କାଶ୍ମୀର ପଣ୍ଡିତଙ୍କ ଟ୍ରାନ୍ସଫର ତାଲିକା ସୋସିଆଲ ମିଡିଆରେ ଲିକ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): କାଶ୍ମୀର ପଣ୍ଡିତଙ୍କ ଟ୍ରାନ୍ସଫର ତାଲିକା ସୋସିଆଲ ମିଡିଆରେ ଲିକ । ସେପଟେ କାଶ୍ମୀରରେ ଲଗାତାର ଟାର୍ଗେଟ କିଲିଂ ମଧ୍ୟରେ ସରକାର ଶ୍ରୀନଗରର ସୁରକ୍ଷିତ ବିବେଚନା କରାଯାଉଥିବା ସ୍ଥାନକୁ ୧୭୭ ଶିକ୍ଷକଙ୍କୁ ଟ୍ରାନ୍ସଫର କରିବା ଲାଗି ନିଷ୍ପତ୍ତି ଗ୍ରହଣ କରିଛନ୍ତି । ଏପରିସ୍ଥିତିରେ ଟ୍ରାନ୍ସଫର ତାଲିକା ମେସେଜିଂ ଆପ ଏବଂ ସୋସିଆଲ ମିଡିଆରେ ଲିକ ହେବା ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି । ଏ ଘଟଣା କାଶ୍ମୀର ପଣ୍ଡିତ ଶିକ୍ଷକମାନେ କ୍ରେଧରେ ସରକାରଙ୍କ ବିରୋଧରେ ସ୍ଲୋଗାନ ଦେଇଥିଲେ ଏବଂ ତାୱି ବ୍ରିଜକୁ ଜାମ କରିଥିଲେ । କ୍ରୋଧିତ କର୍ମଚାରୀ କହିଛନ୍ତି ଯେ ଆମକୁ କାଶ୍ମୀରରୁ ସ୍ଥାନାନ୍ତର କରିବା ପରିବର୍ତ୍ତେ ସରକାର ଏହି ତାଲିକାକୁ ସାର୍ବଜନୀନ କରି ଆତଙ୍କବାଦୀଙ୍କୁ ଆମନ୍ତ୍ରଣ କରିଛନ୍ତି । ହିନ୍ଦୁ କର୍ମଚାରୀମାନେ ସରକାରଙ୍କ ବିରୋଧରେ ଖୋଲାଖୋଲି ଭାବେ ଏନେଇ ପ୍ରଦର୍ଶନ କରିଛନ୍ତି । ଅନ୍ୟପଟେ କାଶ୍ମୀର ଫେରିଥିବା ହିନ୍ଦୁ ସରକାରୀ କର୍ମଚାରୀମାନେ ସେମାନଙ୍କ ସ୍ଥାନାନ୍ତର ଦାବି କରୁଥିଲେ । ମାତ୍ର ସରକାରୀ ତାଲିକା ସୋସିଆଲ ମିଡିଆରେ ଲିକ ହେବା ନେଇ ସେମାନେ କ୍ଷୋଭ ପ୍ରକାଶ କରିଛନ୍ତି ।

ଜାମ୍ମୁକୁ କୌଣସି ସରକାରୀ କର୍ମଚାରୀଙ୍କୁ ସ୍ଥାନାନ୍ତର କରାଯିବ ନାହିଁ ବୋଲି ସରକାର ସ୍ପଷ୍ଟ କରିଛନ୍ତି । ସରକାରୀ କର୍ମଚାରୀ କହିଛନ୍ତି ଯେ ସେମାନେ ଗତ ୧୫ ବର୍ଷ ଧରି କାଶ୍ମୀରରେ କୌଣସି ସୁରକ୍ଷା ବିନା କାର୍ଯ୍ୟ କରୁଛନ୍ତି । କିନ୍ତୁ ଏବେ ସୃଷ୍ଟି ହୋଇଥିବା ପରିସ୍ଥିତିରେ ସେମାନେ ନିଜକୁ ସୁରକ୍ଷିତ ମନେ କରୁନାହାନ୍ତି । ତାଲିକା ଲିକ ହୋଇଥିବା ନେଇ ବିଜେପି ପକ୍ଷରୁ ଆପତ୍ତି କରାଯାଇଛି । ଏହାକୁ ବିରୋଧ କରି ବିଜେପି ସୁରକ୍ଷା ଉଲ୍ଲଂଘନ ବୋଲି କହିଛି । ତାଲିକା ଅନୁଯାୟୀ ପ୍ରଧାନମନ୍ତ୍ରୀଙ୍କ ପୁନର୍ବାସ ପ୍ୟାକେଜ ଅଧିନରେ ଚାକିରି ପାଇଥିବା ୧୭୭ କାଶ୍ମୀରୀ ପଣ୍ଡିତ ଶିକ୍ଷକଙ୍କୁ ଟ୍ରାନ୍ସଫର କରାଯାଇଛି । ହ୍ୱାଟସ ଆପ ଏବଂ ଅନ୍ୟାନ୍ୟ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଟ୍ରାନ୍ସଫର ତାଲିକା ଶେୟାର କରାଯାଇଛି । ବିଜେପି ମୁଖପାତ୍ର ଅଲତାଫ ଠାକୁର ଏକ ବିବୃତ୍ତିରେ କହିଛନ୍ତି ଯେ ଟ୍ରାନ୍ସଫର ତାଲିକାକୁ ସୋସିଆଲ ମିଡିଆ ପ୍ଲାଟଫର୍ମରେ ସାର୍ବଜନୀନ କରିବା ଏକ ପ୍ରମୁଖ ସୁରକ୍ଷା ଉଲ୍ଲଂଘନ କାରଣ ପୋଷ୍ଟିଂ କରାଯାଇଛି ତାହା ସହଜରେ ଆତଙ୍କବାଦୀମାନେ ଜାଣି ପାରିବେ । ଏହି ତାଲିକାରେ ଲିକ ପ୍ରସଙ୍ଗରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଏବଂ କାଶ୍ମୀର ଉପତ୍ୟକାରେ ଟାର୍ଗେଟ କିଲିଂ ହତ୍ୟାକାଣ୍ଡ ଘଟାଇଥିବା ଲୋକଙ୍କୁ ଚିହ୍ନଟ କରିବାକୁ ସେ ସରକାରଙ୍କୁ ଅନୁରୋଧ କରିଛନ୍ତି ।

Related Posts