‘କେଜ୍ରିୱାଲ, ସିସୋଦିଆ ଓ ସତ୍ୟେନ୍ଦ୍ର ଜୈନ ମୋ ଜନ୍ମ ଦିନରେ ଗୀତ ଗାଇଥିଲେ’; ପୁଣି ଗୁରୁତର ଅଭିଯୋଗ ଆଣିଲା ସୁକେଶ ଚନ୍ଦ୍ରଶେଖର

ଭୁବନେଶ୍ଵର,୩/୩(ସତ୍ୟପାଠ ବ୍ୟୁରୋ): କୋଟି କୋଟି ଟଙ୍କା ଠକେଇ ମାମଲାରେ ଜେଲରେ ଥିବା ସୁକେଶ ଚନ୍ଦ୍ରଶେଖର ପୁଣିଥରେ ଜେଲ ଭିତରୁ ଗଣମାଧ୍ୟମକୁ ଏକ ଚିଠି ଲେଖିଛନ୍ତି। ଏହି ଚିଠିରେ ସୁକେଶ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ, ମନୀଷ ସିସୋଦିଆ ଓ ସତ୍ୟେନ୍ଦ୍ର ଜୈନଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି।
ସୁକେଶ ଦାବି କରିଛନ୍ତି ଯେ, ୨୦୧୭ ମାର୍ଚ୍ଚ ୨୫ରେ ତାଙ୍କ ଜନ୍ମଦିନରେ ଅରବିନ୍ଦ କେଜରିୱାଲ, ମନୀଷ ସିସୋଦିଆ ଓ ସତ୍ୟେନ୍ଦ୍ର ଜୈନ ‘ୟେ ଦୋସ୍ତି ହମ୍‌ ନେହିଁ ଛୋଡେଙ୍ଗେ’ ଗୀତ ଗାଇଥିଲେ, କିନ୍ତୁ ଟଙ୍କା ଲୋଭରେ ପରବର୍ତ୍ତୀ ସମୟରେ ସେମାନେ ନିଜର ପ୍ରତିଶ୍ରୁତି ଭାଙ୍ଗି ଦେଇଥିଲେ।

ଏହି ଚିଠିରେ ସୁକେଶ କେଜରିୱାଲଙ୍କୁ କହିଛନ୍ତି କି, ‘ତୁମେ ମୋତେ ଠକ କହୁଛ, କିନ୍ତୁ ତୁମେ ସବୁଠାରୁ ବଡ଼ ଦୁର୍ନୀତିଖୋର୍‌ ବ୍ୟକ୍ତି’। ସୁକେଶ ଅଭିଯୋଗ ଆଣିଛନ୍ତି ଯେ ଅରବିନ୍ଦ କେଜରିୱାଲ, ମନୀଷ ସିସୋଦିଆ ଓ ସତ୍ୟେନ୍ଦ୍ର ଜୈନ ଗରିବ ପିଲାମାନଙ୍କ ଶିକ୍ଷାରେ ଘୋଟାଲା କରିଛନ୍ତି। ସେ କେଜରିୱାଲ ସରକାରଙ୍କ ଉପରେ ଟାବଲେଟ୍‌ ଯୋଜନାରେ ଦୁର୍ନୀତିର ଗୁରୁତର ଅଭିଯୋଗ ଆଣିଛନ୍ତି।

ସୁକେଶ ଚିଠିରେ କହିଛନ୍ତି କି, ପିଲାମାନଙ୍କୁ ଟାବଲେଟ୍ ବଣ୍ଟନ କରାଯିବାକୁ ନେଇ ପ୍ରଥମେ ଯେଉଁ ଡ୍ରାଫ୍ଟ ପ୍ରସ୍ତୁତ ହୋଇଥିଲା, ସେଥିରେ ମୋ ଜରିଆରେ ଏକ ଚାଇନିଜ୍‌ କମ୍ପାନୀରୁ ଟାବଲେଟ୍‌ କିଣାଯାଉଥିଲା, କିନ୍ତୁ ଅନ୍ୟ କମ୍ପାନୀ ୨୦ ପ୍ରତିଶତ ଅଧିକ କମିଶନ ଦେବାକୁ ଲୋଭ ଦେଖାଇଥିଲା, ତ କେଜରିୱାଲ ସରକାର ମୋତେ ଟେଣ୍ଡର ନ ଦେଇ ଅନ୍ୟ କାହାକୁ ଦେବାକୁ ନିଷ୍ପତ୍ତି ନେଇଥିଲେ।

ସୁକେଶ ଚନ୍ଦ୍ରଶେଖର ବିଭିନ୍ନ ଚୁକ୍ତିନାମା ଜରିଆରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ଉପରେ ୧୦୦୦ କୋଟି ଟଙ୍କା କମିଶନ ନେବାର ଅଭିଯୋଗ କରିଛନ୍ତି। ସୁକେଶ ଦାବି କରିଛନ୍ତି ଯେ ଅନ୍ତର୍ଜାତୀୟ ଖବରକାଗଜରେ ଦିଲ୍ଲୀ ସରକାରଙ୍କ ପ୍ରଶଂସାର ଯେଉଁ ଆର୍ଟିକଲ୍‌ ଛପିଥିଲା, ତାହା ମଧ୍ୟ ତାଙ୍କ ଜରିଆରେ ମନୀଷ ସିସୋଦିଆ ଓ ସତ୍ୟେନ୍ଦ୍ର ଜୈନ ଛପାଇଥିଲେ।

ତେବେ ସୁକେଶ ଚନ୍ଦ୍ରଶେଖରର ଜେଲ ଭିତରୁ ଏହି ନୂଆ ଚିଠି କୁ ନେଇ ଅରବିନ୍ଦ କେଜ୍ରିୱାଲ କିମ୍ବା ଆମ ଆଦମୀ ପାର୍ଟି ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।

Related Posts