କାଲିଠୁ ଡ୍ରାଇଭର ସଂଘର ଷ୍ଟିୟରିଂ ଛାଡ଼ ଆନ୍ଦୋଳନ: ଘରୋଇ ବସ୍ ଚଳାଚଳ ସ୍ୱାଭାବିକ ହେବ ବୋଲି ସ୍ପଷ୍ଟ କଲା ବସ୍ ମାଲିକ ସଂଘ

ଭୁବନେଶ୍ୱର,୧୪/୩ (ସତ୍ୟପାଠ ବ୍ୟୁରୋ): ଆସନ୍ତାକାଲିଠାରୁ ରାଜ୍ୟ ଡ୍ରାଇଭର ସଂଘ ଅଖ, ଚକ ବନ୍ଦ ଓ ଷ୍ଟିୟରିଂ ଛାଡ଼ ଆନ୍ଦୋଳନ ଡାକରା ଦେଇଛି । ସେପଟେ ଡ୍ରାଇଭର ସଂଘର ବନ୍ଦ୍ ଡାକରାକୁ ଘରୋଇ ବସ୍ ମାଲିକ ସଂଘ ସମର୍ଥନ କରିନାହିଁ। ଏଥି ସହିତ ସଂଘ ଯାତ୍ରୀବାହୀ ବସ୍ ଚଳାଚଳ କରିବାକୁ ନିଷ୍ପତ୍ତି ନେଇଛି। କୌଣସି ପ୍ରକାର ଅପ୍ରୀତିକର ପରିସ୍ଥିତିକୁ ଏଡ଼ାଇବା ପାଇଁ ପୋଲିସ୍‌କୁ ସ୍ଥିତି ଉପରେ ନଜର ରଖିବାକୁ ସଂଘ ଅନୁରୋଧ କରିଛି।

ରାଜ୍ୟ ବସ ମାଲିକ ସଂଘ ସାଧାରଣ ସମ୍ପାଦକ ଦେବେନ୍ଦ୍ର କୁମାର ସାହୁ ଏ ନେଇ ପ୍ରତିକ୍ରିୟା ରଖି କହିଛନ୍ତି, ରାଜ୍ୟରେ ୧୪ ହଜାର ବସ ଚାଲୁଛି । ୬୦ ହଜାର ବସ କର୍ମଚାରୀ ଅଛନ୍ତି । ଆନ୍ଦୋଳନରେ ବସ କର୍ମଚାରୀମାନେ ସାମିଲ ହେବେ ନାହିଁ ବୋଲି କହିଛନ୍ତି। ବସ ଯାତ୍ରୀ ପରିବହନକୁ ବ୍ୟାହତ ନ କରିବା ପାଇଁ ଅନୁରୋଧ କରାଯାଇଛି।

ଯାତ୍ରୀଙ୍କୁ ହଇରାଣ ନ କରିବା ପାଇଁ ସେମାନଙ୍କୁ ଅପିଲ କରାଯାଇଛି। ଏବେ ମାଟ୍ରିକ ପରୀକ୍ଷା ଚାଲିଛି। ଏପରି ନ କରିବାକୁ ଅନୁରୋଧ କରାଯାଇଛି। ବସ୍‌ ଚଳାଚଳକୁ ସ୍ୱାଭାବିକ ରଖିବାରେ ସାହାଯ୍ୟ କରିବାକୁ ମୁଖ୍ୟମନ୍ତ୍ରୀ ତଥା ପୋଲିସ ଡିଜିପିଙ୍କୁ ଆମେ ଲିଖିତ ଆକାରରେ ଅନୁରୋଧ ଜଣାଇଛୁ ବୋଲି କହିଛନ୍ତି ଏବଂ ୧୫ ତାରିଖରେ ଯାତ୍ରୀବାହୀ ବସ୍‌ ଚଳାଚଳ ହେଲେ ଯେମିତି କେହି ହଇରାଣ ନ କରନ୍ତି, ସେଥିପ୍ରତି ଦୃଷ୍ଟି ଦେବାକୁ ଅନୁରୋଧ କରିଥିଲୁ। ଯାତ୍ରୀବାହୀ ବସ୍ ଗୁଡ଼ିକୁ କୌଣସି ସ୍ଥାନରେ କେହି ଅଟକାଇବେ ନାହିଁ ବୋଲି ସେମାନେ ପ୍ରତିଶ୍ରୁତି ଦେଇଛନ୍ତି।

Related Posts