କର୍ଣ୍ଣାଟକା ଡିଜିପି ହେଲେ ନୂଆ ସିବିଆଇ ମୁଖ୍ୟ

ଭୁବନେଶ୍ୱର,୧୪/୫(ସତ୍ୟପାଠ ବ୍ୟୁରୋ): କର୍ଣ୍ଣାଟକର ଡିଜିପି ହେଲେ ସିବିଆଇର ନୂଆ ଡାଇରେକ୍ଟର । ପୋଲିସ ଡିଜି ପ୍ରବୀଣ ସୁଦଙ୍କୁ ସିବିଆଇର ନିର୍ଦ୍ଦେଶକ ଭାବେ ନିଯୁକ୍ତି ଦିଆଯାଇଛି । ପ୍ରବୀଣ ସୁଦ୍ ହେଉଛନ୍ତି ୧୯୮୬ ବ୍ୟାଚର ଆଇପିଏସ ଅଫିସର । ତେବେ ବର୍ତ୍ତମାନର ସେଣ୍ଟ୍ରାଲ ବ୍ୟୁରୋ ଅଫ୍ ଇନଭେଷ୍ଟିଗେସନ ବା ସିବିଆଇ ନିର୍ଦ୍ଦେଶ ସୁବୋଧ କୁମାରଙ୍କ କାର୍ଯ୍ୟାକାଳ ଆସନ୍ତା ମେ’ ୨୫ ତାରିଖରେ ଶେଷ ହେଉଛି ।

ସୁବୋଧଙ୍କ ସ୍ଥାନରେ ପ୍ରବୀଣଙ୍କୁ ନିଯୁକ୍ତି ଦେଇଛନ୍ତି କେନ୍ଦ୍ର ସରକାର । କର୍ଣ୍ଣାଟକ ରାଜନୈତିକ ସଂକଟ ସମୟରେ ପ୍ରବୀଣ କୁମାର ଚର୍ଚ୍ଚାକୁ ଆସିଥିଲେ । ସେ ବିଜେପି ସରକାର ଇସାରାରେ କାମ କରୁଥିବା କଂଗ୍ରେସ ନେତା ଡିକେ ଶିବକୁମାର ଅଭିଯୋଗ କରିଛନ୍ତି । ତେବେ ପ୍ରବୀଣଙ୍କୁ ଗିରଫ କରିବାକୁ ମଧ୍ୟ ଶିବକୁମାର ଦାବି କରିଥିଲେ । ଗତକାଲି କଂଗ୍ରେସ କର୍ଣ୍ଣାଟକରେ ବିପୁଳ ବିଜୟ ପାଇବା ପରେ ଆଜି ପ୍ରବୀଣଙ୍କୁ ସିବିଆଇ ନିର୍ଦ୍ଦେଶକ ଭାବେ ନିଯୁକ୍ତି ମିଳିଛି।

ସିବିଆଇ ଚିଫ୍ ପାଇଁ ଶନିବାର ସିଲେକ୍ସନ କମିଟିର ମିଟିଂ ହୋଇଥିଲା । ଏଥିର ତିନି ଜଣ ବରିଷ୍ଠ ଆଇପିଏସ ଅଧିକାରୀଙ୍କ ନାଁକୁ ସର୍ଟଲିଷ୍ଟ୍ କରାଯାଇଥିଲା । ବୈଠକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଚିଫ୍ ଜଷ୍ଟିସ୍ ଡିଓ୍ବାଇ ଚନ୍ଦ୍ରଚୂଡ଼ ଏବଂ ଲୋକସଭାର ବିରୋଧି ଦଳ ନେତା ଉପସ୍ଥିତ ଥିଲେ । ପ୍ରବୀଣ ସୁଦଙ୍କ ବ୍ୟତୀତ ମଧ୍ୟପ୍ରଦେଶ ଡିଜିପି ସୁଧୀର ସାକ୍ସେନା ଏବଂ ବରିଷ୍ଠ ଆଇପିଏସ ଅଧିକାରୀ ତାଜ୍ ହାସନଙ୍କୁ ମଧ୍ୟ ଚୟନ କରାଯାଇଥିଲା । ଶେଷରେ ସିବିଆଇ ଡିଜି ଭାବେ ପ୍ରବୀଣଙ୍କ ନାମ ଉପରେ ମୋହର ବାଜିଛି।

Related Posts