ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ପାଞ୍ଚଟି ରାଜ୍ୟରେ କଂଗ୍ରେସର ଶୋଚନୀୟ ପରାଜୟ ପରେ ଦଳର ହାଇକମାଣ୍ଡ ସେହି ରାଜ୍ୟମାନଙ୍କର ପିସିସିମାନଙ୍କୁ ଇସ୍ତଫା ଦେବାକୁ ନିଦେ୍ର୍ଦଶ ଦେଇଥିଲେ । ଏହା ପରେ ପଞ୍ଜାବ ପିସିସି ନବଜୋତ ସିଂହ ସିଦ୍ଧୁ ଇସ୍ତଫା ଦେଇଥିଲେ । ଏବଂ କଂଗ୍ରେସ ମୁଖ୍ୟ ସୋନିଆ ଗାନ୍ଧୀଙ୍କୁ ନିର୍ଦ୍ଦେଶକ୍ରମେ ସେ ଇସ୍ତଫା ଦେଇଛନ୍ତି ବୋଲି ସ୍ପଷ୍ଟ କରିଥିଲେ । ଏହାର ଠିକ ଗୋଟିଏ ଦିନ ପରେ ସିଂ ସିଦ୍ଧୁ ଆମ୍ ଆଦମୀ ପାର୍ଟିକୁ ପ୍ରଶଂସା କରି କଂଗ୍ରେସ ବିରୋଧରେ ଜୋରଦାର ବର୍ଷିଛନ୍ତି ଜ୍ଝ ଯାହା ସାରା ଦେଶରେ ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲଟିଛି । ତେବେ ତାଙ୍କ ଦଳର ପରାଜୟ ପରେ ପଞ୍ଜାବର ଲୋକଙ୍କୁ ଆପକୁ ବାଛିବାରେ ଏକ ଭଲ ନିଷ୍ପତ୍ତି ନେଇଛନ୍ତି ବୋଲି କିଛି ଦିନ ତଳେ ସିଦ୍ଧୁ କହିଥିଲେ । କଂଗ୍ରେସ ନେତା ନବଜୋତ ସିଂ ସିଦ୍ଧୁ ଟୁଇଟ୍ କରି କହିଛନ୍ତି, “ସବୁଠାରୁ ଖୁସି ବ୍ୟକ୍ତି ହେଉଛନ୍ତି ସିଏ ଯିଏ କିଛି ଯାହାଠାରୁ କେହି ଆଶା କରନ୍ତି ନାହିଁ।
ଭଗବତ ମାନ ପଂଜାବବାସୀଙ୍କ ମଧ୍ୟରେ ଆଶାର ନୂଆ ସଞ୍ଚାର କରିଛନ୍ତି ଓ ଏକ ନୂତନ ମାଫିଆ ବିରୋଧୀ ଯୁଗର ଆରମ୍ଭ କରିଛନ୍ତି। ଆଶା କରାଯାଉଛି ଯେ ସେ ପଞ୍ଜାବକୁ ପୁନରୁତ୍ଥାନର ପଥରେ ଫେରାଇ ଆଣିବେ। ରାଜନୈତିକ ବିଶ୍ଳେଷକମାନେ କହିଛନ୍ତି ଯେ ଯେ କଂଗ୍ରେସରେ ଆଭ୍ୟନ୍ତରୀଣ ଲଢେଇ ଯୋଗୁଁ ଦଳ ଅପମାନଜନକ ପରାଜୟର ସମ୍ମୁଖୀନ ହୋଇଛି। ନିର୍ବାଚନ ପୂର୍ବରୁ ସିଦ୍ଧୁ ଓ କ୍ୟାପଟେନ ମୁହାଁମୁହିଁ ହୋଇଥିଲେ । ଏମିତିକି ସିଦ୍ଧୁ, କ୍ୟାପଟେନଙ୍କ ନାମରେ ଅନେକ ସଙ୍ଗୀନ ଅଭିଯୋଗ ଆଣିଥିଲେ । ଡ୍ରଗ୍ସ ମାଫିଆଙ୍କୁ ସୁରକ୍ଷା ଦେଉଥିବାର କ୍ୟାପଟେନଙ୍କ ନାମରେ ଅଭିଯୋଗ ଆଣିଥିଲେ । ଏହା ପରେ କଂଗ୍ରେସ ପକ୍ଷରୁ କ୍ୟାପଟେନ ଅମରିନ୍ଦର ସିଂଙ୍କୁ ମୁଖ୍ୟମନ୍ତ୍ରୀ ପଦବୀରୁ ହଟାଇ ଚରଣଜିତ୍ ସିଂ ଚନ୍ନିଙ୍କୁ ନୂତନ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ଦିଆଯାଇଥିଲା ।





