ଭିକିଙ୍କ ସହ ମିଶି କରୱାଚୌଥ୍‌ ପାଳନ କଲେ କ୍ୟାଟ୍ରିନା କୈଫ

ମୁମ୍ଵାଇ : ଗୁରୁବାର ଅର୍ଥାତ୍‌ ଗତକାଲି ବଲିଉଡର ସମସ୍ତ କଳାକାରମାନେ କରୱାଚୌଥ୍‌ ପାଳନ କରିଛନ୍ତି । ଏନେଇ ଅନେକ କଳାକାର ଫଟୋ ପୋଷ୍ଟ କରିଚନ୍ତି । ତେବେ ଏହାରି ମଧ୍ୟରେ କ୍ୟାଟ୍ରିନା କୈଫ ଏବଂ ଭିକି କୌଶଲ ପ୍ରଥମ କରୱାଚୌଥ୍‌ କରିଛନ୍ତି । ଏହି ବିଶେଷ ଦିନରେ ଭିକିଙ୍କ ପିତାମାତା ମଧ୍ୟ ତାଙ୍କ ସହ ଥିଲେ। ଏହାରି ମଧ୍ୟରେ କ୍ୟାଟ୍ରିନା ଅନେକ ଫଟୋ ସେୟାର କରିଛନ୍ତି।

ନିକଟରେ କ୍ୟାଟ୍ରିନା ଅନେକ ଫଟୋ ସେୟାର କରିଛନ୍ତି । ଭିକି ଏବଂ କ୍ୟାଟ୍ରିନା ବାଲକୋନୀରେ ଏକାଠି ଠିଆ ହୋଇଛନ୍ତି । ଯେଉଁଥିରେ କ୍ୟାଟ୍ରିନା ଗୋଲାପୀ ରଙ୍ଗର ଶାଢୀ ପିନ୍ଧିଥିବା ବେଳେ ମଥାରେ ସିନ୍ଦୁର ହାତରେ ଚୁଡି ଏବଂ ବେକରେ ଏକ ମଙ୍ଗଲସୁତ୍ର ପିନ୍ଧିଛନ୍ତି । ଏହି ଟ୍ରାଡିସନାଲ୍‌ ଲୁକ୍‌ରେ ବହୁତ ସୁନ୍ଦର ଦେଖାଯାଉଛନ୍ତି । ଏହି ଫଟୋ ଦେଖି ତାଙ୍କ ପ୍ରଶଂସକମାନେ ଖୁବ୍‌ ପ୍ରଶଂସା କରୁଛନ୍ତି ।

କ୍ୟାଟ୍ରିନାଙ୍କ ଏହି ପୋଷ୍ଟରେ ଅନେକ ବଡ ବଡ ସେଲେବ୍‌ମାନେ କମେଣ୍ଟ କରିଛନ୍ତି। ମିନି ମଥୁର ଲେଖିଛନ୍ତି – ‘ବହୁତ ସୁନ୍ଦର।ଏହା ବ୍ୟତୀତ କ୍ୟାଟ୍ରିନାଙ୍କ ଜଣେ ପ୍ରଶଂସକ ଲେଖିଛନ୍ତି, ‘ପ୍ରଥମ କରୱାଚୌଥର ଅଭିନନ୍ଦନ। ଅନ୍ୟ ଜଣେ କହିଛନ୍ତି, ତୁମେ ଭାରତୀୟ ପୋଷାକରେ ଆହୁରି ସୁନ୍ଦର ଦେଖାଯାଉଛ।

Related Posts