ବଙ୍ଗଳା ଥିଏଟର ସୁପର୍‌ଷ୍ଟାର୍‌ ନୋଟି ବିନୋଦିନୀଙ୍କ ବାୟୋପିକ୍‌ରେ ନଜର ଆସିବେ କଙ୍ଗନା ରଣାୱତ୍‌

ମୁମ୍ଵାଇ : ବଲିଉଡ୍‌ କୁଇନ୍‌ କଙ୍ଗନା ରଣାୱତ୍‌ ସବୁବେଳେ ନିଜ ବିନ୍ଦସ୍ ସ୍ଵଭାବ ପାଇଁ ଚର୍ଚ୍ଚାରେ ରହି ଆସିଥିବା ବେଳେ, ନିକଟରେ ସେ ଇନ୍ଦିରା ଗାନ୍ଧିଙ୍କ ଭୂମିକା ଅଭିନୟ କରି ବେଶ୍ ପ୍ରଶଂସା ସାଉଣ୍ଟିଥିଲେ। ତେବେ ସେ ଏବେ ଆଉ ଏକ ବଡ଼ ପ୍ରୋଜେକ୍ଟକୁ ନେଇ ଘୋଷଣା କରିଛନ୍ତି । ଅନ୍ୟତମ ବଙ୍ଗଳା ଥିଏଟର ସୁପର୍‌ଷ୍ଟାର୍‌ ନୋଟି ବିନୋଦିନୀଙ୍କ ବାୟୋପିକ୍‌ ସେ ସାଇନ୍‌ କରିଛନ୍ତି ।

ଏହି ମେଗା-ବଜେଟ୍‌ ଫିଲ୍ମର ନିର୍ଦ୍ଦେଶନା ଦାୟିତ୍ୱ ନିର୍ବାହ କରିବେ ‘ପରିଣୀତି’ ଫେମ୍‌ ପ୍ରଦୀପ ସରକାର । ଫିଲ୍ମର କାହାଣୀ ଲେଖିଛନ୍ତି ପ୍ରକାଶ କାପାଡ଼ିଆ, ଯିଏକି ‘ତାନାଜୀ’, ‘ପଦ୍ମାବତ୍‌’ ‘ଦେବଦାସ’ ଓ ‘ବ୍ଲାକ୍‌’ ଭଳି ଫିଲ୍ମର କାହାଣୀ ଲେଖିଛନ୍ତି । ଏହି ପ୍ରୋଜେକ୍ଟକୁ ନେଇ ଉତ୍ସାହିତ କଙ୍ଗନା ନିର୍ଦ୍ଦେଶକ ପ୍ରଦୀପ ସରକାରଙ୍କର ଜଣେ ବଡ଼ ଫ୍ୟାନ୍‌ ବୋଲି କହିଛନ୍ତି । ସେଥିପାଇଁ ଏହି ସୁଯୋଗ ପାଇ ସେ ବହୁତ ଖୁସି । ଦେଶର କିଛି ମହାନ କଳାକାରଙ୍କ ଉଲ୍ଲେଖଯୋଗ୍ୟ ଯାତ୍ରାର ଅଂଶ ହୋଇ ସେ ନିଜକୁ ଅତ୍ୟନ୍ତ ଭାଗ୍ୟଶାଳୀ ବୋଲି କହିଛନ୍ତି ।

‘ଏମର୍ଜେନ୍ସି’ର ସୁଟିଂ ଶେଷ କରି ଆସନ୍ତା ବର୍ଷ ପ୍ରାରମ୍ଭରେ ସେ ନୂଆ ଫିଲ୍ମର ସୁଟିଂ ଆରମ୍ଭ କରିପାରନ୍ତି । ରାଜନୈତିକ ଡ୍ରାମା ଫିଲ୍ମ ‘ଏମର୍ଜେନ୍ସି’ରେ ଅଭିନୟ ସାଙ୍ଗକୁ ନିର୍ଦ୍ଦେଶନା ଦାୟିତ୍ୱ ମଧ୍ୟ କଙ୍ଗନା ନିଜେ ନିର୍ବାହ କରିଛନ୍ତି । ତାଙ୍କ ଅପ୍‌କମିଙ୍ଗ ପ୍ରୋଜେକ୍ଟରେ ଅଛି ମିଲିଟାରୀ ଡ୍ରାମା ‘ତେଜସ୍‌’ ଓ ପୌରାଣିକ ଫିଲ୍ମ ‘ସୀତା’ ।

Related Posts