ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଭିଜିଲାନ୍ସ ଜାଲରେ ପଡିଲେ କେନ୍ଦ୍ରାପଡା ଜିଲ୍ଲା ଶିକ୍ଷା ଅଧିକାରୀ । ଜିଲ୍ଲା ଶିକ୍ଷା ଅଧିକାରୀ ସଞ୍ଜୀବ ସିଂହଙ୍କ ଭଡା ଘରେ ଭିଜିଲାନ୍ସ ଟିମ୍ ଚଢାଉ କରିଛି । ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଥିଲେ ଜିଲ୍ଲା ଶିକ୍ଷା ଅଧିକାରୀ ।ଏହାପରେ ତାଙ୍କ ଭଡା ଘରେ ଭିଜିଲାନ୍ସ ଟିମ୍ ପକ୍ଷରୁ ଚଢାଉ କରାଯାଇଛି । ଘରୁ ବହୁ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଜବତ କରି ଛାନଭିନ୍ ଜାରି ରଖିଛି ଭିଜିଲାନ୍ସ ଟିମ୍। ଉଲ୍ଲେଖଯୋଗ୍ୟ ଯେ, ଆଉ ମାତ୍ର ୩ ଦିନ ପରେ ଅବସର ନେଇଥାଆନ୍ତେ ଜିଲ୍ଲା ଶିକ୍ଷା ଅଧିକାରୀ ସଞ୍ଜୀବ ସିଂହ ।





