରତିବର୍ଷ ଆଦର୍ଶ ସେବା, ବୃତ୍ତିଗତ ଉତ୍କର୍ଷତା, ନେତୃତ୍ୱ ଗୁଣବତ୍ତା ପାଇଁ ସାରା ରାଜ୍ୟରୁ ଚୟନ କରାଯାଇଥିବା ପୋଲିସ ଅଫିସରମାନଙ୍କୁ ପୋଲିସ DG ଙ୍କ ଦ୍ୱାରା ପ୍ରଦାନ କରାଯାଇଥାଏ |

Related Posts