ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ଲ୍ୟାଣ୍ଡ ଫର ଜବ ସ୍କାମ ବା ରେଲୱେରେ ଜମି ବଦଳରେ ଚାକିରି ମାମଲାରେ ଆଜି ଚାର୍ଜସିଟ୍ ଦାଖଲ କରିଛି ସିବିଆଇ । ତତ୍କାଳୀନ କେନ୍ଦ୍ର ରେଳ ମନ୍ତ୍ରୀ ତଥା ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ଯାଦବଙ୍କ ପରିବାରର ୩ ଜଣଙ୍କ ସମେତ ମୋଟ 14 ଜଣଙ୍କ ନାଁରେ ଚାର୍ଜସିଟ୍ ଦାଖଲ କରିଛି ସିବିଆଇ।
ଲାଲୁ ଯାଦବ, ତାଙ୍କର ପତ୍ନୀ ତଥା ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ରାବ୍ରୀ ଦେବୀ ଓ ଲାଲୁଙ୍କ ପୁଅ ତଥା ବର୍ତ୍ତମାନ ବିହାରର ଉପମୁଖ୍ୟମନ୍ତ୍ରୀ ଥିବା ତେଜସ୍ୱି ଯାଦବଙ୍କ ନାଁରେ ଚାର୍ଜସିଟ୍ ଦାଖଲ ହୋଇଛି। ଯାହାକୁ ନେଇ ଏବେ ବିହାରରେ ରାଜନୀତି ସରଗରମ ହୋଇଛି।
ସୂଚନାଯୋଗ୍ୟ ଯେ, ଲାଲୁ ଯାଦବ 2004 ରୁ 2009 ମଧ୍ୟରେ କେନ୍ଦ୍ରର UPA ସରକାରରେ ରେଳ ମନ୍ତ୍ରୀ ଥିବା ବେଳେ ଲାଞ୍ଚ ଆକାରରେ ଜମି ନେଇ ଅନେକଙ୍କୁ ରେଲୱେରେ ଚାକିରୀ ଦେଇଥିବା ଅଭିଯୋଗ ଆସିଥିଲା | ଏହାପରେ ଘଟଣାରେ ସିବିଆଇ ତଦନ୍ତ ନିର୍ଦେଶ ଦିଆଯାଇଥିଲା | ଏହି ମାମଲାରେ ସିବିଆଇ ପକ୍ଷରୁ ଲାଲୁଙ୍କ ପରିବାର ବର୍ଗଙ୍କ ସମେତ ଅନେକଙ୍କୁ ଜେରା ମଧ୍ୟ କରାଯାଇଥିଲା | ଆଉ ଆଜି ସିବିଆଇ ପକ୍ଷରୁ ଦିଲ୍ଲୀର ରାଉଜ ଏଭିନ୍ୟୁ କୋର୍ଟରେ ଆଜି ମାମଲାର ଚାର୍ଜସିଟ ଦାଖଲ ହୋଇଛି |





